CJIଙ୍କୁ ECI ଚୟନ କମିଟିରେ ସାମିଲ ନକରିବା ମାମଲାରେ ଆଜି ଶୁଣାଣି; ଆଇନ୍ ଉପରେ ରୋକ୍ ଲଗାଇବାକୁ ଦାବି
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି । ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କୁ ସାମିଲ ନକରିବା ମାମଲାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ ଦ୍ବାରା ଦାୟର ହୋଇଥିବା ମାମଲାରେ ବିଚାର କରିବେ । ଏଡିଆର ଯାଚିକାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ଅଧିନିୟମ, ୨୦୨୩ର ଧାରା-୭ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଛି ଏବଂ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି । ଏହି ଅଧିନିୟମ ଆଧାରରେ ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାହାର କରାଯାଇଛି । ଏହାକୁ ନେଇ ଦାୟର ହୋଉଥିବା ମାମଲାର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ଏଥିରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବି. ଆର. ଗଓ୍ବାଇ, ଜଷ୍ଟିସ୍ ଜେ.ବି. ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ସାମିଲ୍ ଅଛନ୍ତି ।ଦେଶବାସୀଙ୍କୁ ମୋଦୀ ସରକାରଙ୍କ ହୋଲି ଭେଟି, ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍ଏହି ଶୁଣାଣି ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଭାରତୀୟ ପ୍ରାଶାସନିକ ସେବାର ପୂର୍ବରୁ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସନ୍ଧୁଙ୍କୁ ଗୁରୁବାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି । ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କୁ ସାମିଲ ନକରିବା ମାମଲାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ ଦ୍ବାରା ଦାୟର ହୋଇଥିବା ମାମଲାରେ ବିଚାର କରିବେ ।
ଏଡିଆର ଯାଚିକାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ଅଧିନିୟମ, ୨୦୨୩ର ଧାରା-୭ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଛି ଏବଂ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି । ଏହି ଅଧିନିୟମ ଆଧାରରେ ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାହାର କରାଯାଇଛି । ଏହାକୁ ନେଇ ଦାୟର ହୋଉଥିବା ମାମଲାର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ଏଥିରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବି. ଆର. ଗଓ୍ବାଇ, ଜଷ୍ଟିସ୍ ଜେ.ବି. ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ସାମିଲ୍ ଅଛନ୍ତି ।
ଦେଶବାସୀଙ୍କୁ ମୋଦୀ ସରକାରଙ୍କ ହୋଲି ଭେଟି, ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍
ଏହି ଶୁଣାଣି ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଭାରତୀୟ ପ୍ରାଶାସନିକ ସେବାର ପୂର୍ବରୁ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସନ୍ଧୁଙ୍କୁ ଗୁରୁବାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଇସି ଭାବେ ନିଯୁକ୍ତି ଦିଆଯାଇଛି । ଫେବ୍ରୁଆରୀ ୧୪ ତାରିଖରେ ଇସି ଅନୁପ ପାଣ୍ଡେଙ୍କ ଅବସର ଏବଂ ଇସି ଅରୁଣ ଗୋୟଲଙ୍କ ଅଚାନକ ଇସ୍ତଫା ପରେ ଦୁଇ ପଦବୀ ଖାଲି ପଡ଼ିଥିଲା । ନୂଆ ଆଇନ ଆଧାରରେ ଚୟନ କମିଟିକୁ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କମିଟିରେ ସିଜେଆଇଙ୍କୁ ସାମିଲ୍ ନକରିବା ନେଇ ବିବାଦ ଦେଖାଦେଇଛି ।