କାର୍ରେ ଆସି ବସ୍ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ
ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ ୭୨ ହଜାର ଟଙ୍କା ଚୋରି ହୋଇଥିବା ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଛି। ୩ରୁ ୪ ଜଣ ଯୁବକ କାର୍ରେ ଆସି ବସରୁ ଉକ୍ତ ରୁପା ଭର୍ତ୍ତି ବ୍ୟାଗ ଓ ଟଙ୍କା ନେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିବା ଆଖପାଖରେ ଲାଗିଥିବା ସିସିଟିଭି ଫୁୂଟେଜରୁ ଜଣାପଡିଛି। ବ୍ରହ୍ମପୁରରୁ କୋଲକାତା […] The post କାର୍ରେ ଆସି ବସ୍ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ appeared first on Dharitri Odia News.
ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ ୭୨ ହଜାର ଟଙ୍କା ଚୋରି ହୋଇଥିବା ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଛି।
୩ରୁ ୪ ଜଣ ଯୁବକ କାର୍ରେ ଆସି ବସରୁ ଉକ୍ତ ରୁପା ଭର୍ତ୍ତି ବ୍ୟାଗ ଓ ଟଙ୍କା ନେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିବା ଆଖପାଖରେ ଲାଗିଥିବା ସିସିଟିଭି ଫୁୂଟେଜରୁ ଜଣାପଡିଛି। ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ‘ଖମ୍ବେଶ୍ବରୀ’ ବସ୍ଟି ଶୁକ୍ରବାର ସା ପ୍ରାୟ ୭ଟାରେ ଭେଜିପୁଟ ନିକଟରେ ଅଟକିଥିଲା। ପ୍ରାୟ ସମସ୍ତ ଯାତ୍ରୀ ଚା’ ଜଳଖିଆ ଖାଇବା ପାଇଁ ତଳକୁ ଓହ୍ଲାଇ ଯାଇଥିଲେ।
ଏହି ସମୟରେ ହଠାତ ୩ରୁ ୪ ଜଣ ଯୁବକ ବସ ଭିତରେ ପଶି କୋଲକାତାର ରୁପା ବ୍ୟବସାୟୀ ମିଥୁନ ମଣ୍ଡଳଙ୍କ ଦୁଇଟି ବ୍ୟାଗ ନେଇ ପଳାଇଥିଲେ। କିଛି ସମୟ ପରେ ଯାତ୍ରୀମାନେ ବସକୁ ଉଠିଥିଲେ। ବ୍ୟବସାୟୀ ଜଣକ ନିଜ ସିଟ ପାଖକୁ ଯିବାରେ ବ୍ୟାଗ ନ ଥିବା ଦେଖି ଚିତ୍କାର କରିଥିଲେ। ଖବରପାଇ ଖଲ୍ଲିକୋଟ ଥାନା ଏବଂ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ କାରକୁ ଧରିବା ପାଇଁ ଉଦ୍ୟମ ଚାଲିଛି।
The post କାର୍ରେ ଆସି ବସ୍ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ appeared first on Dharitri Odia News.