ଖେଳଣା ଭାବି ସାପକୁ କାମୁଡି ଦେଲା ବର୍ଷକର ଛୁଆ, ଆଉ ତାପରେ....

ଗୟା ୨୧/୦୮: ସାପ, ନାଁଟି ଶୁଣିଲେ ଭୟ ଲାଗେ । ସେ ପିଲା ହେଉ ବା ବୟସ୍କ । କାହାକୁ ବା ଡର ନଲାଗେ । ବେଳେ ବେଳେ ସାପ କାମୁଡାରେ ଅକାଳରେ ଜୀବନ ଯିବାର ବୟ ବି ରହିଛି । ହେଲେ କେବେ ଶୁଣିଛନ୍ତି ସାପ ମରିଯିବାର । ତା ପୁଣି ଗୋଟେ ଛୋଟିଆ ପିଲା କାମୁଡିଲେ । ଆଜ୍ଞା ହଁ କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଜଣେ ବର୍ଷକର ଶିଶୁକୁ କାମୁଡାରେ ସାପର ହୋଇଛି ମୃତ୍ୟ । ବିହାର ଗୟାରେ ଘଟିଛି ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । କହିବାକୁ ଗଲେ ଗୟା ଜିଲ୍ଲା ଫତେହପୁର ଥାନା ଜାମହୁର ଗାଁରେ ଘଟିଛି ଏହି ଘଟଣା । ଗତ ଶନିବାର ରାକେଶ କୁମାରଙ୍କ ଏକ ବର୍ଷର ପୁଅ ରିୟାନ୍ ଟେରାସରେ ଖେଳୁଥିଲା। ଏହି ସମୟରେ ଗୋଟିଏ ସାପ ସେହି ବାଟ ଦେଇ ଯାଉଥିଲା। ପିଲାଟି ସାପକୁ ଖେଳଣା ଭାବି ତା ସହ ଖେଳିବାକୁ ଲାଗିଲା । ଏହାପରେ ସାପଟିକୁ ହାତରେ ନେଇ ପାଟିରେ ପୁରାଇ ଚୋବାଇବାକୁ ଆରମ୍ଭ କଲା। ଯାହାଫଳରେ ସାପଟିର ମୃତ୍ୟୁ ହୋଇଥିଲା।ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ିଯାଇଥିଲେ । ସଂଗେ ସଂଗେ ପିଲାଟିର ପାଟିରୁ ସାପକୁ ବାହାର କରିଥିଲେ । ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା । ସାପଟି ପ୍ରାୟ ତିନି ଫୁଟ ଲମ୍ବର ଥିଲା । ସଙ୍ଗେ ସଙ୍ଗେ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଚିକିତ୍ସା କରିବା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା

ଖେଳଣା ଭାବି ସାପକୁ କାମୁଡି ଦେଲା ବର୍ଷକର ଛୁଆ, ଆଉ ତାପରେ....

ଗୟା ୨୧/୦୮: ସାପ, ନାଁଟି ଶୁଣିଲେ ଭୟ ଲାଗେ । ସେ ପିଲା ହେଉ ବା ବୟସ୍କ । କାହାକୁ ବା ଡର ନଲାଗେ । ବେଳେ ବେଳେ ସାପ କାମୁଡାରେ ଅକାଳରେ ଜୀବନ ଯିବାର ବୟ ବି ରହିଛି । ହେଲେ କେବେ ଶୁଣିଛନ୍ତି ସାପ ମରିଯିବାର । ତା ପୁଣି ଗୋଟେ ଛୋଟିଆ ପିଲା କାମୁଡିଲେ । ଆଜ୍ଞା ହଁ କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଜଣେ ବର୍ଷକର ଶିଶୁକୁ କାମୁଡାରେ ସାପର ହୋଇଛି ମୃତ୍ୟ । 

ବିହାର ଗୟାରେ ଘଟିଛି ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । କହିବାକୁ ଗଲେ ଗୟା ଜିଲ୍ଲା ଫତେହପୁର ଥାନା ଜାମହୁର ଗାଁରେ ଘଟିଛି ଏହି ଘଟଣା । ଗତ ଶନିବାର ରାକେଶ କୁମାରଙ୍କ ଏକ ବର୍ଷର ପୁଅ ରିୟାନ୍ ଟେରାସରେ ଖେଳୁଥିଲା। ଏହି ସମୟରେ ଗୋଟିଏ ସାପ ସେହି ବାଟ ଦେଇ ଯାଉଥିଲା। ପିଲାଟି ସାପକୁ ଖେଳଣା ଭାବି ତା ସହ ଖେଳିବାକୁ ଲାଗିଲା । ଏହାପରେ ସାପଟିକୁ ହାତରେ ନେଇ ପାଟିରେ ପୁରାଇ ଚୋବାଇବାକୁ ଆରମ୍ଭ କଲା। ଯାହାଫଳରେ ସାପଟିର ମୃତ୍ୟୁ ହୋଇଥିଲା।

ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ିଯାଇଥିଲେ । ସଂଗେ ସଂଗେ ପିଲାଟିର ପାଟିରୁ ସାପକୁ ବାହାର କରିଥିଲେ । ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା । ସାପଟି ପ୍ରାୟ ତିନି ଫୁଟ ଲମ୍ବର ଥିଲା । ସଙ୍ଗେ ସଙ୍ଗେ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଚିକିତ୍ସା କରିବା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଶିଶୁଟି ଚୋବାଇଥିବା ସାପଟି ବିଷାକ୍ତ ନୁହେଁ ବୋଲି ଡାକ୍ତରମାନେ କହିଥିଲେ । ତେଣୁ ପିଲାଟିର କୌଣସି କ୍ଷତି ହୋଇନଥିଲା ।