ଲୁହାପଥର ପରିବହନ ପାଇଁ ପାଇପ ଲାଇନ କାମକୁ ବନ୍ଦ କଲେ ଟ୍ରକ ମାଲିକ

କେନ୍ଦୁଝର ସଦର: ପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲା ଟ୍ରକମାଲିକ ସଂଘ, ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଦ୍ୱାରା ଗଠିତ କୋର କମିଟିରେ ଥିବା ସଦସ୍ୟ ଓ ଟ୍ରକ ମାଲିକମାନେ ସୋମବାର କେନ୍ଦୁଝର ଜିଲାର ଗୋପାଳପୁର, କତରାବେଡା, ଘଟଗାଁ ଓ ଆନନ୍ଦପୁର ଅଂଚଳରେ ଚାଲୁଥିବା ପାଇପ ଲାଇନ କାମକୁ […]

ଲୁହାପଥର ପରିବହନ ପାଇଁ ପାଇପ ଲାଇନ କାମକୁ ବନ୍ଦ କଲେ ଟ୍ରକ ମାଲିକ

କେନ୍ଦୁଝର ସଦର: ପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲା ଟ୍ରକମାଲିକ ସଂଘ, ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଦ୍ୱାରା ଗଠିତ କୋର କମିଟିରେ ଥିବା ସଦସ୍ୟ ଓ ଟ୍ରକ ମାଲିକମାନେ ସୋମବାର କେନ୍ଦୁଝର ଜିଲାର ଗୋପାଳପୁର, କତରାବେଡା, ଘଟଗାଁ ଓ ଆନନ୍ଦପୁର ଅଂଚଳରେ ଚାଲୁଥିବା ପାଇପ ଲାଇନ କାମକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି।
କୋର କମିଟି ସଦସ୍ୟମାନେ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ପାଇପ୍ ଲାଇନ ମାଧ୍ୟମରେ ଲୁହାପଥର ପରିବହନକୁ ବିରୋଧ କରି ଦୁଇ ଦୁଇ ଥର କାମ ବନ୍ଦ କରିଥିଲେ। ଜିଲା ଟ୍ରକ ଗୁଡ଼ିକୁ ଖଣିଜ ପରିବହନ କାର୍ଯ୍ୟରେ ଅଗ୍ରାଧିକାର ଦାବିକୁ ବହୁବାର ଲିଖତ ତଥା ଧର୍ମଘଟ ଜରିଆରେ ସରକାରଙ୍କୁ ଜଣାଇଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ଵା ରାଜ୍ୟ ସରକାରଙ୍କ ତରଫରୁ ଟ୍ରକ ମାଲିକଙ୍କ ସ୍ବାର୍ଥ ତଥା ଟ୍ରକ ଦ୍ବାରା ଲୁହାପଥର ପରିବହନ ବ୍ୟବସାୟ ବିଷୟରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହାର ଫଳ ସ୍ବରୂପ ଜିଲ୍ଲାର ହଜାର ହଜାର ଟ୍ରକ କାର୍ଯ୍ୟ ନପାଇ ଠିଆ ହୋଇ ରହିଛନ୍ତି।
ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଟ୍ରକ ଯୋଗେ ଲୁହ ପଥର ପରିବହନ ବ୍ୟବସାୟକୁ ନିଜର ମୁଖ୍ୟ ବ୍ୟବସାୟ ଭାବରେ ଗ୍ରହଣ କରି ନେଇଛନ୍ତି ଓ ଏହି ପରିବହନ ବ୍ୟବସାୟ କରି ଗାଡିର ବ୍ୟାଙ୍କ୍ ଋଣ ଶୁଝିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କେବଳ ଯେ ଗାଡି ମାଲିକମାନେ ଏହି ବ୍ୟବସାୟରୁ ଉପକୃତ ହେଉଛନ୍ତି ତାହା ନୁହେଁ ବରଂ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ବ୍ୟବସାୟ ଉପରେ ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷ ନିର୍ଭରଶୀଳ । ଏହି ଟ୍ରକ ପରିବହନ ବ୍ୟବସାୟ ଉପରେ ଜିଲାର ସମ୍ପୂର୍ଣ୍ଣ ଆର୍ଥିକ ସ୍ଥିତି ମଧ୍ୟ ନିର୍ଭର କରୁଅଛି। ପାଇପ ଲାଇନରେ ଲୁହାପଥର ପରିବହନ ହେଲେ ଜିଲାରେ ଉତ୍କଟ ଜଳାଭାବ ଦେଖାଦେବ। ତେଣୁ ପାଇପ୍ ଲାଇନ୍ କାମକୁ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଏହି ବିରୋଧକୁ ଜୋରଦାର କରାଯିବ ବୋଲି କହିଛନ୍ତି କୋର କମିଟିର ସଦସ୍ୟ ମାନେ ।

ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

ଖାଲି ସୁନା ନୁହେଁ ଅକ୍ଷୟ ତୃତୀୟାରେ କିଣି ଆଣନ୍ତୁ ଏହି ଜିନିଷ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା