UN ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ନେତନ୍ୟାହୁଙ୍କ ଅପିଲ୍, ଛାଡ଼ି ଦିଅନ୍ତୁ ଲେବାନନ !

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଅପିଲ୍। ତତ୍କାଳ ପ୍ରଭାବରୁ ଲେବାନନର ଦକ୍ଷିଣ ଅଞ୍ଚଳରେ ମୁତୟନ ମିଳିତ ଜାତିସଂଘ ବଳ(UNIFIL)କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ବାହାର କରନ୍ତୁ। କାରଣ ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ନିକଟରେ ଏକ ଭିଡିଓ ଜାରି କରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ଉପରୋକ୍ତ ବୟାନ ଦେଇଛନ୍ତି। ନେତନ୍ୟାହୁ କହିଛନ୍ତି, ମୁଁ ମିଳିତ ଜାତିସଂଘର ମହାସଚିବଙ୍କୁ ଅପିଲ୍ କରୁଛି ଯେ, ହିଜବୁଲ୍ଲାର ମଜବୁତ ଠିକଣା ଓ ଲଢେଇ ଚାଲିଥିବା ଅଞ୍ଚଳରୁ UNIFILକୁ ହଟାଇବା ଏବେ ଜରୁରୀ। ନେତନ୍ୟାହୁ କହିଛନ୍ତି ମହାଶୟ ମହାସଚିବ, ୟୁନିଫିଲ ବଳକୁ ବିପଦରୁ ବାହାରକୁ  ଆଣନ୍ତୁ। ନିକଟରେ ଅକ୍ଟୋବର ୧୧ ତାରିଖରେ ଦୁଇଟି ଘଟଣାରେ ଇସ୍ରାଏଲୀ ରକ୍ଷା ବଳ(ଆଇଡିଏଫ)ର ଗୁଳିମାଡ଼ରେ ନାକୋରା ନିକଟସ୍ଥ ଏକ ନୀରିକ୍ଷଣ ଟାଓ୍ଵାର ନିକଟରେ  ୟୁନିଫିଲ୍‌ର ଦୁଇ ଜଣ ଶାନ୍ତି ରକ୍ଷକ ଆହତ ହୋଇଥିଲେ। ନେତନ୍ୟାହୁ କହିଛନ୍ତି, ଶାନ୍ତି ରକ୍ଷକଙ୍କୁ ହିଜବୁଲ୍ଲାର ଠିକଣାରେ ମୁତୟନ କରିବା ହିଜବୁଲ୍ଲା ପାଇଁ ମାନବ ଢାଲର କାମ କରିପାରେ। ଏହି କାରଣରୁ ଶାନ୍ତି ରକ୍ଷକ ଓ ଇସ୍ରାଏଲୀ ସୈନିକ ଉଭୟଙ୍କ ପାଇଁ ବିପଦ ବଢି ଯାଇଛି।ଆୟରଲାଣ୍ଡର ପ୍ରତିରକ୍ଷା ବଳର ପ୍ରମୁଖ ଜେନେରାଲ ଶନ କ୍ଲାନ୍ସିଂ ଶୁକ୍ରବାର କହିଛନ୍ତି, ପର୍ଯ୍ୟବେକ୍ଷକ ଟାଓ୍ଵାର ଉପରେ ଜାଣିଶୁଣି ଗୁଳି

UN ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ନେତନ୍ୟାହୁଙ୍କ ଅପିଲ୍, ଛାଡ଼ି ଦିଅନ୍ତୁ ଲେବାନନ !

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଅପିଲ୍। ତତ୍କାଳ ପ୍ରଭାବରୁ ଲେବାନନର ଦକ୍ଷିଣ ଅଞ୍ଚଳରେ ମୁତୟନ ମିଳିତ ଜାତିସଂଘ ବଳ(UNIFIL)କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ବାହାର କରନ୍ତୁ। କାରଣ ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। 

ନିକଟରେ ଏକ ଭିଡିଓ ଜାରି କରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ଉପରୋକ୍ତ ବୟାନ ଦେଇଛନ୍ତି। ନେତନ୍ୟାହୁ କହିଛନ୍ତି, ମୁଁ ମିଳିତ ଜାତିସଂଘର ମହାସଚିବଙ୍କୁ ଅପିଲ୍ କରୁଛି ଯେ, ହିଜବୁଲ୍ଲାର ମଜବୁତ ଠିକଣା ଓ ଲଢେଇ ଚାଲିଥିବା ଅଞ୍ଚଳରୁ UNIFILକୁ ହଟାଇବା ଏବେ ଜରୁରୀ। ନେତନ୍ୟାହୁ କହିଛନ୍ତି ମହାଶୟ ମହାସଚିବ, ୟୁନିଫିଲ ବଳକୁ ବିପଦରୁ ବାହାରକୁ  ଆଣନ୍ତୁ। 

ନିକଟରେ ଅକ୍ଟୋବର ୧୧ ତାରିଖରେ ଦୁଇଟି ଘଟଣାରେ ଇସ୍ରାଏଲୀ ରକ୍ଷା ବଳ(ଆଇଡିଏଫ)ର ଗୁଳିମାଡ଼ରେ ନାକୋରା ନିକଟସ୍ଥ ଏକ ନୀରିକ୍ଷଣ ଟାଓ୍ଵାର ନିକଟରେ  ୟୁନିଫିଲ୍‌ର ଦୁଇ ଜଣ ଶାନ୍ତି ରକ୍ଷକ ଆହତ ହୋଇଥିଲେ। ନେତନ୍ୟାହୁ କହିଛନ୍ତି, ଶାନ୍ତି ରକ୍ଷକଙ୍କୁ ହିଜବୁଲ୍ଲାର ଠିକଣାରେ ମୁତୟନ କରିବା ହିଜବୁଲ୍ଲା ପାଇଁ ମାନବ ଢାଲର କାମ କରିପାରେ। ଏହି କାରଣରୁ ଶାନ୍ତି ରକ୍ଷକ ଓ ଇସ୍ରାଏଲୀ ସୈନିକ ଉଭୟଙ୍କ ପାଇଁ ବିପଦ ବଢି ଯାଇଛି।

ଆୟରଲାଣ୍ଡର ପ୍ରତିରକ୍ଷା ବଳର ପ୍ରମୁଖ ଜେନେରାଲ ଶନ କ୍ଲାନ୍ସିଂ ଶୁକ୍ରବାର କହିଛନ୍ତି, ପର୍ଯ୍ୟବେକ୍ଷକ ଟାଓ୍ଵାର ଉପରେ ଜାଣିଶୁଣି ଗୁଳି ମାଡ଼ କରାଯାଇଥିଲା। ଏକ ଛୋଟ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ କରାଯାଇଥିଲା, ଏହାକୁ ସଂଯୋଗ କୁହାଯାଇ ପାରିବ ନାହିଁ।