ରୋଚକ ହେବ ଜୟଦେବ ବିଧାନସଭା ଲଢେଇ

ଜୟଦେବ ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ଏହି ଆସନରେ ଲଢ଼େଇ ରୋଚକ ହେବାକୁ ଯାଉଛି।

ରୋଚକ ହେବ ଜୟଦେବ ବିଧାନସଭା ଲଢେଇ

ଜୟଦେବ ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ଏହି ଆସନରେ ଲଢ଼େଇ ରୋଚକ ହେବାକୁ ଯାଉଛି। ଜଣେ ମାଲକାନଗିରିର ପୂର୍ବତନ ବିଧାୟକ । ଆଉ ଜଣେ କୋରାପୁଟର ପୂର୍ବତନ ବିଧାୟକ । ଉଭୟେ ଦକ୍ଷିଣ ଓଡ଼ିଶାର ନେତା । ନିଜ ଏରିଆରେ ଦୃଢ ସଂଗଠକ। କିନ୍ତୁ ଦୁଇ ଜାତୀୟ ଦଳ ଏରିଆ ଛଡାଇ ପଠାଇଦେଲା ଉପକୂଳକୁ । ଅର୍ଥାତ ଭୁବନେଶ୍ୱର ନିକଟବର୍ତ୍ତୀ ଜୟଦେବରୁ ଲଢୁଛନ୍ତି ଏହି ଦୁଇ ନେତା। ବିଜେପି ମାଲକାନଗିରିର ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ପ୍ରାର୍ଥୀ କରିଛି।