ଭାରତର ବିସ୍ଫୋରକ ବ୍ୟାଟିଂ, ୨୮୫/୯ରେ ଇନିଂସ ସମାପ୍ତି ଘୋଷଣା

କାନପୁର: ଏଠାରେ ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରି  ପ୍ରଥମ ଇନିଂସ ୨୮୫/୯ରେ ଇନିଂସ ସମାପ୍ତି ଘୋଷଣା କରିଛି।  ଏଥିସହ ଦଳ ବାଂଲାଦେଶଠୁ ୫୨ ରନ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ ୭୨ ରନ ଓ କେଏଲ ରାହୁଲ ୬୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ବିରାଟ କୋହଲି ୪୭ ରନ ଓ ଶୁଭମନ ଗିଲ୍ ୩୯ ରନ କରିଛନ୍ତି। ଭାରତ ଦ୍ରୁତ ବ୍ୟାଟିଂ କରି ମାତ୍ର ୩୪.୪ ଓଭରରେ ୮.୨୨ ହାରରେ ଏହି ରନ ସଂଗ୍ରହ କରିଛି। ଏହି ବ୍ୟାଟିଂ ଜରିଆରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅନେକ କୀର୍ତ୍ତିମାନ ନିଜ ନାମରେ କରିଛି। 