ଜିଶାନ ଏବଂ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା ୨୦ ବର୍ଷର ଯୁବକ, ନୋଏଡାରୁ ଗିରଫ
ମୁମ୍ଵାଇ ୨୯।୧୦: ବଲିଉଡ ଅଭିନେତା ସଲମାନ ଖାନ ଏବଂ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକର ନାମ ଗୁଫରାନ୍ ଖାନ୍। ଯାହାର ବୟସ ମାତ୍ର ୨୦ ବର୍ଷ ବୋଲି କୁହାଯାଉଛି। ଗତ ଶୁକ୍ରବାର ଦିନ ଅଭିଯୁକ୍ତ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟରେ ଧମକ ଚମକ ଦେଇଥିଲେ। ଏହା ପରେ ମୁମ୍ବାଇ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ପୋଲିସର ସୂଚନାନୁସାରେ, ରବିବାର ସକାଳେ ଅଭିଯୁକ୍ତ ଗୁରଫାନ ଖାନଙ୍କ ଗିରଫ ହୋଇଥିଲା। ନୋଏଡାର ସେକ୍ଟର ୩୯ରୁ ଅଭିଯୁକ୍ତ ଗିରଫ ଅଭିଯୁକ୍ତ ଗୁରଫାନ ଖାନ ନୋଏଡା ଠାରେ ଲୁଚି ରହିଥିବା ସୂଚନା ମୁମ୍ବାଇ ପୋଲିସ ପାଇଥିଲା। ଏହା ପରେ ମୁମ୍ବାଇ ପୋଲିସର ଏକ ଟିମ୍ ନୋଏଡାକୁ ଆସିଥିଲେ। କ୍ରାଇମ ବ୍ରାଞ୍ଚ ଟିମ୍ ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ଦିନ ଅଭିଯୁକ୍ତ ବାନ୍ଦ୍ରା ପୂର୍ବର ଜିଶାନ ସିଦ୍ଦିକିଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଫୋନ କରି ଟଙ୍କା ମାଗିଥିଲେ। ଏଥିସହ ସେ ଟଙ୍କା ନଦେଲେ ଜିଶାନ ଏବଂ ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଗୁରଫାନ୍ ବରେଲିର ବାସିନ୍ଦା । ପୋଲିସ ମଧ୍ୟ ତାଙ୍କ ଫୋନକୁ ହେପାଜତକୁ ନେଇଛି । ତାଙ୍କର ପୁରୁଣା କଲ୍ ବିବରଣୀ ମଧ୍ୟ ବାହାର କରାଯିବ । ଯାହା ଦ୍ଵାରା ସେମାନଙ୍କ ବିଷୟରେ ଠୋସ୍ ସୂଚନା ମିଳିପାରିବ । ପୋଲିସ ଗୁରଫାନ ଖାନଙ୍କୁ ପଚରାଉଚରା କରୁଛି। ଯାହା ପରେ ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁ
ମୁମ୍ଵାଇ ୨୯।୧୦: ବଲିଉଡ ଅଭିନେତା ସଲମାନ ଖାନ ଏବଂ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକର ନାମ ଗୁଫରାନ୍ ଖାନ୍। ଯାହାର ବୟସ ମାତ୍ର ୨୦ ବର୍ଷ ବୋଲି କୁହାଯାଉଛି। ଗତ ଶୁକ୍ରବାର ଦିନ ଅଭିଯୁକ୍ତ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟରେ ଧମକ ଚମକ ଦେଇଥିଲେ। ଏହା ପରେ ମୁମ୍ବାଇ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ପୋଲିସର ସୂଚନାନୁସାରେ, ରବିବାର ସକାଳେ ଅଭିଯୁକ୍ତ ଗୁରଫାନ ଖାନଙ୍କ ଗିରଫ ହୋଇଥିଲା।
ନୋଏଡାର ସେକ୍ଟର ୩୯ରୁ ଅଭିଯୁକ୍ତ ଗିରଫ
ଅଭିଯୁକ୍ତ ଗୁରଫାନ ଖାନ ନୋଏଡା ଠାରେ ଲୁଚି ରହିଥିବା ସୂଚନା ମୁମ୍ବାଇ ପୋଲିସ ପାଇଥିଲା। ଏହା ପରେ ମୁମ୍ବାଇ ପୋଲିସର ଏକ ଟିମ୍ ନୋଏଡାକୁ ଆସିଥିଲେ। କ୍ରାଇମ ବ୍ରାଞ୍ଚ ଟିମ୍ ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ଦିନ ଅଭିଯୁକ୍ତ ବାନ୍ଦ୍ରା ପୂର୍ବର ଜିଶାନ ସିଦ୍ଦିକିଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଫୋନ କରି ଟଙ୍କା ମାଗିଥିଲେ। ଏଥିସହ ସେ ଟଙ୍କା ନଦେଲେ ଜିଶାନ ଏବଂ ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଗୁରଫାନ୍ ବରେଲିର ବାସିନ୍ଦା । ପୋଲିସ ମଧ୍ୟ ତାଙ୍କ ଫୋନକୁ ହେପାଜତକୁ ନେଇଛି । ତାଙ୍କର ପୁରୁଣା କଲ୍ ବିବରଣୀ ମଧ୍ୟ ବାହାର କରାଯିବ । ଯାହା ଦ୍ଵାରା ସେମାନଙ୍କ ବିଷୟରେ ଠୋସ୍ ସୂଚନା ମିଳିପାରିବ ।
ପୋଲିସ ଗୁରଫାନ ଖାନଙ୍କୁ ପଚରାଉଚରା କରୁଛି। ଯାହା ପରେ ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁମ୍ବାଇର ନିର୍ମଲ ନାଗର ପୋଲିସ ଷ୍ଟେସନରେ ଜିଶାନ ସିଦ୍ଦିକିଙ୍କ ଅଫିସ୍ କର୍ମଚାରୀ ଅଭିଯୋଗ କରିଥିଲେ। ତେବେ ତାଙ୍କର କୌଣସି ଅପରାଧିକ ଇତିହାସ ଅଛି କି ନାହିଁ ତାହା ଜାଣିବାକୁ ୟୁପି ପୋଲିସ ଚେଷ୍ଟା କରୁଛି। ବରେଲିରେ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ଖୋଜୁଛି।