ଶୌଚ ହେବାକୁ ଯାଇଥିବାବେଳେ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଗଲେ ନାବାଳିକା

ନୀଳଗିରି ୩/୬: ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ ନାବାଳିକା । ଗୋଡାଇ ଗୋଡାଇ ଆକ୍ରମଣ କଲା ହାତୀ । ବାଲେଶ୍ବର ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଟୁଲୁଙ୍କଡାବ ଗାଁରେ କୁଲଡିହା ଅଭୟାରଣ୍ୟରୁ ଖସିଆସିଥିବା ହାତୀଟି ଉପଦ୍ରବ ଚଳାଇଛି ।ଗାଁର ସତ୍ୟ ପଲେଇଙ୍କ ଝିଅ ଅନସୁୟା ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀଟି ଆକ୍ରମଣ କରିଥିଲା । ନାବାଳିକା ହାତୀ ଭୟରେ ଦୌଡିବା ସମୟରେ କାଦୁଅ ଥିବା ସ୍ଥାନରେ ପଡିଯାଇଥିଲେ । ଆଉ ହାତୀଟି ତାଙ୍କ ଉପରେ ଗୋଡ ପକାଇଦେଇଥିଲା ।ଝିଅର ଚିତ୍କାର ଶୁଣି ବାପା ଦୌଡି ଆସି ଗାଁ ଲୋକଙ୍କୁ ପାଟି କରି ଡାକିଥିଲେ। ହାତୀଟି ଭୟରେ ଜଙ୍ଗଲ ଭିତରକୁ ପଳାଇଲା । ନାବାଳିକାଙ୍କ ମୁଣ୍ଡ,ମୁହଁ,ପିଠି,ଗୋଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି ।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ,ଫରେଷ୍ଟର ବାଲୁକେଶ୍ବର ହେମ୍ବ୍ରମ ତଦନ୍ତ କରିଛନ୍ତି । ସେପଟେ ବିଜେପି ନେତା ମନୋରଞ୍ଜନ ବେହେରା ହସପିଟାଲରେ ପହଞ୍ଚି ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । 

ଶୌଚ ହେବାକୁ ଯାଇଥିବାବେଳେ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଗଲେ ନାବାଳିକା

ନୀଳଗିରି ୩/୬: ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ ନାବାଳିକା । ଗୋଡାଇ ଗୋଡାଇ ଆକ୍ରମଣ କଲା ହାତୀ । ବାଲେଶ୍ବର ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଟୁଲୁଙ୍କଡାବ ଗାଁରେ କୁଲଡିହା ଅଭୟାରଣ୍ୟରୁ ଖସିଆସିଥିବା ହାତୀଟି ଉପଦ୍ରବ ଚଳାଇଛି ।ଗାଁର ସତ୍ୟ ପଲେଇଙ୍କ ଝିଅ ଅନସୁୟା ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀଟି ଆକ୍ରମଣ କରିଥିଲା । ନାବାଳିକା ହାତୀ ଭୟରେ ଦୌଡିବା ସମୟରେ କାଦୁଅ ଥିବା ସ୍ଥାନରେ ପଡିଯାଇଥିଲେ । ଆଉ ହାତୀଟି ତାଙ୍କ ଉପରେ ଗୋଡ ପକାଇଦେଇଥିଲା ।

ଝିଅର ଚିତ୍କାର ଶୁଣି ବାପା ଦୌଡି ଆସି ଗାଁ ଲୋକଙ୍କୁ ପାଟି କରି ଡାକିଥିଲେ। ହାତୀଟି ଭୟରେ ଜଙ୍ଗଲ ଭିତରକୁ ପଳାଇଲା । ନାବାଳିକାଙ୍କ ମୁଣ୍ଡ,ମୁହଁ,ପିଠି,ଗୋଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି ।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ,ଫରେଷ୍ଟର ବାଲୁକେଶ୍ବର ହେମ୍ବ୍ରମ ତଦନ୍ତ କରିଛନ୍ତି । ସେପଟେ ବିଜେପି ନେତା ମନୋରଞ୍ଜନ ବେହେରା ହସପିଟାଲରେ ପହଞ୍ଚି ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି ।