STA ଯୁଗ୍ମ ଡେପୁଟି କମିଶନର ଗିରଫ

କଟକ : ବନ୍ଧା ହେଲେ ଆଉ ଜଣେ କୋଟିପତି ସରକାରୀ ବାବୁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ଗିରଫ । ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ସୂଚନାନୁସାରେ,ଗୁରୁଵାର ସକାଳେ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କର କଟକ, ଭୁବନେଶ୍ବର, ପୁରୀ ସମେତ ଏକକାଳୀନ ୯ଟି ସ୍ଥାନରେ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ପ୍ରଦୀପ […]

STA ଯୁଗ୍ମ ଡେପୁଟି କମିଶନର ଗିରଫ
STA ଯୁଗ୍ମ ଡେପୁଟି କମିଶନର ଗିରଫ

କଟକ : ବନ୍ଧା ହେଲେ ଆଉ ଜଣେ କୋଟିପତି ସରକାରୀ ବାବୁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ଗିରଫ । ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା ।

ସୂଚନାନୁସାରେ,ଗୁରୁଵାର ସକାଳେ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କର କଟକ, ଭୁବନେଶ୍ବର, ପୁରୀ ସମେତ ଏକକାଳୀନ ୯ଟି ସ୍ଥାନରେ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ପ୍ରଦୀପ ମହାନ୍ତିଙ୍କର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରସ୍ଥିତ ଘର ଓ ରଘୁନାଥପୁରେ ଥିବା ଫ୍ଲାଟ୍, ନୟାଗଡ଼ ଜିଲ୍ଲା ରଣପୁର କୁଶୁପଲ୍ଲାରେ ଥିବା ଫାର୍ମ ହାଉସ୍, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଥିବା ପୈତୃକ ବାସଭବନ, ପୁରୀ ଟାଉନ ଜେନୀରି ଛକ ଭକ୍ତି ରତ୍ନ ଲେନରେ ଥିବା ସମ୍ପର୍କୀୟଙ୍କ ଘର, କଟକ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ମାଳିପଡ଼ାରେ ଥିବା ସମ୍ପର୍କୀୟଙ୍କ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଇଥିଲା ।

ଯାଞ୍ଚ ସମୟରେ ପ୍ରଦୀପ ମହାନ୍ତିଙ୍କ ମୈତ୍ରୀ ବିହାର ଘରୁ ୧୫ ଲକ୍ଷ ନଗଦ ଟଙ୍କା, ୩ଟି ସୁନା ବିସ୍କୁଟ ସହ ପେଟି ପେଟି ସୁନା ଅଳଙ୍କାର ମିଳିଥିଲା । ଆନୁମାନିକ ୨ କେଜି ୧୦୦ ଗ୍ରାମ ସୁନା ଜବତ ହୋଇଥିଲା । ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ୧୧ଟି ପ୍ଲଟ ଥିବା ଜଣ। ପଡିଥିଲା । ଏହାସହ ସେ ଭୁବନେଶ୍ବରରେ ଏକ ଫୋର ବିଏଚକେ ଫ୍ଲାଟ କିଣିବା ପାଇଁ ସେ ୧ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ। ପୁରୀରେ ରହିଛି ତାଙ୍କର ଦୁଇଟି ବେନାମୀ ଫ୍ଲାଟ । ରଣପୁରରେ ୧୪ ଏକରର ଏକ ଫାର୍ମ ହାଉସ ଥିବା ଜଣାପଡିଥିଲା । ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୧୨ ଇନସ୍ପେକ୍ଟର, ୨୫ ଜଣ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀମାନେ ସାମିଲ ହୋଇଥିଲେ ।