ଇସ୍ରାଏଲ୍ ଉପରେ ହିଜବୁଲ୍ଲାର ମିସାଇଲ୍ ମାଡ; କାଉଣ୍ଟର ଆଟାକ୍‌ରେ କଡ଼ା ଜବାବ ଦେଲେ ଆଇଡିଏଫ

ନୂଆଦିଲ୍ଲୀ,୨୩/୦୪: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଭିତରେ ହିଜବୁଲ୍ଲାର କାଉଣ୍ଟର ଆଟାକ୍ । ଉତ୍ତର ଇସ୍ରାଏଲର ସେନା ମୁଖ୍ୟାଳୟରେ ଥିବା କାଟୁଷା ଉପରେ ରକେଟ୍ ମାଡ଼ କରିଛି ଲେବାବନ ସମର୍ଥିତ ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀ । ଏଥିରେ ସେନା ମୁଖ୍ୟାଳୟ ନଷ୍ଟ ହୋଇଛି । ତେବେ ଏହାର କଡ଼ା ଜବାବ ଦେଇଛି ଆଇଡିଏଫ । ଶ୍ରଫା, ଓଡାଇସେ ଏବଂ ରାବ ଟ୍ଲାଟିନକୁ ଟାର୍ଗେଟ୍ କରିଛି ଇସ୍ରାଏଲ ସୈନ୍ୟ ବାହିନୀ । ଏହି ସବୁ ସହର ଉପରେ ଘନଘନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ୍ ସୈନ୍ୟ ପ୍ରତିକ୍ରିୟା ଦେଇ କହିଛି, ଆଇନ ଜେଟିମ୍ ଅଞ୍ଚଳରେ ଲେବାନନରୁ ପ୍ରାୟ ୩୫ଟି ରକେଟ୍ ଉତକ୍ଷେପଣ କରାଯାଇଛି, କିନ୍ତୁ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ରକେଟକୁ ଟାର୍ଗେଟ କରି ଇସ୍ରାଏଲ ସେନା ଏହାର ପ୍ରତିଶୋଧ ନେଇଥିଲା। ଏଏଫ୍‌ପି ନ୍ୟୁଜ୍ ଏଜେନ୍ସିର ଆକଳନ ଅନୁଯାୟୀ ଲେବାନନରେ ୭୦ଜଣ ସାଧାରଣ ନାଗରିକଙ୍କ ସହ ଅତି କମ୍‌ରେ ୩୭୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଇସ୍ରାଏଲ୍ ପକ୍ଷରୁ ୧୦ ଜଣ ସୈନିକ ଏବଂ ୮ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସେପଟେ ଇସ୍ରାଏଲ-ଇରାନ ତିକ୍ତତା ଚରମସୀମାରେ ପହଞ୍ଚି ବୋଲି ତେହରାନ୍ କହିଛି । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନାସିର କାନାନି ଚେତାବନୀ ଦେଇଛନ୍ତି, ଇସ୍ରାଏଲର ଆଉ କୌଣସି “ଭୁଲ” ଇରାନର ଏକ କଠୋର ଏବଂ ନିର୍ଣ୍ଣାୟକ ପ୍ରତିକ୍ରିୟାକୁ ସାମ୍ନାକୁ ଆଣିବ। ଏହାପୂର୍ବରୁ ଦକ୍ଷିଣ ଲେବାନାନର

ଇସ୍ରାଏଲ୍ ଉପରେ ହିଜବୁଲ୍ଲାର ମିସାଇଲ୍ ମାଡ; କାଉଣ୍ଟର ଆଟାକ୍‌ରେ କଡ଼ା ଜବାବ ଦେଲେ ଆଇଡିଏଫ

ନୂଆଦିଲ୍ଲୀ,୨୩/୦୪: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଭିତରେ ହିଜବୁଲ୍ଲାର କାଉଣ୍ଟର ଆଟାକ୍ । ଉତ୍ତର ଇସ୍ରାଏଲର ସେନା ମୁଖ୍ୟାଳୟରେ ଥିବା କାଟୁଷା ଉପରେ ରକେଟ୍ ମାଡ଼ କରିଛି ଲେବାବନ ସମର୍ଥିତ ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀ । ଏଥିରେ ସେନା ମୁଖ୍ୟାଳୟ ନଷ୍ଟ ହୋଇଛି । ତେବେ ଏହାର କଡ଼ା ଜବାବ ଦେଇଛି ଆଇଡିଏଫ । ଶ୍ରଫା, ଓଡାଇସେ ଏବଂ ରାବ ଟ୍ଲାଟିନକୁ ଟାର୍ଗେଟ୍ କରିଛି ଇସ୍ରାଏଲ ସୈନ୍ୟ ବାହିନୀ । ଏହି ସବୁ ସହର ଉପରେ ଘନଘନ ମିସାଇଲ୍ ମାଡ଼ କରିଛି । 

ଇସ୍ରାଏଲ୍ ସୈନ୍ୟ ପ୍ରତିକ୍ରିୟା ଦେଇ କହିଛି, ଆଇନ ଜେଟିମ୍ ଅଞ୍ଚଳରେ ଲେବାନନରୁ ପ୍ରାୟ ୩୫ଟି ରକେଟ୍ ଉତକ୍ଷେପଣ କରାଯାଇଛି, କିନ୍ତୁ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ରକେଟକୁ ଟାର୍ଗେଟ କରି ଇସ୍ରାଏଲ ସେନା ଏହାର ପ୍ରତିଶୋଧ ନେଇଥିଲା। ଏଏଫ୍‌ପି ନ୍ୟୁଜ୍ ଏଜେନ୍ସିର ଆକଳନ ଅନୁଯାୟୀ ଲେବାନନରେ ୭୦ଜଣ ସାଧାରଣ ନାଗରିକଙ୍କ ସହ ଅତି କମ୍‌ରେ ୩୭୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଇସ୍ରାଏଲ୍ ପକ୍ଷରୁ ୧୦ ଜଣ ସୈନିକ ଏବଂ ୮ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । 

ସେପଟେ ଇସ୍ରାଏଲ-ଇରାନ ତିକ୍ତତା ଚରମସୀମାରେ ପହଞ୍ଚି ବୋଲି ତେହରାନ୍ କହିଛି । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନାସିର କାନାନି ଚେତାବନୀ ଦେଇଛନ୍ତି, ଇସ୍ରାଏଲର ଆଉ କୌଣସି “ଭୁଲ” ଇରାନର ଏକ କଠୋର ଏବଂ ନିର୍ଣ୍ଣାୟକ ପ୍ରତିକ୍ରିୟାକୁ ସାମ୍ନାକୁ ଆଣିବ। ଏହାପୂର୍ବରୁ ଦକ୍ଷିଣ ଲେବାନାନର ଏକ ଗାଁରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅମଲ ଆନ୍ଦୋଳନର ଜଣେ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଲେବାନନ୍ ସାମରିକ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଦକ୍ଷିଣ ଲେବାନାନର ୮ଟି ସୀମାନ୍ତ ସହର ଏବଂ ଗାଁ ଉପରେ ଇସ୍ରାଏଲ୍ ସୈନ୍ୟବାହିନୀ ୧୨ ଟି ଏୟାର ଷ୍ଟ୍ରାଇକ୍ କରିଥିଲେ ଯେଉଁଥିରେ ୧୫ଟି ଘର ନଷ୍ଟ ହୋଇଯାଇଥିଲା ଏବଂ ୨୫ ଟି କ୍ଷତିଗ୍ରସ୍ତ ହୋଇଛି ।