EXIT POLL 2024: ଦକ୍ଷିଣର ଦ୍ୱାର ଖୋଲି କେରଳ ଯାଏ ପହଞ୍ଚୁଛି ବିଜେପି, ସାଉଥ୍ରେ ବିଜେପିକୁ ବଡ଼ ଲାଭ
ନୂଆଦିଲ୍ଲୀ: ଶନିବାର ସାଧାରଣ ନିର୍ବାଚନ ପାଇଁ ମତଦାନ ସରିବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା ବୁଥବାହୁଡ଼ା ମତ ଜାରି କରାଯାଇଛି । ଏହା ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଦକ୍ଷିଣ ରାଜ୍ୟଗୁଡ଼ିକରେ ବଡ଼ ଲାଭ ମିଳିପାରେ । ଏନଡିଏକୁ ଦକ୍ଷିଣର ରାଜ୍ୟଗୁଡ଼ିକରେ ୫୭ରୁ ୬୫ ଆସନ ମିଳିପାରେ । ଏହା ବ୍ୟତୀତ ବିଜେପି କେରଳ ଏବଂ ତାମିଲନାଡ଼ୁ ପରି ରାଜ୍ୟରେ ନିଜ ଖାତା ଖୋଲିପାରେ । ଅନ୍ୟପଟେ ଇଣ୍ଡି ମେଣ୍ଟକୁ ୫୯ରୁ ୬୬ ଆସନ ମିଳିବାର ସମ୍ଭବନା ରହିଛି । ଅନ୍ୟ ଦଳଗୁଡିକୁ ୪ରୁ ୭ ଆସନ ମିଳିପାରେ । ଇଣ୍ଡିଆ ଟିଭି-ସିଏନଏକ୍ସ ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ମଧ୍ୟରୁ ଏନଡିଏ ମେଣ୍ଟକୁ ୧୯ରୁ ୨୨ ଆସନ ମିଳିପାରେ । ଏଥିରେ ବିଜେପିକୁ ୪-୬ ମିଳିପାରେ । ସେହିପରି ଏହାର ସହଯୋଗୀ ଟିଡିପିକୁ ୧୩-୧୫ ଆସନ ମିଳିପାରେ । ଅନ୍ୟପଟେ ୱାଇଏସଆରସିପିକୁ ୩-୫ ଆସନ ମିଳିପାରେ ।କର୍ଣ୍ଣାଟକର ୨୮ ଆସନ ମଧ୍ୟରୁ ଏନଡିଏକୁ ୨୦-୨୪ ଆସନ ମିଳିପାରେ । ଯେଉଁଥିରୁ ବିଜେପିକୁ ୧୮-୨୪ ଆସନ ଯାଇପାରେ । ସେପଟେ ତେଲଙ୍ଗାନାରେ ବିଜେପି ସବୁଠୁ ବଡ଼ ପାର୍ଟି ହୋଇପାରେ । ରାଜ୍ୟର ୧୭ ଆସନ ମଧ୍ୟରୁ ବିଜେପି ୮-୧୦ ଆସନ ଜିତିପାରେ । କଂଗ୍ରେସ ୬-୮ ଆସନ ଜିତିପାରେ । ତେବେ କେରଳରେ ବିଜେପି ଏଥର ନିଜ ଖାତା ଖୋଲିପାରେ । ଦଳକୁ ଏଠାରେ ୧-୩ ଆସନ ମିଳୁଥିବା ସର୍ଭେ କହୁଛି । ତାମିଲନାଡ଼ୁରେ ମଧ୍ୟ ବିଜେପିକୁ ୫-୭ ଆସନ ମିଳୁଥିବା ଏକଜିଟ୍ ପୋଲରେ ଜଣାପଡ଼ୁଛି । ଏହାସହ
ନୂଆଦିଲ୍ଲୀ: ଶନିବାର ସାଧାରଣ ନିର୍ବାଚନ ପାଇଁ ମତଦାନ ସରିବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା ବୁଥବାହୁଡ଼ା ମତ ଜାରି କରାଯାଇଛି । ଏହା ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଦକ୍ଷିଣ ରାଜ୍ୟଗୁଡ଼ିକରେ ବଡ଼ ଲାଭ ମିଳିପାରେ । ଏନଡିଏକୁ ଦକ୍ଷିଣର ରାଜ୍ୟଗୁଡ଼ିକରେ ୫୭ରୁ ୬୫ ଆସନ ମିଳିପାରେ । ଏହା ବ୍ୟତୀତ ବିଜେପି କେରଳ ଏବଂ ତାମିଲନାଡ଼ୁ ପରି ରାଜ୍ୟରେ ନିଜ ଖାତା ଖୋଲିପାରେ । ଅନ୍ୟପଟେ ଇଣ୍ଡି ମେଣ୍ଟକୁ ୫୯ରୁ ୬୬ ଆସନ ମିଳିବାର ସମ୍ଭବନା ରହିଛି । ଅନ୍ୟ ଦଳଗୁଡିକୁ ୪ରୁ ୭ ଆସନ ମିଳିପାରେ ।
ଇଣ୍ଡିଆ ଟିଭି-ସିଏନଏକ୍ସ ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ମଧ୍ୟରୁ ଏନଡିଏ ମେଣ୍ଟକୁ ୧୯ରୁ ୨୨ ଆସନ ମିଳିପାରେ । ଏଥିରେ ବିଜେପିକୁ ୪-୬ ମିଳିପାରେ । ସେହିପରି ଏହାର ସହଯୋଗୀ ଟିଡିପିକୁ ୧୩-୧୫ ଆସନ ମିଳିପାରେ । ଅନ୍ୟପଟେ ୱାଇଏସଆରସିପିକୁ ୩-୫ ଆସନ ମିଳିପାରେ ।
କର୍ଣ୍ଣାଟକର ୨୮ ଆସନ ମଧ୍ୟରୁ ଏନଡିଏକୁ ୨୦-୨୪ ଆସନ ମିଳିପାରେ । ଯେଉଁଥିରୁ ବିଜେପିକୁ ୧୮-୨୪ ଆସନ ଯାଇପାରେ । ସେପଟେ ତେଲଙ୍ଗାନାରେ ବିଜେପି ସବୁଠୁ ବଡ଼ ପାର୍ଟି ହୋଇପାରେ । ରାଜ୍ୟର ୧୭ ଆସନ ମଧ୍ୟରୁ ବିଜେପି ୮-୧୦ ଆସନ ଜିତିପାରେ । କଂଗ୍ରେସ ୬-୮ ଆସନ ଜିତିପାରେ । ତେବେ କେରଳରେ ବିଜେପି ଏଥର ନିଜ ଖାତା ଖୋଲିପାରେ । ଦଳକୁ ଏଠାରେ ୧-୩ ଆସନ ମିଳୁଥିବା ସର୍ଭେ କହୁଛି । ତାମିଲନାଡ଼ୁରେ ମଧ୍ୟ ବିଜେପିକୁ ୫-୭ ଆସନ ମିଳୁଥିବା ଏକଜିଟ୍ ପୋଲରେ ଜଣାପଡ଼ୁଛି । ଏହାସହ ପୁଡୁଚେରୀର ଏକମାତ୍ର ଆସନ ବି ବିଜେପି ପାଖକୁ ଯାଉଥିବା ଏକଜିଟ୍ ପୋଲରେ ଜଣାପଡ଼ୁଛି ।
ଉଲ୍ଲେଖଯୋଗ୍ୟ ଯେ ବିଜେପି ଦକ୍ଷିଣରେ ନିଜ ବିସ୍ତାର ପାଇଁ ବହୁ ପରିଶ୍ରମ କରିବା ସହ ଲଗାତାର ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଅନେକ ଥର ଦକ୍ଷିଣ ରାଜ୍ୟଗୁଡ଼ିକ ଗସ୍ତ କରିଛନ୍ତି । ପିଏମ୍ ମୋଦୀ ଏବଂ ବିଜେପିର ଏହି ଉଦ୍ୟମ ତାମିଲନାଡ଼ୁ ଏବଂ କେରଳର ଏକଜିଟ୍ ପୋଲ ପରିଣାମରେ ଦେଖିବାକୁ ମିଳୁଛି ।