ରାଜ୍ୟରେ ବଢୁଛି ଶୀତର ପ୍ରକୋପ, ୧୫ ଡିଗ୍ରୀ ତଳେ ୧୩ ସହର, ରାଉରକେଲାରେ ଘନ କୁହୁଡ଼ି

ଭୁବନେଶ୍ୱର,୨୪/୧୧: ଶୁକ୍ରବାର ରାତିରେ ରାଜ୍ୟର ୧୩ଟି ସହରର ସର୍ବନିମ୍ନ  ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌  ତଳେ ଥିଲା । ଜି. ଉଦୟଗିରିରେ ରାତି  ତାପମାତ୍ରା ସର୍ବନିମ୍ନ ୮.୫ ଡିଗ୍ରୀ ରହିଥିଲା ।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା  ୧୧ଡିଗ୍ରୀ ରହିଛି । ଗୁରୁବାର ରାତିରେ ଏଠାରେ  ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ ଶୁକ୍ରବାର ୧ଡିଗ୍ରୀ ବଢ଼ିଛି । ସେହିପରି  ଦାରିଙ୍ଗିବାଡ଼ିରେ ୧୧.୫, କୋରାପୁଟରେ ୧୧.୩,  ଭବାନୀପାଟଣାରେ ୧୨, ରାଉରକେଲାରେ ୧୨.୧, ଝାରସୁଗୁଡ଼ାରେ ୧୨.୪, ସୁନ୍ଦରଗଡ଼ରେ  ୧୨.୫, ବଲାଙ୍ଗୀରରେ ୧୩ ଓ ରାୟଗଡ଼ାରେ  ୧୩.୨ ଡିଗ୍ରୀ ରେକର୍ଡ ହୋଇଛି । ଏକାଧିକ  ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବଢ଼ିଛି ।  ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ରାତି  ତାପମାତ୍ରା ୧୭ ଡିଗ୍ରୀ ଥିବାବେଳେ ଶୁକ୍ରବାର  ପ୍ରାୟ ୨ ଡିଗ୍ରୀ ଖସିଯାଇଛି । ଶୁକ୍ରବାର  ରାତି ତାପମାତ୍ରା ୧୫.୪ ଡିଗ୍ରୀ ରହିଛି । ସେହିଭଳି ଶୁକ୍ରବାର ରାତିରେ  ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ  ହୋଇଥିଲା । ୫୦ ମିଟରରୁ କମ୍‌ ଦୂରତାର  ଦୃଶ୍ୟ ବି ଦିଶିନଥିଲା। ଫୁଲବାଣୀରେ ମଧ୍ୟମ  ଧରଣର କୁହୁଡ଼ି ଓ ଭବାନୀପାଟଣାରେ  ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।

ରାଜ୍ୟରେ ବଢୁଛି ଶୀତର ପ୍ରକୋପ, ୧୫ ଡିଗ୍ରୀ ତଳେ ୧୩ ସହର, ରାଉରକେଲାରେ ଘନ କୁହୁଡ଼ି

ଭୁବନେଶ୍ୱର,୨୪/୧୧: ଶୁକ୍ରବାର ରାତିରେ ରାଜ୍ୟର ୧୩ଟି ସହରର ସର୍ବନିମ୍ନ  ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌  ତଳେ ଥିଲା । ଜି. ଉଦୟଗିରିରେ ରାତି  ତାପମାତ୍ରା ସର୍ବନିମ୍ନ ୮.୫ ଡିଗ୍ରୀ ରହିଥିଲା ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା  ୧୧ଡିଗ୍ରୀ ରହିଛି । ଗୁରୁବାର ରାତିରେ ଏଠାରେ  ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ ଶୁକ୍ରବାର ୧ଡିଗ୍ରୀ ବଢ଼ିଛି । ସେହିପରି  ଦାରିଙ୍ଗିବାଡ଼ିରେ ୧୧.୫, କୋରାପୁଟରେ ୧୧.୩,  ଭବାନୀପାଟଣାରେ ୧୨, ରାଉରକେଲାରେ ୧୨.୧, ଝାରସୁଗୁଡ଼ାରେ ୧୨.୪, ସୁନ୍ଦରଗଡ଼ରେ  ୧୨.୫, ବଲାଙ୍ଗୀରରେ ୧୩ ଓ ରାୟଗଡ଼ାରେ  ୧୩.୨ ଡିଗ୍ରୀ ରେକର୍ଡ ହୋଇଛି । ଏକାଧିକ  ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବଢ଼ିଛି ।  ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ରାତି  ତାପମାତ୍ରା ୧୭ ଡିଗ୍ରୀ ଥିବାବେଳେ ଶୁକ୍ରବାର  ପ୍ରାୟ ୨ ଡିଗ୍ରୀ ଖସିଯାଇଛି । ଶୁକ୍ରବାର  ରାତି ତାପମାତ୍ରା ୧୫.୪ ଡିଗ୍ରୀ ରହିଛି । 

ସେହିଭଳି ଶୁକ୍ରବାର ରାତିରେ  ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ  ହୋଇଥିଲା । ୫୦ ମିଟରରୁ କମ୍‌ ଦୂରତାର  ଦୃଶ୍ୟ ବି ଦିଶିନଥିଲା। ଫୁଲବାଣୀରେ ମଧ୍ୟମ  ଧରଣର କୁହୁଡ଼ି ଓ ଭବାନୀପାଟଣାରେ  ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।