ବାକି ୩୫ ଆସନରେ ବିଜେପିର ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା, ମିଳିପାରେ ଅନୁଭବ-ଅରିନ୍ଦମଙ୍କୁ ଟିକେଟ୍‌

ଭୁବନେଶ୍ୱର ୦୩।୦୪ : ନିର୍ବାଚନୀ ସଜବାଜ । ସୋମବାର ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି I ଏବେ ସବୁ ନେତା ପ୍ରଚାର ମୈଦାନକୁ ଓହ୍ନାଇଲେଣି I ତେବେ ବାକିଥିବା ୩୫ ବିଧାନସଭା ଆସନର ପ୍ରାର୍ଥୀ ଖୁବ୍ ଶୀଘ୍ର   ଘୋଷଣା କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I  ତେବେ ଘୋଷଣା ହୋଇଥିବା ବିଜେପିର ୧୧୨ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୪୯ ନୂଆ ମୁହଁ ।  ସେହିଭଳି ଏହି ତାଲିକାରେ ଅଛନ୍ତି ୮ଜଣ ମହିଳା ପ୍ରାର୍ଥୀ I  ୨୩ରୁ ୧୭ ବିଧାୟକଙ୍କ ଉପରେ ପୁଣି ଭରସା କରିଛି ବିଜେପି   I ବିଜେଡି ଛାଡ଼ି ବିଜେପିରେ ମିଶିଥିବା ୮ ନେତାଙ୍କୁ ଏଥର ପ୍ରାର୍ଥୀ କରିଛି ଦଳ । ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡିରୁ ପ୍ରାର୍ଥୀ କରିଛି । ଭୁବନେଶ୍ବର ଜୟଦେବ ଆସନରେ ଏଥର ଶଙ୍ଖ ଚିହ୍ନ ବଦଳରେ ପଦ୍ମ ଚିହ୍ନରେ ଲଢ଼ିବେ ବିଧାୟକ ଅରବିନ୍ଦ ଢ଼ାଲି । କୋରେଇରୁ ଆକାଶଦାସ ନାୟକଙ୍କୁ ବିଜେପିରୁ ମିଳିଛି ଟିକେଟ୍ । ସୋରରୁ ଲଢ଼ିବେ ରାଜେନ୍ଦ୍ର ଦାସ । ଗୁଣୁପୁରରୁ ଲଢ଼ିବେ ତ୍ରିନାଥ ଗମାଙ୍ଗ । କୋରାପୁଟରୁ ରଘୁରାମ ମାଛ । ଉତ୍ତର ଭୁବନେଶ୍ବରରୁ ପ୍ରିୟଦର୍ଶୀ ମିଶ୍ର । ଖଲିକୋଟରୁ ଲଢ଼ିବେ ପୂର୍ଣ୍ଣଚନ୍ଦ୍ର ସେଠୀ । ତେବେ ବିଜେପିର ବାକି ୩୫ ବିଧାନସଭା ସିଟ୍ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ  । ଏହି ତାଲିକାରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ ଆସନ ରହିଛି । ବାକି ଦୁଇ ଓଡ଼ିଆ ହିରୋ ଅନୁଭବ ଓ ଅରିନ୍ଦମଙ୍କ

ବାକି ୩୫ ଆସନରେ ବିଜେପିର ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା, ମିଳିପାରେ ଅନୁଭବ-ଅରିନ୍ଦମଙ୍କୁ ଟିକେଟ୍‌

ଭୁବନେଶ୍ୱର ୦୩।୦୪ : ନିର୍ବାଚନୀ ସଜବାଜ । ସୋମବାର ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି I ଏବେ ସବୁ ନେତା ପ୍ରଚାର ମୈଦାନକୁ ଓହ୍ନାଇଲେଣି I ତେବେ ବାକିଥିବା ୩୫ ବିଧାନସଭା ଆସନର ପ୍ରାର୍ଥୀ ଖୁବ୍ ଶୀଘ୍ର   ଘୋଷଣା କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I  

ତେବେ ଘୋଷଣା ହୋଇଥିବା ବିଜେପିର ୧୧୨ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୪୯ ନୂଆ ମୁହଁ ।  ସେହିଭଳି ଏହି ତାଲିକାରେ ଅଛନ୍ତି ୮ଜଣ ମହିଳା ପ୍ରାର୍ଥୀ I  ୨୩ରୁ ୧୭ ବିଧାୟକଙ୍କ ଉପରେ ପୁଣି ଭରସା କରିଛି ବିଜେପି   I ବିଜେଡି ଛାଡ଼ି ବିଜେପିରେ ମିଶିଥିବା ୮ ନେତାଙ୍କୁ ଏଥର ପ୍ରାର୍ଥୀ କରିଛି ଦଳ । ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡିରୁ ପ୍ରାର୍ଥୀ କରିଛି । ଭୁବନେଶ୍ବର ଜୟଦେବ ଆସନରେ ଏଥର ଶଙ୍ଖ ଚିହ୍ନ ବଦଳରେ ପଦ୍ମ ଚିହ୍ନରେ ଲଢ଼ିବେ ବିଧାୟକ ଅରବିନ୍ଦ ଢ଼ାଲି । କୋରେଇରୁ ଆକାଶଦାସ ନାୟକଙ୍କୁ ବିଜେପିରୁ ମିଳିଛି ଟିକେଟ୍ । ସୋରରୁ ଲଢ଼ିବେ ରାଜେନ୍ଦ୍ର ଦାସ । ଗୁଣୁପୁରରୁ ଲଢ଼ିବେ ତ୍ରିନାଥ ଗମାଙ୍ଗ । କୋରାପୁଟରୁ ରଘୁରାମ ମାଛ । ଉତ୍ତର ଭୁବନେଶ୍ବରରୁ ପ୍ରିୟଦର୍ଶୀ ମିଶ୍ର । ଖଲିକୋଟରୁ ଲଢ଼ିବେ ପୂର୍ଣ୍ଣଚନ୍ଦ୍ର ସେଠୀ । 

ତେବେ ବିଜେପିର ବାକି ୩୫ ବିଧାନସଭା ସିଟ୍ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ  । ଏହି ତାଲିକାରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ ଆସନ ରହିଛି । ବାକି ଦୁଇ ଓଡ଼ିଆ ହିରୋ ଅନୁଭବ ଓ ଅରିନ୍ଦମଙ୍କ ସହ ବିଜେଡିରୁ ଆସିଥିବା ଆଉ କିଛି ନେତାଙ୍କୁ ଟିକେଟ୍ ଦେଇପାରେ ବିଜେପି । ବାକିଥିବା ୩୫ ବିଧାନସଭା ଆସନର ପ୍ରାର୍ଥୀ ଖୁବ୍ ଶୀଘ୍ର  ଘୋଷଣା କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I