ରାଞ୍ଚିରେ ପଦ୍ମ ଧରିବେ ଚମ୍ପାଇ ସୋରେନ୍; ଶୁକ୍ରବାର ବିଧିବିଦ୍ଧ ଭାବେ ବିଜେପିରେ ହେବେ ସାମିଲ
ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ଶୁକ୍ରବାର ବଡ଼ ହଲଚଲ ଦେଖିବାକୁ ମିଳିବ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବାକୁ ଯାଉଛନ୍ତି । ଆଜି ରାଞ୍ଚିରେ ସେ ବିଧିବିଦ୍ଧ ଭାବେ ବିଜେପିରେ ମିଶିବେ । କିଛି ଦିନ ତଳେ ଜେଏମଏମର ହାତ ଛାଡ଼ିଥିଲେ ଚମ୍ପାଇ । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ସାକ୍ଷାତ କରି ପଦ୍ମ ଦଳରେ ସେ ସାମିଲ୍ ହେବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଘୋଷଣା କରିଥିଲେ । ଝଡ଼ାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡ଼ି ପାରେ ନିଜ ଇସ୍ତଫା ପତ୍ର ଶିବୁ ସୋରେନଙ୍କ ପାଖକୁ ପଠାଇଥିଲେ । ସେ ଏଥିରେ ଲେଖିଛନ୍ତି, ପାର୍ଟି ନିଜ ଲକ୍ଷ୍ୟରୁ ବାହାରି ସାରିଛି ଏବଂ ଏଜଏମଏମ ଛାଡିବି ବୋଲି ଭାବି ନଥିଲି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ ସମସ୍ତ ପ୍ରକାର ସ୍ପଷ୍ଟୀକରଣ ଦେଇଥିଲେ । ଅନ୍ୟପଟେ ଚମ୍ପାଇ ସୋରେନ ଦଳ ଛାଡ଼ିବା ପରେ ହେମନ୍ତ ସୋରେନଙ୍କ କ୍ୟାମ୍ପରୁ ପ୍ରଥମ ପ୍ରତିକ୍ରିୟା ଆସିଥିଲା, ଚମ୍ପାଇ ସୋରେନ ମୁଖା ଖୋଲିଯାଇଛି ବୋଲି ସେ କହିଥିଲେ ।
ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ଶୁକ୍ରବାର ବଡ଼ ହଲଚଲ ଦେଖିବାକୁ ମିଳିବ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବାକୁ ଯାଉଛନ୍ତି । ଆଜି ରାଞ୍ଚିରେ ସେ ବିଧିବିଦ୍ଧ ଭାବେ ବିଜେପିରେ ମିଶିବେ । କିଛି ଦିନ ତଳେ ଜେଏମଏମର ହାତ ଛାଡ଼ିଥିଲେ ଚମ୍ପାଇ । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ସାକ୍ଷାତ କରି ପଦ୍ମ ଦଳରେ ସେ ସାମିଲ୍ ହେବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଘୋଷଣା କରିଥିଲେ ।
ଝଡ଼ାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡ଼ି ପାରେ ନିଜ ଇସ୍ତଫା ପତ୍ର ଶିବୁ ସୋରେନଙ୍କ ପାଖକୁ ପଠାଇଥିଲେ । ସେ ଏଥିରେ ଲେଖିଛନ୍ତି, ପାର୍ଟି ନିଜ ଲକ୍ଷ୍ୟରୁ ବାହାରି ସାରିଛି ଏବଂ ଏଜଏମଏମ ଛାଡିବି ବୋଲି ଭାବି ନଥିଲି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ ସମସ୍ତ ପ୍ରକାର ସ୍ପଷ୍ଟୀକରଣ ଦେଇଥିଲେ । ଅନ୍ୟପଟେ ଚମ୍ପାଇ ସୋରେନ ଦଳ ଛାଡ଼ିବା ପରେ ହେମନ୍ତ ସୋରେନଙ୍କ କ୍ୟାମ୍ପରୁ ପ୍ରଥମ ପ୍ରତିକ୍ରିୟା ଆସିଥିଲା, ଚମ୍ପାଇ ସୋରେନ ମୁଖା ଖୋଲିଯାଇଛି ବୋଲି ସେ କହିଥିଲେ ।