ଏକାସଙ୍ଗରେ ୯୫ ବିମାନକୁ ମିଳିଲା ବୋମା ଧମକ, ୨୦ ଏୟାର ଇଣ୍ଡିଆ, ୨୫ ଅକାସା ଫ୍ଲାଇଟ୍ ସାମିଲ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିମାନଗୁଡ଼ିକୁ ମିଳୁଥିବା ବୋମା ଧମକ ଥମିବାର ନାଁ ଧରୁ ନାହିଁ । ଏହାରି ଭିତରେ ପୁଣି ୯୫ ବିମାନକୁ ବୋମା ଧମକ ମିଳିଛି । ଗୁରୁବାର ଯେଉଁ ବିମାନଗୁଡିକୁ ବୋମା ଧମକ ମିଳିଛି, ସେଥିରେ ଏୟାର ଇଣ୍ଡିଆର ୨୦, ଇଣ୍ଡିଗୋର ୨୦, ଭିସ୍ତାରର ୨୦ ଏବଂ ଅକାସାର ୨୫ ବିମାନ, ସ୍ପାଇସଜେଟ୍‌ର ୫, ଆଲିଆନ୍ସ ଏୟାରର ୫ ବିମାନ ସାମିଲ ରହିଛି ।ଏହି ଧମକ ବିଷୟରେ ସୂଚନା ଦେଇ ଅକାସା ଏୟାର ପକ୍ଷରୁ ବୟାନ ଜାରି ହୋଇଛି । ଅକାସା ଏୟାର ମୁଖପାତ୍ର କହିଛନ୍ତି, 'ଅକ୍ଟୋବର ୨୪ରେ ଉଡାଣ ଭରିବାକୁ ଥିବା ଆମ କିଛି ଉଡାଣକୁ ଆଜି ସୁରକ୍ଷା ଆଲର୍ଟ ମିଳିଥିଲା । ଅକାସା ଏୟାର ଏମର୍ଜେନ୍ସି ରିସପନ୍ସ ଟିମ୍ ସ୍ଥିତି ଉପରେ ନଜର ରଖିଛି ଏବଂ ସୁରକ୍ଷା ଏବଂ ସମ୍ୱନ୍ଧିୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ ।ଦେଶରେ ଗତ କିଛି ଦିନ ଧରି ବିମାନଗୁଡ଼ିକୁ ବୋମାରେ ଉଡାଇବା ପାଇଁ ଧମକ ମୁଳିଛି । ଆଜିର ୯୫ ବିମାନକୁ ଯୋଡ଼ିଲେ ବର୍ତ୍ତମାନ ଯାଏ ପ୍ରାୟ ୨୯୫ ବିମାନକୁ ଧମକ ମିଳିସାରିଛି । ତେବେ କୌଣସି ବି ବିମାନରୁ କିଛି ବି ସନ୍ଦିଗ୍ଧ ସାମଗ୍ରୀ ମିଳି ନାହିଁ । ତେବେ ଏହି ଧମକ ଯୋଗୁଁ ବିମାନ କମ୍ପାନିଗୁଡ଼ିକୁ କ୍ଷତି ହୋଇଛି । ଏହାସହ ଯାତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସାମନା କରୁଛନ୍ତି । ପ୍ରତିଦିନ ବିମାନକୁ ମିଳୁଥିବା ଧମକକୁ ନେଇ କେନ୍ଦ୍ର ସରକାର ମଧ୍ୟ କଠୋର ହୋଇଛନ୍ତି । ଏହାସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ବେସାମରିକ ବିମାନ ଚଳ

ଏକାସଙ୍ଗରେ ୯୫ ବିମାନକୁ ମିଳିଲା ବୋମା ଧମକ, ୨୦ ଏୟାର ଇଣ୍ଡିଆ, ୨୫ ଅକାସା ଫ୍ଲାଇଟ୍ ସାମିଲ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିମାନଗୁଡ଼ିକୁ ମିଳୁଥିବା ବୋମା ଧମକ ଥମିବାର ନାଁ ଧରୁ ନାହିଁ । ଏହାରି ଭିତରେ ପୁଣି ୯୫ ବିମାନକୁ ବୋମା ଧମକ ମିଳିଛି । ଗୁରୁବାର ଯେଉଁ ବିମାନଗୁଡିକୁ ବୋମା ଧମକ ମିଳିଛି, ସେଥିରେ ଏୟାର ଇଣ୍ଡିଆର ୨୦, ଇଣ୍ଡିଗୋର ୨୦, ଭିସ୍ତାରର ୨୦ ଏବଂ ଅକାସାର ୨୫ ବିମାନ, ସ୍ପାଇସଜେଟ୍‌ର ୫, ଆଲିଆନ୍ସ ଏୟାରର ୫ ବିମାନ ସାମିଲ ରହିଛି ।

ଏହି ଧମକ ବିଷୟରେ ସୂଚନା ଦେଇ ଅକାସା ଏୟାର ପକ୍ଷରୁ ବୟାନ ଜାରି ହୋଇଛି । ଅକାସା ଏୟାର ମୁଖପାତ୍ର କହିଛନ୍ତି, 'ଅକ୍ଟୋବର ୨୪ରେ ଉଡାଣ ଭରିବାକୁ ଥିବା ଆମ କିଛି ଉଡାଣକୁ ଆଜି ସୁରକ୍ଷା ଆଲର୍ଟ ମିଳିଥିଲା । ଅକାସା ଏୟାର ଏମର୍ଜେନ୍ସି ରିସପନ୍ସ ଟିମ୍ ସ୍ଥିତି ଉପରେ ନଜର ରଖିଛି ଏବଂ ସୁରକ୍ଷା ଏବଂ ସମ୍ୱନ୍ଧିୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ ।

ଦେଶରେ ଗତ କିଛି ଦିନ ଧରି ବିମାନଗୁଡ଼ିକୁ ବୋମାରେ ଉଡାଇବା ପାଇଁ ଧମକ ମୁଳିଛି । ଆଜିର ୯୫ ବିମାନକୁ ଯୋଡ଼ିଲେ ବର୍ତ୍ତମାନ ଯାଏ ପ୍ରାୟ ୨୯୫ ବିମାନକୁ ଧମକ ମିଳିସାରିଛି । ତେବେ କୌଣସି ବି ବିମାନରୁ କିଛି ବି ସନ୍ଦିଗ୍ଧ ସାମଗ୍ରୀ ମିଳି ନାହିଁ । ତେବେ ଏହି ଧମକ ଯୋଗୁଁ ବିମାନ କମ୍ପାନିଗୁଡ଼ିକୁ କ୍ଷତି ହୋଇଛି । ଏହାସହ ଯାତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସାମନା କରୁଛନ୍ତି । ପ୍ରତିଦିନ ବିମାନକୁ ମିଳୁଥିବା ଧମକକୁ ନେଇ କେନ୍ଦ୍ର ସରକାର ମଧ୍ୟ କଠୋର ହୋଇଛନ୍ତି । ଏହାସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂତ୍ର ଅନୁସାରେ ବିମାନଗୁଡ଼ିକୁ ମିଳୁଥିବା ବୋମା ଧମକ ଯୋଗୁଁ ଏବେ ସୁଦ୍ଧା ୫୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି । ଏୟାରଲାଇନ୍ସ କମ୍ପାନି ଧମକ ମିଳିବା ପରେ ବିମାନଗୁଡ଼ିକୁ ନିଜର ନିର୍ଦ୍ଧାରିତ ଏୟାରପୋର୍ଟ ବଦଳରେ ନିରଟସ୍ଥ ବିମାନ ବନ୍ଦରରେ ଅବତରଣ କରାଇବାକୁ ବାଧ୍ୟ ହେଉଛନ୍ତି । 

ରିପୋର୍ଟ ଅନୁସାରେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଗତ ୮ ଦିନରେ ୯୦ରୁ ଅଧିକ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନକୁ ବୋମା ଧମକ ଘଟଣାରେ ଏଫଆଇଆର୍ ରୁଜୁ କରିଛି । ଯେଉଁ ବିମାନଗୁଡ଼ିକୁ ଧମକ ମିଳିଛି, ସେଥିରେ ଅକାସା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରାର ବିମାନ ସାମିଲ ରହିଛି ।