ମସ୍କଙ୍କ ୨୭ ଲକ୍ଷର TESLA ଉପରେ ଭାରତରେ ଲାଗୁଛି ୩୩ଲକ୍ଷର ଶୁଳ୍କ, ଲୋକେ କହୁଛନ୍ତି TAX-LA

ନୂଆଦିଲ୍ଲୀ ୧୭।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର ଟେସ୍ଲା ଶେଷରେ ଭାରତ ପହଞ୍ଚିଛି। ମୁମ୍ବାଇରେ ଟେସ୍ଲାର ପ୍ରଥମ କାର ସୋ ରୁମ ଖୋଲିଯାଇଛି। କମ୍ପାନୀ ତାର ପ୍ରସିଦ୍ଧ ‘ୱାଇ’ ମଡେଲକୁ ଭାରତରେ ଲଞ୍ଚ କରିଛି। ହେଲେ ଏହାର ମୂଲ୍ୟ ଏବେ ଭାରତୀୟଙ୍କୁ ଆଚମ୍ଭିତ କରିଛି। ଲୋକେ ସୋସିଆଲ ମିଡିଆରେ ଟେସ୍ଲାର ଦରକୁ ନେଇ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି। ଏହାର କାରଣ ହେଉଛି ଭାରତରେ ଟେସ୍ଲା ଉପରେ ଲାଗୁ ହେଉଥିବା କର। ଟେସ୍ଲାର ମୂଳ ମୂଲ୍ୟ ୨୭ ଲକ୍ଷ ଟଙ୍କା ପଡୁଥିବା ବେଳେ ବିଭିନ୍ନ ଶୁଳ୍କ ଲାଗୁ ହେବା ପରେ ଏହାର ଦର ୬୦ ଲକ୍ଷ ଟଙ୍କାକୁ ପହଞ୍ଚି ଯାଇଛି। ଟେସ୍ଲା ତାର ‘ୱାଇ’ କାରର ଦୁଇଟି ଭେରିଆଣ୍ଟ ଉପଲବ୍ଧ କରିଛି। ଟେସ୍ଲାର ଭାରତୀୟ ୱେବସାଇଟ୍ ଅନୁସାରେ ଗୋଟିଏ ମଡେଲ ଦର ୫୯.୮୯ଲକ୍ଷ ଟଙ୍କା ହୋଇଥିବା ବେଳେ ଅନ୍ୟଟିର ମୂଲ୍ୟ ୬୭.୮୯ ଲକ୍ଷ ଟଙ୍କା ରହିଛି। ଏହି ମୂଲ୍ୟ ସୂଚୀ ଅନେକ ଲୋକଙ୍କ ମଥା ଘୁରେଇ ଦେଇଛି। କାରଣ ଆମେରିକାରେ ଏହି କାର ଶୁଳ୍କ ସହିତ ୩୩ଲକ୍ଷ ଟଙ୍କାରେ ମିଳୁଛି। Tesla Launched in India (finally)Actual price - 27LTotal Tax - 33L (import duty + GST + GST Cess)Final Price ~ 60LTax La Model Y pic.twitter.com/ubax2sDCRk— Divyansh Kulshreshtha (@divyanshkul) July 15, 2025ଉଲ୍ଲେଖଯୋଗ୍ୟ ଯେ ଟେସ୍ଲା ତାର ଗାଡ଼ି ଭାରତରେ ତିଆରି କରୁ ନାହିଁ। ଏହି କାର ଚୀନ୍‌ ରେ ତିଆରି ହେଉ

ମସ୍କଙ୍କ ୨୭ ଲକ୍ଷର  TESLA ଉପରେ ଭାରତରେ ଲାଗୁଛି ୩୩ଲକ୍ଷର ଶୁଳ୍କ, ଲୋକେ କହୁଛନ୍ତି TAX-LA

ନୂଆଦିଲ୍ଲୀ ୧୭।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର ଟେସ୍ଲା ଶେଷରେ ଭାରତ ପହଞ୍ଚିଛି। ମୁମ୍ବାଇରେ ଟେସ୍ଲାର ପ୍ରଥମ କାର ସୋ ରୁମ ଖୋଲିଯାଇଛି। କମ୍ପାନୀ ତାର ପ୍ରସିଦ୍ଧ ‘ୱାଇ’ ମଡେଲକୁ ଭାରତରେ ଲଞ୍ଚ କରିଛି। ହେଲେ ଏହାର ମୂଲ୍ୟ ଏବେ ଭାରତୀୟଙ୍କୁ ଆଚମ୍ଭିତ କରିଛି। ଲୋକେ ସୋସିଆଲ ମିଡିଆରେ ଟେସ୍ଲାର ଦରକୁ ନେଇ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି। ଏହାର କାରଣ ହେଉଛି ଭାରତରେ ଟେସ୍ଲା ଉପରେ ଲାଗୁ ହେଉଥିବା କର। 

ଟେସ୍ଲାର ମୂଳ ମୂଲ୍ୟ ୨୭ ଲକ୍ଷ ଟଙ୍କା ପଡୁଥିବା ବେଳେ ବିଭିନ୍ନ ଶୁଳ୍କ ଲାଗୁ ହେବା ପରେ ଏହାର ଦର ୬୦ ଲକ୍ଷ ଟଙ୍କାକୁ ପହଞ୍ଚି ଯାଇଛି। ଟେସ୍ଲା ତାର ‘ୱାଇ’ କାରର ଦୁଇଟି ଭେରିଆଣ୍ଟ ଉପଲବ୍ଧ କରିଛି। ଟେସ୍ଲାର ଭାରତୀୟ ୱେବସାଇଟ୍ ଅନୁସାରେ ଗୋଟିଏ ମଡେଲ ଦର ୫୯.୮୯ଲକ୍ଷ ଟଙ୍କା ହୋଇଥିବା ବେଳେ ଅନ୍ୟଟିର ମୂଲ୍ୟ ୬୭.୮୯ ଲକ୍ଷ ଟଙ୍କା ରହିଛି। ଏହି ମୂଲ୍ୟ ସୂଚୀ ଅନେକ ଲୋକଙ୍କ ମଥା ଘୁରେଇ ଦେଇଛି। କାରଣ ଆମେରିକାରେ ଏହି କାର ଶୁଳ୍କ ସହିତ ୩୩ଲକ୍ଷ ଟଙ୍କାରେ ମିଳୁଛି। 


ଉଲ୍ଲେଖଯୋଗ୍ୟ ଯେ ଟେସ୍ଲା ତାର ଗାଡ଼ି ଭାରତରେ ତିଆରି କରୁ ନାହିଁ। ଏହି କାର ଚୀନ୍‌ ରେ ତିଆରି ହେଉଛି ଓ ସେଠାରୁ ଇମ୍ପୋର୍ଟ କରି ଭାରତ ଅଣାଯାଉଛି। ଭାରତରେ ଇଲେକ୍ଟ୍ରିକ ଗାଡ଼ି ଉପରେ ୭୦% ଇମ୍ପୋର୍ଟ ଡ୍ୟୁଟି ଲାଗୁ ହେଉଛି। ଏହା ଛଡା ଗ୍ରାହକଙ୍କୁ ଲଗଜୁରୀ ଟ୍ୟାକ୍ସ ବାବଦକୁ ୩୦% ପୈଠ କରିବାକୁ ପଡୁଛି। ଏହି କାରଣରୁ କାର ମୂଲ୍ୟରୁ ଅଧିକ ଟ୍ୟାକ୍ସ ରୂପେ ରାଜକୋଷକୁ ଯାଉଛି। 


ଟେସ୍ଲାର ମୂଲ୍ୟ ଓ ଟ୍ୟାକ୍ସକୁ ନେଇ ସୋସିଆଲ ମିଡିଆରେ ଲୋକେ ଖୁବ୍ ଅସନ୍ତୋଷ ପ୍ରକାଶ କରୁଛନ୍ତି। କେତେକ ୟୁଜର ଟେସ୍ଲାର ନାମକୁ ପରିହାସରେ ‘ଟ୍ୟାକ୍ସ-ଲା’ ବୋଲି ଉଲ୍ଲେଖ କରୁଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ ଭାରତରେ ଟେସ୍ଲା କିଣିବା ଅର୍ଥ କମ୍ପାନୀକୁ ୨୭ ଲକ୍ଷ ଟଙ୍କା ଦେବା ଓ ଟ୍ୟାକ୍ସ ରୂପେ ସରକାରଙ୍କୁ ୩୩ଲକ୍ଷ ଟଙ୍କା ଦେବା ସହ ସମାନ। ଏଣୁ ଏଥିରେ କେତେକ କେତେକ ୟୁଜର ଭାରତରେ ଟେସ୍ଲା ନିର୍ମାଣ ନ ହେଲେ ନାହିଁ ଆସେମ୍ବ୍ଲ ନ ହେବା ପର୍ଯ୍ୟନ୍ତ କାର କିଣିବା ସାଧାରଣ ଲୋକଙ୍କ ପହଞ୍ଚର ବାହାରେ ବୋଲି ଉଲ୍ଲେଖ କରୁଛନ୍ତି।