ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ କଳା ପଟି ବାନ୍ଧି ଓହ୍ଲାଇଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ: ଦୁବାଇରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଛି । ତେବେ ଆଜିର ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବା ବେଳେ ଭାରତୀୟ ଖେଳାଳି ବ୍ଲାକ୍ ଆର୍ମବ୍ୟାଣ୍ଡ (କଳା ପଟି) ପିନ୍ଧି ଓହ୍ଲାଇଛନ୍ତି ।ଭାରତୀୟ ଟିମ୍ ଘରୋଇ କ୍ରିକେଟର କିମ୍ୱଦନ୍ତୀ ଖେଳାଳି ପଦ୍ମାକାର ଶିବାଲକରଙ୍କ ସ୍ମୃତି ଓ ସମ୍ମାନର୍ଥେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ବାମ ହାତରେ କଳା ପଟି ବାନ୍ଧି ଓହ୍ଲାଇଥିଲେ । ବାର୍ଦ୍ଧକଜନିତ କାରଣରୁ ସୋମବାର ପଦ୍ମାକରଙ୍କ ନିଧନ ହୋଇଥିଲା । ମୁମ୍ୱାଇରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।In honour of the late Shri Padmakar Shivalkar, Team India is wearing black armbands today.— BCCI (@BCCI) March 4, 2025ବିସିସିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି, 'ସ୍ୱର୍ଗତ ପଦ୍ମାକର ଶିବାଲକରଙ୍କ ସମ୍ମାନରେ ଭାରତୀୟ ଟିମ୍ ଆଜି କଳା ପଟ୍ଟି ପିନ୍ଧି ଖେଳୁଛନ୍ତି ।' ଉଲ୍ଲେଖଯୋଗ୍ୟ ଯେ ଶିବାଲକର ଘରୋଇ କ୍ରିକେଟରେ ଜଣେ ଚମତ୍କାର ସ୍ମିନର ଥିଲେ, କିନ୍ତୁ ତାଙ୍କୁ ଭାରତ ପାଇଁ ଖେଳିବାର ସୁଯୋଗ ମିଳିନଥିଲା । କାରଣ ସେ ବିସନ ସିଂହ ବେଦୀଙ୍କ ମହାନ ଖେଳାଳିଙ୍କ ଯୁଗରେ ଖେଳୁଥିଲେ । ପଦ୍ମାକର ୧୨୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୧୬.୬୯ ହାରରେ ୫୮୯ଟି ୱିକେଟ୍ ନେଇଥିଲେ । ସେ ୧୯୬୧-୬୨ରୁ ୧
ନୂଆଦିଲ୍ଲୀ: ଦୁବାଇରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଛି । ତେବେ ଆଜିର ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବା ବେଳେ ଭାରତୀୟ ଖେଳାଳି ବ୍ଲାକ୍ ଆର୍ମବ୍ୟାଣ୍ଡ (କଳା ପଟି) ପିନ୍ଧି ଓହ୍ଲାଇଛନ୍ତି ।
ଭାରତୀୟ ଟିମ୍ ଘରୋଇ କ୍ରିକେଟର କିମ୍ୱଦନ୍ତୀ ଖେଳାଳି ପଦ୍ମାକାର ଶିବାଲକରଙ୍କ ସ୍ମୃତି ଓ ସମ୍ମାନର୍ଥେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ବାମ ହାତରେ କଳା ପଟି ବାନ୍ଧି ଓହ୍ଲାଇଥିଲେ । ବାର୍ଦ୍ଧକଜନିତ କାରଣରୁ ସୋମବାର ପଦ୍ମାକରଙ୍କ ନିଧନ ହୋଇଥିଲା । ମୁମ୍ୱାଇରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
In honour of the late Shri Padmakar Shivalkar, Team India is wearing black armbands today.— BCCI (@BCCI) March 4, 2025
ବିସିସିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି, 'ସ୍ୱର୍ଗତ ପଦ୍ମାକର ଶିବାଲକରଙ୍କ ସମ୍ମାନରେ ଭାରତୀୟ ଟିମ୍ ଆଜି କଳା ପଟ୍ଟି ପିନ୍ଧି ଖେଳୁଛନ୍ତି ।' ଉଲ୍ଲେଖଯୋଗ୍ୟ ଯେ ଶିବାଲକର ଘରୋଇ କ୍ରିକେଟରେ ଜଣେ ଚମତ୍କାର ସ୍ମିନର ଥିଲେ, କିନ୍ତୁ ତାଙ୍କୁ ଭାରତ ପାଇଁ ଖେଳିବାର ସୁଯୋଗ ମିଳିନଥିଲା । କାରଣ ସେ ବିସନ ସିଂହ ବେଦୀଙ୍କ ମହାନ ଖେଳାଳିଙ୍କ ଯୁଗରେ ଖେଳୁଥିଲେ । ପଦ୍ମାକର ୧୨୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୧୬.୬୯ ହାରରେ ୫୮୯ଟି ୱିକେଟ୍ ନେଇଥିଲେ । ସେ ୧୯୬୧-୬୨ରୁ ୧୯୮୭-୮୮ ସିଜିନ ଯାଏ ଖେଳିଥିଲେ ।

ଏହି ବାମହାତୀ ସ୍ପିନର ୨୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ୪୮ ବର୍ଷ ଯାଏ ଖେଳିଥିଲେ । ରଣଜୀରେ ସେ ୩୬୧ ୱିକେଟ୍ ନେଇଥିଲେ । ଏଥିରେ ସେ ୧୧ଥର ୧୦ ୱିକେଟ୍ ନେଇଥିଲେ । ସେହିପରି ଲିଷ୍ଟ ଏ’ରେ ୧୨ଟି ମ୍ୟାଚ୍ ଖେଳି ୧୬ ୱିକେଟ୍ ନେଇଥିଲେ । ଘରୋଇ କ୍ରିକେଟରେ ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାର ଭାରତୀୟ କ୍ରିକେଟ୍ ବୋର୍ଡ ତାଙ୍କୁ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରିଥିଲା ।