ତଣ୍ଟିଚିପି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
ପୁରୀ: ପାରିବାରିକ କଳହରୁ ସ୍ୱାମୀର ନାରକୀୟ କାଣ୍ଡ । ପୁରୀ ତାଳବଣିଆ ଥାନା ସିଦ୍ଧ ମହାବୀର ଚମାର ସାହିରେ ଘଟିଛି ଏହି ଅଘଟଣ। ସ୍ତ୍ରୀକୁ ମାରି ଆତ୍ମସର୍ମପଣ କଲା ସ୍ଵାମୀ। ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା। ପରେ ତାଳବଣିଆ ଥାନାରେ ଆତ୍ମସର୍ମପଣ କରିଥିଲା ଅଭିଯୁକ୍ତ ସ୍ଵାମୀ। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନଥିବାବେଳେ […]

ପୁରୀ: ପାରିବାରିକ କଳହରୁ ସ୍ୱାମୀର ନାରକୀୟ କାଣ୍ଡ । ପୁରୀ ତାଳବଣିଆ ଥାନା ସିଦ୍ଧ ମହାବୀର ଚମାର ସାହିରେ ଘଟିଛି ଏହି ଅଘଟଣ। ସ୍ତ୍ରୀକୁ ମାରି ଆତ୍ମସର୍ମପଣ କଲା ସ୍ଵାମୀ। ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା। ପରେ ତାଳବଣିଆ ଥାନାରେ ଆତ୍ମସର୍ମପଣ କରିଥିଲା ଅଭିଯୁକ୍ତ ସ୍ଵାମୀ। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନଥିବାବେଳେ ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ତାଳବଣିଆ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମୃତକ ସ୍ତ୍ରୀ ହେଉଛନ୍ତି ସୌଦାମିନୀ ବେହେରା ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ବାଦଲ ବେହେରା । ସୌଦାମିନୀ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବରେ କାମ କରୁଥିବା ବେଳେ ବାଦଲ ଜଗନ୍ନାଥ ମେଡିକାଲ କଲେଜରେ ସିକ୍ୟୁରିଟି ଭାବରେ କାମ କରୁଥିବା ସୂଚନା ମିଳିଛି ।