ମନ୍ଦାସରରେ ମର୍ମନ୍ତୁଦ ଦୁର୍ଘଟଣା; ନିୟନ୍ତ୍ରଣ ହରାଇ କୂଅରେ ପଡ଼ିଲା କାର୍, ୧୦ ମୃତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମନ୍ଦାସରରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ଦ୍ବିପ୍ରହରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୧୦ଜଣ ମୃତ୍ୟୁ ହୋଇଥିବା ବେଲେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସୂଚନା ଅନୁଯାୟୀ, ଏକ ଇକୋ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଏକ ବାଇକକୁ ଟକ୍କର ଦେଇଥିଲା ପରେ ନିୟନ୍ତ୍ରଣ ହରାଇ ନିକଟରେ ଥିବା ଏକ କୂଅ ଭିତରେ ପଡ଼ିଯାଇଥିଲା । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ରେସକ୍ୟୁ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ୧୪ ଲୋକଙ୍କୁ କୂଅରୁ ଉଦ୍ଧାର କରିଥିଲେ । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୧୦ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାକି ୪ ଗୁରୁତରଙ୍କ ଚିକିତ୍ସା ଚାଲିଛି ।ମନ୍ଦାସୋର ଏସଡିଆରଏଫ କହିଛନ୍ତି, ୧୪ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇକୋ କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ଏକ ପରିତ୍ୟକ୍ତ କୂଅ ଭିତରେ ପଡ଼ିଯାଇଥିଲା । ରେସକ୍ୟୁ ଟିମ୍ ଅକ୍ସିଜେନ୍ ସିଲିଣ୍ଡର ସହିତ କୂଅ ଭିତରେ ପଶିବାକୁ ଚେଷ୍ଟା କରିଥିଲେ । ମାତ୍ର ଭୟଭୀତ ହୋଇ ବାହାରି ଆସିଥିଲେ । ପରେ କୂଅ ଭିତରୁ ଇକୋ କାରକୁ ଉଦ୍ଧାର କରାଯାଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି ....
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମନ୍ଦାସରରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ଦ୍ବିପ୍ରହରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୧୦ଜଣ ମୃତ୍ୟୁ ହୋଇଥିବା ବେଲେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ସୂଚନା ଅନୁଯାୟୀ, ଏକ ଇକୋ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଏକ ବାଇକକୁ ଟକ୍କର ଦେଇଥିଲା ପରେ ନିୟନ୍ତ୍ରଣ ହରାଇ ନିକଟରେ ଥିବା ଏକ କୂଅ ଭିତରେ ପଡ଼ିଯାଇଥିଲା । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ରେସକ୍ୟୁ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ୧୪ ଲୋକଙ୍କୁ କୂଅରୁ ଉଦ୍ଧାର କରିଥିଲେ । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୧୦ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାକି ୪ ଗୁରୁତରଙ୍କ ଚିକିତ୍ସା ଚାଲିଛି ।
ମନ୍ଦାସୋର ଏସଡିଆରଏଫ କହିଛନ୍ତି, ୧୪ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇକୋ କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ଏକ ପରିତ୍ୟକ୍ତ କୂଅ ଭିତରେ ପଡ଼ିଯାଇଥିଲା । ରେସକ୍ୟୁ ଟିମ୍ ଅକ୍ସିଜେନ୍ ସିଲିଣ୍ଡର ସହିତ କୂଅ ଭିତରେ ପଶିବାକୁ ଚେଷ୍ଟା କରିଥିଲେ । ମାତ୍ର ଭୟଭୀତ ହୋଇ ବାହାରି ଆସିଥିଲେ । ପରେ କୂଅ ଭିତରୁ ଇକୋ କାରକୁ ଉଦ୍ଧାର କରାଯାଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି ....