‘ନ୍ୟାୟ ଯାତ୍ରା’ ମଞ୍ଚରୁ ପଡ଼ିଯାଇଥାନ୍ତେ ଖଡଗେ, ଧରି ପକାଇଲେ ରାହୁଲ

ରାୟପୁର: ଛତିଶଗଡରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏଭଳି ପରିସ୍ଥିତିରେ ଅମ୍ବିକାପୁରରେ ଏକ ରାଲିରେ ଯୋଗଦେଇଥିଲେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ। ରାଲିରେ ତାଙ୍କ ଅଭିଭାଷଣରେ ଖଡଗେ ମୋଦୀଙ୍କୁ 'ହିଟଲର' ବୋଲି କହିଛନ୍ତି। ଖଡଗେ କହିଛନ୍ତି ଯେ 'ହିଟଲର' ମୋଦୀ ଜୀ କୁହନ୍ତି, 'ମୋଦୀଙ୍କ ଗ୍ୟାରେଣ୍ଟି'। ଏହାକୁ ଆମେ କଂଗ୍ରେସର ଗ୍ୟାରେଣ୍ଟି ବୋଲି କହୁଛୁ। ଏହା ଦେଶର ଲୋକଙ୍କ ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ବିଷୟରେ କହିଛି। ଖଡଗେ କହିଛନ୍ତି, ଜଣେ ବ୍ୟକ୍ତିଙ୍କର ଏତେ ଇଗୋ ଅଛି, ଆପଣ ଭାବୁଥିବେ ସେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି କି? ନା, କେବଳ ନିଜ ପାଇଁ କାମ ପାଇଁ। ପ୍ରକାଶଥାଉକି ଏହି ରାଲିରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅମ୍ବିକାପୁରରେ ମଞ୍ଚ ଉପରେ ପଡିଯାଇଥାନ୍ତେ କିନ୍ତୁ ରାହୁଲ ଗାନ୍ଧୀ ପଛରୁ ଆସି ତାଙ୍କୁ ଧରି ପକାଇଥିଲେ। ଛତିଶଗଡର ଅମ୍ବିକାପୁର ଜିଲ୍ଲାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଯୋଗ ଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ କ୍ଷମତାକୁ ଭୋଟ୍ ଦେଲେ ଦଳ 'କୃଷକ ନ୍ୟାୟ ଗ୍ୟାରେଣ୍ଟି' କାର୍ଯ୍ୟକାରୀ କରିବ। The post ‘ନ୍ୟାୟ ଯାତ୍ରା’ ମଞ୍ଚରୁ ପଡ଼ିଯାଇଥାନ୍ତେ ଖଡଗେ, ଧରି ପକାଇଲେ ରାହୁଲ appeared first on Prameya News7.

‘ନ୍ୟାୟ ଯାତ୍ରା’ ମଞ୍ଚରୁ ପଡ଼ିଯାଇଥାନ୍ତେ ଖଡଗେ, ଧରି ପକାଇଲେ ରାହୁଲ

ରାୟପୁର: ଛତିଶଗଡରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏଭଳି ପରିସ୍ଥିତିରେ ଅମ୍ବିକାପୁରରେ ଏକ ରାଲିରେ ଯୋଗଦେଇଥିଲେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ। ରାଲିରେ ତାଙ୍କ ଅଭିଭାଷଣରେ ଖଡଗେ ମୋଦୀଙ୍କୁ 'ହିଟଲର' ବୋଲି କହିଛନ୍ତି।

ଖଡଗେ କହିଛନ୍ତି ଯେ 'ହିଟଲର' ମୋଦୀ ଜୀ କୁହନ୍ତି, 'ମୋଦୀଙ୍କ ଗ୍ୟାରେଣ୍ଟି'। ଏହାକୁ ଆମେ କଂଗ୍ରେସର ଗ୍ୟାରେଣ୍ଟି ବୋଲି କହୁଛୁ। ଏହା ଦେଶର ଲୋକଙ୍କ ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ବିଷୟରେ କହିଛି। ଖଡଗେ କହିଛନ୍ତି, ଜଣେ ବ୍ୟକ୍ତିଙ୍କର ଏତେ ଇଗୋ ଅଛି, ଆପଣ ଭାବୁଥିବେ ସେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି କି? ନା, କେବଳ ନିଜ ପାଇଁ କାମ ପାଇଁ।

ପ୍ରକାଶଥାଉକି ଏହି ରାଲିରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅମ୍ବିକାପୁରରେ ମଞ୍ଚ ଉପରେ ପଡିଯାଇଥାନ୍ତେ କିନ୍ତୁ ରାହୁଲ ଗାନ୍ଧୀ ପଛରୁ ଆସି ତାଙ୍କୁ ଧରି ପକାଇଥିଲେ।

ଛତିଶଗଡର ଅମ୍ବିକାପୁର ଜିଲ୍ଲାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଯୋଗ ଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ କ୍ଷମତାକୁ ଭୋଟ୍ ଦେଲେ ଦଳ 'କୃଷକ ନ୍ୟାୟ ଗ୍ୟାରେଣ୍ଟି' କାର୍ଯ୍ୟକାରୀ କରିବ।

The post ‘ନ୍ୟାୟ ଯାତ୍ରା’ ମଞ୍ଚରୁ ପଡ଼ିଯାଇଥାନ୍ତେ ଖଡଗେ, ଧରି ପକାଇଲେ ରାହୁଲ appeared first on Prameya News7.