ଇଣ୍ଡିଗୋର ଅନନ୍ୟ ପଦକ୍ଷେପ, ଏବେ ଟିକେଟ୍ ବୁକିଂ ସମୟରେ ପଚାରିବନି ପୁରୁଷ ନା ସ୍ତ୍ରୀ

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ଏକ ଅନନ୍ୟ ପଦକ୍ଷେପ ନେବାକୁ ଯାଉଛି। ଦେଶର ବଜାରରେ ୬୨ ପ୍ରତିଶତ ଭାଗିଦାରୀ ରଖୁଥିବା କମ୍ପାନୀ ଟିକେଟ୍ ବୁକିଂ ସମୟରେ ଯାତ୍ରୀଙ୍କ ଲାଗି ଜେଣ୍ଡର-ନ୍ୟୁଟ୍ରଲ ସମ୍ମାନ ସୂଚକ ‘ଏମଏକ୍ସ’ ଅପସନ୍‌ ପ୍ରଦାନ କରିବେ। ଏଥିରେ ପଚରା ଯିବନି ଟିକେଟ୍ ବୁକିଂ କରୁଥିବା ଯାତ୍ରୀ ପୁରୁଷ ନା ମହିଳା। ଏପର୍ଯ୍ୟନ୍ତ ଏୟାରଲାଇନ୍ସ ୱେବସାଇଟ୍‌ରେ ଟିକେଟ୍ ବୁକିଂ କରିବା ବେଳେ ପୁରୁଷ ଓ ମହିଳା ଅପସନ ଥିଲା। ତେବେ ଭିସ୍ତାରା ଓ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଟିକେଟ କଲେ ଗ୍ରାହକଙ୍କ ଲାଗି ‘ଏମଏକ୍ସ’ ପୂର୍ବରୁ ଉପଲବ୍ଧ। ଇଣ୍ଡିଗୋ ଗ୍ରୁପ ଚିଫ୍ ହ୍ୟୁମାନ ରିସୋର୍ସ ଅଫିସର (ସିଏଚଆରଓ) ସୁଖଜିତ ଏସ୍ ପସରିଚା କହିଛନ୍ତି ଏୟାରଲାଇନ ତାଙ୍କ ଯାତ୍ରୀଙ୍କ ଲାଗି ବୁକିଂ ସମୟରେ ‘ଏମଏକ୍ସ’ ଅପସନ ପ୍ରଦାନ କରିବ ଓ ଏଥିରେ ସେହି ଟ୍ରାନ୍ସଜେଣ୍ଡରଙ୍କୁ ଏକ ଅପସନ ମିଳିବ ଯେଉଁଥିରେ ସେମାନେ ନିଜର ପରିଚୟ ଦେବାକୁ ଚାହୁଁ ନାହାନ୍ତି। ସିଏଚଆରଓ କହିଛନ୍ତି ଯେ ଇଣ୍ଡିଗୋ ଏପରି ଅନେକ ପଦକ୍ଷେପ ନେଇଛି ଯାହା ଏଲଜିବିଟିକ୍ୟୁ ପ୍ଲସ୍ ସମୂଦାୟଙ୍କୁ ସୁହାଉଛି। ଏହି ଏୟାରଲାଇନ୍ସରେ ୩୬,୮୬୦ ଜଣ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛି। ଏଥିରେ ଏଲଜିବିଟିକ୍ୟୁ ପ୍ଲସ୍ ଲୋକଙ୍କ ସହିତ ଦିବ୍ୟାଙ୍ଗଙ୍କୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଇଣ୍ଡିଗୋ ଦେଇଥିବା ସ୍ଥାୟୀ ନିଯୁକ୍ତିରେ ୫,

ଇଣ୍ଡିଗୋର ଅନନ୍ୟ ପଦକ୍ଷେପ, ଏବେ ଟିକେଟ୍ ବୁକିଂ ସମୟରେ ପଚାରିବନି ପୁରୁଷ ନା ସ୍ତ୍ରୀ

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ଏକ ଅନନ୍ୟ ପଦକ୍ଷେପ ନେବାକୁ ଯାଉଛି। ଦେଶର ବଜାରରେ ୬୨ ପ୍ରତିଶତ ଭାଗିଦାରୀ ରଖୁଥିବା କମ୍ପାନୀ ଟିକେଟ୍ ବୁକିଂ ସମୟରେ ଯାତ୍ରୀଙ୍କ ଲାଗି ଜେଣ୍ଡର-ନ୍ୟୁଟ୍ରଲ ସମ୍ମାନ ସୂଚକ ‘ଏମଏକ୍ସ’ ଅପସନ୍‌ ପ୍ରଦାନ କରିବେ। ଏଥିରେ ପଚରା ଯିବନି ଟିକେଟ୍ ବୁକିଂ କରୁଥିବା ଯାତ୍ରୀ ପୁରୁଷ ନା ମହିଳା। ଏପର୍ଯ୍ୟନ୍ତ ଏୟାରଲାଇନ୍ସ ୱେବସାଇଟ୍‌ରେ ଟିକେଟ୍ ବୁକିଂ କରିବା ବେଳେ ପୁରୁଷ ଓ ମହିଳା ଅପସନ ଥିଲା। 

ତେବେ ଭିସ୍ତାରା ଓ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଟିକେଟ କଲେ ଗ୍ରାହକଙ୍କ ଲାଗି ‘ଏମଏକ୍ସ’ ପୂର୍ବରୁ ଉପଲବ୍ଧ। ଇଣ୍ଡିଗୋ ଗ୍ରୁପ ଚିଫ୍ ହ୍ୟୁମାନ ରିସୋର୍ସ ଅଫିସର (ସିଏଚଆରଓ) ସୁଖଜିତ ଏସ୍ ପସରିଚା କହିଛନ୍ତି ଏୟାରଲାଇନ ତାଙ୍କ ଯାତ୍ରୀଙ୍କ ଲାଗି ବୁକିଂ ସମୟରେ ‘ଏମଏକ୍ସ’ ଅପସନ ପ୍ରଦାନ କରିବ ଓ ଏଥିରେ ସେହି ଟ୍ରାନ୍ସଜେଣ୍ଡରଙ୍କୁ ଏକ ଅପସନ ମିଳିବ ଯେଉଁଥିରେ ସେମାନେ ନିଜର ପରିଚୟ ଦେବାକୁ ଚାହୁଁ ନାହାନ୍ତି। ସିଏଚଆରଓ କହିଛନ୍ତି ଯେ ଇଣ୍ଡିଗୋ ଏପରି ଅନେକ ପଦକ୍ଷେପ ନେଇଛି ଯାହା ଏଲଜିବିଟିକ୍ୟୁ ପ୍ଲସ୍ ସମୂଦାୟଙ୍କୁ ସୁହାଉଛି। 

ଏହି ଏୟାରଲାଇନ୍ସରେ ୩୬,୮୬୦ ଜଣ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛି। ଏଥିରେ ଏଲଜିବିଟିକ୍ୟୁ ପ୍ଲସ୍ ଲୋକଙ୍କ ସହିତ ଦିବ୍ୟାଙ୍ଗଙ୍କୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଇଣ୍ଡିଗୋ ଦେଇଥିବା ସ୍ଥାୟୀ ନିଯୁକ୍ତିରେ ୫,୦୩୮ ଜଣ ପାଇଲଟ ଥିବା ବେଳେ ୯,୩୬୩ ଜଣ କ୍ୟାବିକ୍ରୁ ମେମ୍ବର ମଧ୍ୟ ଅଛନ୍ତି। ଏହା ଛଡା ପସରିଚା କହିଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ଏୟାରଲାଇନ୍ସର ଲକ୍ଷ ନିଯୁକ୍ତି କ୍ଷେତ୍ରରେ ଦିବ୍ୟାଙ୍ଗ ଲୋକଙ୍କ ସଂଖ୍ୟାକୁ ଦୁଇଗୁଣ କରିବା।