ଲଗାଣ ବର୍ଷାରେ ବଢିଲା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର, ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ

ଲମତାପୁଟ ୨୧।୭: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି l ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢି ବିପଦ ସଙ୍କେତ ଛୁଇଁବା ପରେ ଗେଟ୍ ଖୋଲିଛି । ଡ୍ୟାମ୍‌ର ୭ ନମ୍ବର ଗେଟ୍ ଖୋଲି ୨ ହଜାର କ୍ୟୁସେକ୍ ଜଳ ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫ ଶହ ୯୦ ଫୁଟ ଥିବାବେଳେ ବର୍ତ୍ତମାନ ୨୫ ଶହ ୮୯ ଫୁଟକୁ ଜଳସ୍ତର ଛୁଇଁଛି l ଆଗକୁ ବର୍ଷାର ପରିମାଣ ବଢିଲେ ଆହୁରି ଅନ୍ୟ ଗେଟ୍ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି  lYou Can Read:ଉଛୁଳା ଦେଓ ନଦୀରେ ଭାସିଯାଉଥିଲେ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଲଗାଣ ବର୍ଷାରେ ବଢିଲା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର, ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ

ଲମତାପୁଟ ୨୧।୭ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି l ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢି ବିପଦ ସଙ୍କେତ ଛୁଇଁବା ପରେ ଗେଟ୍ ଖୋଲିଛି । ଡ୍ୟାମ୍‌ର ୭ ନମ୍ବର ଗେଟ୍ ଖୋଲି ୨ ହଜାର କ୍ୟୁସେକ୍ ଜଳ ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫ ଶହ ୯୦ ଫୁଟ ଥିବାବେଳେ ବର୍ତ୍ତମାନ ୨୫ ଶହ ୮୯ ଫୁଟକୁ ଜଳସ୍ତର ଛୁଇଁଛି l ଆଗକୁ ବର୍ଷାର ପରିମାଣ ବଢିଲେ ଆହୁରି ଅନ୍ୟ ଗେଟ୍ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି  l

You Can Read:

ଉଛୁଳା ଦେଓ ନଦୀରେ ଭାସିଯାଉଥିଲେ, ଉଦ୍ଧାର କଲେ ସ୍ଥାନୀୟ ଯୁବକ