ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ
ଭୁବନେଶ୍ୱର,୧୨ା୩: ପୁରୀର ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁସାନ। ଉକ୍ତ କାର୍ଯ୍ୟକ୍ରମରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଏବଂ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ଗତ ଫେବୃଆରୀ ୨୭ ତାରିଖରେ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଥିଲେ। ତେବେ ଆଜି ଅର୍ଥାତ୍ ବୁଧବାର […] The post ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ appeared first on Dharitri Odia News.
ଭୁବନେଶ୍ୱର,୧୨ା୩: ପୁରୀର ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁସାନ। ଉକ୍ତ କାର୍ଯ୍ୟକ୍ରମରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଏବଂ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।
ଗତ ଫେବୃଆରୀ ୨୭ ତାରିଖରେ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଥିଲେ।
ତେବେ ଆଜି ଅର୍ଥାତ୍ ବୁଧବାର ଉତ୍ତମଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁସାନ। ସୋମବାର ଭୁବନେଶ୍ୱରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ସ୍ବର୍ଗତ ଉତ୍ତମଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
The post ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ appeared first on Dharitri Odia News.