ୟୁକୋ ୩୩୩ର ଶୁଭାରମ୍ଭ

ଭୁବନେଶ୍ୱର, ୧୨।୧୦: ୟୁକୋ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଯୋଜନା ‘ୟୁକୋ ୩୩୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ସୀମିତ ସମୟ ପାଇଁ ଉପଲବ୍ଧ ଏହି ନୂଆ ୩୩୩ ଦିନିଆ ଡିପୋଜିଟ୍‌ ସ୍କିମ୍‌ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ କରାଯାଇଛି। ଏହି ସ୍କିମ୍‌ ୩କୋଟିରୁ କମ୍‌ ଘରୋଇ ରିଟେଲ୍‌ ମିଆଦୀ ଜମା ପାଇଁ ପ୍ରଯୁଜ୍ୟ ଥିଲାବେଳେ ଏହି ସ୍କିମ୍‌ ଅନ୍ତର୍ଗତ ବାର୍ଷିକ ୭.୩୦% ସର୍ବାଧିକ ସୁଧହାରରେ ସର୍ବସାଧାରଣଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ୭.୫୫% ସର୍ବାଧିକ ସୁଧହାର ପ୍ରଦାନ କରାଯାଉଛି, ଯାହା ଦ୍ୱାରା […] The post ୟୁକୋ ୩୩୩ର ଶୁଭାରମ୍ଭ appeared first on Dharitri Odia News.

ୟୁକୋ ୩୩୩ର ଶୁଭାରମ୍ଭ

ଭୁବନେଶ୍ୱର, ୧୨।୧୦: ୟୁକୋ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଯୋଜନା ‘ୟୁକୋ ୩୩୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ସୀମିତ ସମୟ ପାଇଁ ଉପଲବ୍ଧ ଏହି ନୂଆ ୩୩୩ ଦିନିଆ ଡିପୋଜିଟ୍‌ ସ୍କିମ୍‌ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ କରାଯାଇଛି। ଏହି ସ୍କିମ୍‌ ୩କୋଟିରୁ କମ୍‌ ଘରୋଇ ରିଟେଲ୍‌ ମିଆଦୀ ଜମା ପାଇଁ ପ୍ରଯୁଜ୍ୟ ଥିଲାବେଳେ ଏହି ସ୍କିମ୍‌ ଅନ୍ତର୍ଗତ ବାର୍ଷିକ ୭.୩୦% ସର୍ବାଧିକ ସୁଧହାରରେ ସର୍ବସାଧାରଣଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ୭.୫୫% ସର୍ବାଧିକ ସୁଧହାର ପ୍ରଦାନ କରାଯାଉଛି, ଯାହା ଦ୍ୱାରା ସେମାନେ ଜମା ରାଶି ଉପରେ ଅଧିକ ସୁଧ ହାର ଫେରସ୍ତ ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।
ଅପରପକ୍ଷରେ ‘ୟୁକୋ ୩୩୩’ସ୍କିମ୍‌ର ସୁଧହାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା ସୁଧ ହାର ମଧ୍ୟରେ ସର୍ବୋତ୍ତମ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ବ୍ୟାଙ୍କର ବର୍ତ୍ତମାନ ଓ ନୂତନ ଗ୍ରାହକମାନଙ୍କ ମଧ୍ୟରେ ଏହି ସ୍କିମ୍‌କୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି।

The post ୟୁକୋ ୩୩୩ର ଶୁଭାରମ୍ଭ appeared first on Dharitri Odia News.