କାଷ୍ଟିଂ କାଉଚ ଅନଭୂତି ଖୁବ କଷ୍ଟ

ଟିଭି ଅଭିନେତ୍ରୀ ହେଲି ଶାହଙ୍କ ବୟାନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସେ ନିଜର ଆରମ୍ଭ ଦିନରେ କରିଥିବା ଷ୍ଟ୍ରଗଲ ସମ୍ପର୍କରେ ମନଖୋଲି କଥା ହୋଇଛନ୍ତି । ସେ କ୍ୟାରିୟରର ପ୍ରଥମରୁ କାଷ୍ଟିଂ କାଉଚର ସାମନା କରିଥିବା ପ୍ରକାଶ କରିଛନ୍ତି । ଏହି ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି କି କ୍ୟାରିୟର ଆରମ୍ଭ କରିବାର ମାତ୍ର ୨ ରୁ ୩ ବର୍ଷ ଭିତରେ ସେ କାଷ୍ଟିଂ କାଉଚର ସାମନା କରିଥିଲେ । ଏହି ସମୟରେ […]

କାଷ୍ଟିଂ କାଉଚ ଅନଭୂତି ଖୁବ କଷ୍ଟ

ଟିଭି ଅଭିନେତ୍ରୀ ହେଲି ଶାହଙ୍କ ବୟାନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସେ ନିଜର ଆରମ୍ଭ ଦିନରେ କରିଥିବା ଷ୍ଟ୍ରଗଲ ସମ୍ପର୍କରେ ମନଖୋଲି କଥା ହୋଇଛନ୍ତି । ସେ କ୍ୟାରିୟରର ପ୍ରଥମରୁ କାଷ୍ଟିଂ କାଉଚର ସାମନା କରିଥିବା ପ୍ରକାଶ କରିଛନ୍ତି । ଏହି ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି କି କ୍ୟାରିୟର ଆରମ୍ଭ କରିବାର ମାତ୍ର ୨ ରୁ ୩ ବର୍ଷ ଭିତରେ ସେ କାଷ୍ଟିଂ କାଉଚର ସାମନା କରିଥିଲେ । ଏହି ସମୟରେ ସେ ନିଜ ମାଆଙ୍କ ସହିତ ମୁମ୍ବାଇ ଫିଲ୍ମ ସିଟିରେ ଅଡିସନ ଦେବା ପାଇଁ ଯାଇଥିବା ସମୟରେ ତାଙ୍କ ସହ ଏହି ଘଟଣା ଘଟିଥିଲା । ତେବେ ଏଥିରେ ସେ କାହାର ନାଁ ନେଇ ନାହାନ୍ତି ହେଲେ ଯିଏ ତାଙ୍କୁ ଖରାପ ବ୍ୟବହାର କରିଥିଲେ ସେ ସେ ସମୟରେ ଖୁବ ପରିଚିତ ଥିଲେ ବୋଲି ପ୍ରକାଶ କରିଛନ୍ତି । ସେହିଭଳି ଯଦି ସେ ସମୟରେ ତାଙ୍କ ମାଆ ତାଙ୍କ ସହିତ ନଥାନ୍ତେ ତେବେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସହିତ ଅନେକ କିଛି ଖରାପ କରିଥାଆନ୍ତେ ବୋଲି ହେଲି ପ୍ରକାଶ କରିଛନ୍ତି । ଏହି ଅନୁଭୂତି ଖୁବ ଭୟଙ୍କର ଥିବା ସେ ପ୍ରକାଶ କରିଛନ୍ତି ।