୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର
କୋଟପାଡ,୧୯ା୩(କେ. ରାଜଶେଖର ରାଓ)-କୋରାପୁଟ ଜ଼ିଲା କୋଟପାଡରେ ମଙ୍ଗଳବାର ଅପରାନ୍ନ ୫ଟାରେ ସହରଠାରୁ ୧୨ କି.ମି. ଦୂର ସର୍ଗିଗୁଡା ପଞ୍ଚାୟତଠାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏଥିରେ ୬ଜଣ ଗୁରୁତର ହୋଇଛନ୍ତି। କୋଟପାଡ଼ ଅଞ୍ଚଳରୁ ଜୟପୁର ଯାଉଥିବା ଏକ କାର ଅପରପାର୍ଶ୍ୱରୁ ଆସୁଥିବା କାର ସହ ଧକ୍କା ହୋଇଥିଲା। ଖବର ପାଇ କୋଟପାଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଗୁରୁତର ଥିବା ୩ […] The post ୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର appeared first on Dharitri Odia News.
କୋଟପାଡ,୧୯ା୩(କେ. ରାଜଶେଖର ରାଓ)-କୋରାପୁଟ ଜ଼ିଲା କୋଟପାଡରେ ମଙ୍ଗଳବାର ଅପରାନ୍ନ ୫ଟାରେ ସହରଠାରୁ ୧୨ କି.ମି. ଦୂର ସର୍ଗିଗୁଡା ପଞ୍ଚାୟତଠାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏଥିରେ ୬ଜଣ ଗୁରୁତର ହୋଇଛନ୍ତି। କୋଟପାଡ଼ ଅଞ୍ଚଳରୁ ଜୟପୁର ଯାଉଥିବା ଏକ କାର ଅପରପାର୍ଶ୍ୱରୁ ଆସୁଥିବା କାର ସହ ଧକ୍କା ହୋଇଥିଲା। ଖବର ପାଇ କୋଟପାଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଗୁରୁତର ଥିବା ୩ ଜଣଙ୍କୁ ଜୟପୁର ସାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଉଭୟ କାର ନଂ. ଓଡି,୦୪ଏ-୮୭୯୬ ଓ ୟୁପି୯୩ ଏଏସ୍ଏଏସ-୦୯୦୯ ବୋଲି ଜଣାପଡିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଉଭୟ କାରକୁ ଜବତ କରାଯାଇଛି।
The post ୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର appeared first on Dharitri Odia News.