ନୂଆ ବର୍ଷରେ ନୂଆ ଆହ୍ଵାନ, ୨୦୨୫ରେ ବିଜେପି-ବିଜେଡି-କଂଗ୍ରେସର ଲକ୍ଷ୍ୟ କ'ଣ ?

ଭୁବନେଶ୍ଵର: ନୂଆବର୍ଷରେ ଉଭୟ ଶାସକ ଓ ବିରୋଧୀ ଦଳରେ ସଙ୍ଗଠନର ନବକଳେବର ଦେଖିବାକୁ ମିଳିବ। ୨୦୨୪କୁ ସଂଘର୍ଷର ବର୍ଷ ଭାବେ ଧରିନେଇଥିବା ବିଜେପି ୨୦୨୫କୁ ସଙ୍କଳ୍ପ ବର୍ଷ ଭାବେ ବିତାଇବାକୁ ଯୋଜନା କରିଛି। ସେପଟେ ୨୦୨୪ରେ କ୍ଷମତାଠୁ ଦୂରେଇ ଥିବା  ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନୂଆ ବର୍ଷରେ ନୂଆଟିମ୍ ଗଢ଼ି ସଙ୍ଗଠନ ସଜାଡି ପୁଣି ଲୋକଙ୍କ ପାଖରେ ପହଁଚିବାକୁ କରିଛନ୍ତି ରଣନୀତି। ଆଉ କଂଗ୍ରେସ ନିଜର ଘର ସଜାଡି ଆଗକୁ ବଢ଼ିବାକୁ ଅଣ୍ଟା ଭିଡୁଛି।ନୂଆ ବର୍ଷରେ ଶାସକ ବିରୋଧୀ ଦଳର ହେବ ନବକଳେବର। ନୂଆ ଟିମ ନେଇ ଆଗକୁ ବଢିବେ ବିଜେପି, ବିଜେଡି ଏବଂ କଂଗ୍ରେସ।୨୦୨୪ ମଧ୍ୟ ଭାଗରୁ ରାଜ୍ୟରେ ପଡିଲା ଡବଲ ଇଞ୍ଜିନ ସରକାର ଇଫେକ୍ଟ।ବିଜେପି ରାଜ୍ୟ କାର୍ଯ୍ୟଳୟରେ ବଢିଲା ଗହଳି ଚହଳି। ୨୦୨୫ ବି ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ।କାରଣ ନୂଆ ବର୍ଷ ପ୍ରଥମ ମାସରେ ଦଳର ମଙ୍ଗ ଧରିବେ ନୂଆ ସଭାପତି।ଏହା ପରେ ଗଠନ ହେବ ନୂଆ ବିଜେପି ଟିମ।ତେବେ ସଙ୍ଗଠନ ଓ ସରକାର ଭିତରେ ସମନ୍ବୟ ରକ୍ଷା ସବୁଠୁ ବଡ ଚ୍ୟାଲେଞ୍ଜ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକ ପାଖରେ ପହଁଚାଇ ଲୋକଙ୍କ ସହ ଯୋଡି ହୋଇ ରହିବା ହେବ ବଡ କାମ।ସେଥିପାଇଁ ପ୍ଲାନ କରିଛି ରାଜ୍ୟ ବିଜେପି।୨୦୨୫ରୁ ପଞ୍ଚାୟତ ଦଖଲ ରଣନୀତି କରିବାକୁ କରିଛି ବଡ଼ ଯୋଜନା।ନୂଆ ବର୍ଷ ପ୍ଲାନ ନେଇ ରାଜ୍ୟ ସଭାପତି କହିଛନ୍ତି ୨୦୨୪ ଥିଲା ସଙ୍କଳ୍ପର ସମୟ। ନୂଆ ବର୍ଷ ହେବ ବିକଶିତ ଓଡ଼ିଶା ଗଠନ ପାଇଁ

ନୂଆ ବର୍ଷରେ ନୂଆ ଆହ୍ଵାନ, ୨୦୨୫ରେ ବିଜେପି-ବିଜେଡି-କଂଗ୍ରେସର ଲକ୍ଷ୍ୟ କ'ଣ ?

ଭୁବନେଶ୍ଵର: ନୂଆବର୍ଷରେ ଉଭୟ ଶାସକ ଓ ବିରୋଧୀ ଦଳରେ ସଙ୍ଗଠନର ନବକଳେବର ଦେଖିବାକୁ ମିଳିବ। ୨୦୨୪କୁ ସଂଘର୍ଷର ବର୍ଷ ଭାବେ ଧରିନେଇଥିବା ବିଜେପି ୨୦୨୫କୁ ସଙ୍କଳ୍ପ ବର୍ଷ ଭାବେ ବିତାଇବାକୁ ଯୋଜନା କରିଛି। ସେପଟେ ୨୦୨୪ରେ କ୍ଷମତାଠୁ ଦୂରେଇ ଥିବା  ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନୂଆ ବର୍ଷରେ ନୂଆଟିମ୍ ଗଢ଼ି ସଙ୍ଗଠନ ସଜାଡି ପୁଣି ଲୋକଙ୍କ ପାଖରେ ପହଁଚିବାକୁ କରିଛନ୍ତି ରଣନୀତି। ଆଉ କଂଗ୍ରେସ ନିଜର ଘର ସଜାଡି ଆଗକୁ ବଢ଼ିବାକୁ ଅଣ୍ଟା ଭିଡୁଛି।

ନୂଆ ବର୍ଷରେ ଶାସକ ବିରୋଧୀ ଦଳର ହେବ ନବକଳେବର। ନୂଆ ଟିମ ନେଇ ଆଗକୁ ବଢିବେ ବିଜେପି, ବିଜେଡି ଏବଂ କଂଗ୍ରେସ।୨୦୨୪ ମଧ୍ୟ ଭାଗରୁ ରାଜ୍ୟରେ ପଡିଲା ଡବଲ ଇଞ୍ଜିନ ସରକାର ଇଫେକ୍ଟ।ବିଜେପି ରାଜ୍ୟ କାର୍ଯ୍ୟଳୟରେ ବଢିଲା ଗହଳି ଚହଳି। ୨୦୨୫ ବି ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ।କାରଣ ନୂଆ ବର୍ଷ ପ୍ରଥମ ମାସରେ ଦଳର ମଙ୍ଗ ଧରିବେ ନୂଆ ସଭାପତି।ଏହା ପରେ ଗଠନ ହେବ ନୂଆ ବିଜେପି ଟିମ।ତେବେ ସଙ୍ଗଠନ ଓ ସରକାର ଭିତରେ ସମନ୍ବୟ ରକ୍ଷା ସବୁଠୁ ବଡ ଚ୍ୟାଲେଞ୍ଜ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକ ପାଖରେ ପହଁଚାଇ ଲୋକଙ୍କ ସହ ଯୋଡି ହୋଇ ରହିବା ହେବ ବଡ କାମ।ସେଥିପାଇଁ ପ୍ଲାନ କରିଛି ରାଜ୍ୟ ବିଜେପି।୨୦୨୫ରୁ ପଞ୍ଚାୟତ ଦଖଲ ରଣନୀତି କରିବାକୁ କରିଛି ବଡ଼ ଯୋଜନା।ନୂଆ ବର୍ଷ ପ୍ଲାନ ନେଇ ରାଜ୍ୟ ସଭାପତି କହିଛନ୍ତି ୨୦୨୪ ଥିଲା ସଙ୍କଳ୍ପର ସମୟ। ନୂଆ ବର୍ଷ ହେବ ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ବର୍ଷ। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ବିକଶିତ ଓଡ଼ିଶା ଗଠନରେ ଆମ ସମସ୍ତଙ୍କ ଭୂମିକା ରହିଛି।ସବୁ ପରିସ୍ଥିତି ଓ ସବୁ ଆହ୍ବାନକୁ ସ୍ବୀକାର କରିବାକୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ।

Also read: ବିଜେଡ଼ି ସରକାର ଯେମିତି ଚାଷୀଙ୍କ ପାଖରେ ପହଞ୍ଚୁଥିଲା ବିଜେପି ସରକାର ସେମିତି ପହଞ୍ଚିବା ଜରୁରୀ : ନବୀନ

ବିଜେଡି ରାଜନୀତିରେ ୨୦୨୪ ଥିଲା ସବୁଠୁ ବଡ଼ ବିଫଳତାର ବର୍ଷ।୨୪ ବର୍ଷ ଧରି ଅପରାଜେୟ ଥିବା ନବୀନ ପଟ୍ଟନାୟକଙ୍କୁ ବର୍ଷ ମଧ୍ୟ ଭାଗରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା।ତେଣୁ ୨୦୨୫ରେ ସବୁ ତ୍ରୁଟିକୁ ସୁଧାରି ଆଗକୁ ବଢିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି।ନିଜେ ନବୀନ ପୁଣି ଲୋକଙ୍କ ନିକଟରେ ପହଁଚିବା ଆରମ୍ଭ କରିଛନ୍ତି।ବର୍ଷ ଆରମ୍ଭରୁ ବିଜେଡି ନବକଳେବର ହେବ।ନୂଆ ବର୍ଷରେ ନୂଆ ଟିମ ଧରି ରାଜ୍ୟ ଓ କେନ୍ଦ୍ରର ବିଫଳତାକୁ ଅସ୍ତ୍ର କରି ଲୋକଙ୍କ ପାଖରେ ପହଁଚି ରାଜ୍ୟବାସୀଙ୍କ ମନ ଜିଣିବାକୁ ଯୋଜନା କରିଛନ୍ତି ନବୀନ।ଗୋଷ୍ଠୀ ବିବାଦର ସମାଧାନ, କର୍ମକର୍ତ୍ତାଙ୍କ ଭିତରେ ବିଶୃଙ୍ଖଳା ରୋକିବା ଦଳ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ବରିଷ୍ଠ ନେତା ଅମର ପଟ୍ଟନାୟକ କହିଛନ୍ତି ବିଜେଡି ୨୦୨୫ରେ ଆହୁରି ଶକ୍ତିଶାଳୀ ହୋଇ ଲୋକଙ୍କ ମନ ଜିତିବ।

Also read: ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର, ବୀମା କମ୍ପାନୀ ଠକିଲେ ହେବ ଆକ୍ସନ- ରାଜସ୍ୱ ମନ୍ତ୍ରୀ

ସେହିପରି ନୂଆବର୍ଷରେ ରାଜ୍ୟ କଂଗ୍ରେସ ଦେଖିବ ନୂଆ ପିସିସି ସଭାପତି। ନୂଆ ଟିମ ନୂଆ ଯୋଶ ନେଇ ପୁଣି ନିଜ ସଙ୍ଗଠନକୁ ଦୃଢ କରିବାକୁ କଂଗ୍ରେସ ଯୋଜନା କରିଥିବାବେଳେ ନୂଆ ବର୍ଷରେ ତାହା ଘୋ,ଣା କରିବ ଏଆଇସିସି । ନୂଆ ପିସିସି ସଭାପତି ଘୋଷଣା ପରେ ଦଳର ସବୁ ନେତାଙ୍କୁ ଏକାଠି କରି ସଙ୍ଗଠନ ମଜଭୁତ କରିବା ହେବ ରାଜ୍ୟ କଂଗ୍ରେସ ପାଇଁ ବଡ ଟ୍ୟାକ୍ସ । ଉଭୟ ବିଧାୟକ ଦଳ ଏବଂ ପିସିସି ଭିତରେ ସମନ୍ବୟ ରଖି ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ କଂଗ୍ରେସ ଅଣ୍ଟା ଭିଡିଛି । କୁହାଯାଏ ରାଜନିତୀରେ ଘଡିକେ ଘୋଡା ଛୁଟେ। ଯାହା ୨୦୨୪ରେ ରାଜ୍ୟ ବାସୀ ଦେଖିସାରିଛନ୍ତି। ଆଉ ୨୦୨୫ରେ ରାଜନୈତିକ ପ୍ଲାନ କିଏ କେତେ ପୂରଣ କରୁଛନ୍ତି ତାହା ଆଗକୁ ଦେଖିବାକୁ ମିଳିବ।