କୋଟିପତି ସଫେଇ କର୍ମଚାରୀ
ଲଣ୍ଡନ: ବ୍ରିଟେନ୍ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗତ କ୍ରିସ୍ମସ୍ ସମୟରେ ନ୍ୟାଶନାଲ ଲଟେରିରେ ଜେମ୍ସ ୧୨୦ ପାଉଣ୍ଡ (୧୨,୬୭୬ ଟଙ୍କା) ଜିତିଥିଲେ ଏବଂ ଉକ୍ତ ଅର୍ଥରେ ସେ ଆଉ ଏକ ଲଟେରି ଟିକେଟ କିଣି ୮୦ କୋଟି ଟଙ୍କା ହାତେଇଛନ୍ତି। ତେବେ ୮୦ କୋଟି ଟଙ୍କାର ମାଲିକ ହେବା ପରେ ମଧ୍ୟ ଜେମ୍ସ ନିଜ ବୃତ୍ତିକୁ ଭୁଲିନାହାନ୍ତି […] The post କୋଟିପତି ସଫେଇ କର୍ମଚାରୀ appeared first on Dharitri Odia News.
ଲଣ୍ଡନ: ବ୍ରିଟେନ୍ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗତ କ୍ରିସ୍ମସ୍ ସମୟରେ ନ୍ୟାଶନାଲ ଲଟେରିରେ ଜେମ୍ସ ୧୨୦ ପାଉଣ୍ଡ (୧୨,୬୭୬ ଟଙ୍କା) ଜିତିଥିଲେ ଏବଂ ଉକ୍ତ ଅର୍ଥରେ ସେ ଆଉ ଏକ ଲଟେରି ଟିକେଟ କିଣି ୮୦ କୋଟି ଟଙ୍କା ହାତେଇଛନ୍ତି। ତେବେ ୮୦ କୋଟି ଟଙ୍କାର ମାଲିକ ହେବା ପରେ ମଧ୍ୟ ଜେମ୍ସ ନିଜ ବୃତ୍ତିକୁ ଭୁଲିନାହାନ୍ତି ଏବଂ ପୂର୍ବପରି ସେ ପ୍ରତିଦିନ ସକାଳେ ନିଜର ଡ୍ରେନ୍ ସଫା କାର୍ଯ୍ୟକୁ ଜାରି ରଖିଛନ୍ତି।
ଜେମ୍ସ କହିଛନ୍ତି, ଯେତେବେଳେ ସେ ୮୦ କୋଟି ଟଙ୍କାର ଲଟେରି ଜିତିଛନ୍ତି ବୋଲି ଜାଣିଲେ ତାଙ୍କୁ ପ୍ରଥମେ ବିଶ୍ୱାସ ହୋଇ ନ ଥିଲା। ଏହା ତାଙ୍କ ପାଇଁ ଏକ ସ୍ବପ୍ନ ସଦୃଶ ଥିଲା ବୋଲି ଜେମ୍ସ କହିଛନ୍ତି। ସେ ଏହାପରେ ନିଜ ପରିବାର ଓ ଗର୍ଲଫ୍ରେଣ୍ଡଙ୍କୁ ଏହି ଖୁସିଖବର ଜଣାଇଥିଲେ। କୋଟିପତି ହୋଇଥିବା ଖୁସିରେ ତାଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା ବୋଲି ଜେମ୍ସ କହିଛନ୍ତି।
ତେବେ ସମ୍ପ୍ରତି ଡ୍ରେନ୍ ସଫେଇ କର୍ମଚାରୀ ଭାବେ ସେ ନିଜ ବୃତ୍ତିକୁ ଛାଡ଼ିବେ ନାହିଁ ବୋଲି ଜେମ୍ସ କହିଛନ୍ତି। ଏବେ ତାଙ୍କର ବୟସ ଖୁବ୍ କମ୍। ଲଟେରି ଜିତି କୋଟିପତି ହେବାର ଅର୍ଥ ନୁହେଁ, ସେ ତାଙ୍କ କାମ ଛାଡ଼ିଦେବେ ବୋଲି ଜେମ୍ସ କହିଛନ୍ତି। ୮୦ କୋଟି ଟଙ୍କାର ଲଟେରି ଜିତିବାର ଠିକ୍ ପରଦିନ ସେ ଶୀତରେ ଠିଆ ହୋଇ ଡ୍ରେନ୍ ସଫା କରୁଥିବାର ନଜରକୁ ଆସିଥିଲେ। ଜଣେ ସଫେଇ କର୍ମଚାରୀ ଭାବେ ସହରକୁ ସଫାସୁତୁରା ରଖିବା ହେଉଛି ତାଙ୍କର ବାସ୍ତବତା। ସେ ଏହି ବାସ୍ତବତାକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ ବୋଲି ଜେମ୍ସ କହିଛନ୍ତି। ଏହି ନମ୍ର ଏବଂ ପରିଶ୍ରମୀ ସ୍ବଭାବ ଯୋଗୁ ଜେମ୍ସଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
The post କୋଟିପତି ସଫେଇ କର୍ମଚାରୀ appeared first on Dharitri Odia News.