କେଜ୍ରିୱାଲଙ୍କ ସଚିବ ଓ ଆପ୍ ନେତାଙ୍କ ୧୨ଟି ଠିକଣାରେ ଚଢ଼ାଉ
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଅନେକ ଆପ୍ ନେତାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଦିଲ୍ଲୀ-ଏନ୍ସିଆର ଅଂଚଳରେ ମୋଟ୍ ୧୨ଟି ସ୍ଥାନରେ ଇଡି ଚଢ଼ଉ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର ପୂର୍ବତନ ସଦସ୍ୟ ସଲଭ କୁମାରଙ୍କ ଅଧିକାଂଶ ଠିକଣାରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ବିଭବ ଏବଂ ସଲଭଙ୍କ […]

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଅନେକ ଆପ୍ ନେତାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଦିଲ୍ଲୀ-ଏନ୍ସିଆର ଅଂଚଳରେ ମୋଟ୍ ୧୨ଟି ସ୍ଥାନରେ ଇଡି ଚଢ଼ଉ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର ପୂର୍ବତନ ସଦସ୍ୟ ସଲଭ କୁମାରଙ୍କ ଅଧିକାଂଶ ଠିକଣାରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ବିଭବ ଏବଂ ସଲଭଙ୍କ ବ୍ୟତୀତ ଇଡି ଅଧିକାରୀମାନେ ଦଳର କୋଷାଧ୍ୟକ୍ଷ ଏନଡି ଗୁପ୍ତାଙ୍କ ବାସଭବନରେ ମଧ୍ୟ ଚଢ଼ଉ କରିଛନ୍ତି। କେଜ୍ରିଓ୍ଵାଲ ପଞ୍ଚମ ଲଗାତାର ୫ ଥର ପାଇଁ ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବାର ।