ଶସ୍ତାରେ ୫ଜି ସେବା ଯୋଗାଇ ଦେବ ଭିଆଇ: ଚିନ୍ତାରେ ଜିଓ ଏୟାରଟେଲ୍

ନୂଆଦିଲ୍ଲୀ: ଟେଲିକମ ମାର୍କେଟ୍‌ରେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରିବାକୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭୋଡା-ଆଇଡିଆ(ଭିଆଇ)। ୨୦୨୫ ମାର୍ଚ୍ଚ ମାସରେ ଦୁଇ କମ୍ପାନୀ ମିଶି ଆରମ୍ଭ କରିବେ ୫ଜି। ତା’ ପୁଣି ଅନ୍ୟ ଟେଲିକମ୍ କମ୍ପାନୀ ଠାରୁ ୧୫ ପ୍ରତିଶତ ଶସ୍ତାରେ। ଜିଓ ଭଳି ଏହି ଦୁଇ କମ୍ପାନୀ ମିଶି ଶସ୍ତାରେ ୫ଜି ପ୍ଲାନ୍ ଲଞ୍ଚ କରି ସମସ୍ତ ଗ୍ରାହକ ଅକ୍ତିଆର କରିବାକୁ ବଡ଼ ଯୋଜନା କରୁଛନ୍ତି। ଭିଆଇ ଏହାର ୧୭ ଟି ଟେଲିକମ୍ ସର୍କଲ ଥିବା ୭୫ ଟି ପ୍ରମୁଖ ସହରରେ ୫ଜି ସେବା ଆରମ୍ଭ କରିବାକୁ ଯୋଜନା କରିଛି। ଅତ୍ୟଧିକ ଡାଟା ବ୍ୟବହାର ହେଉଥିବା ଏରିଆଗୁଡ଼ିକ କମ୍ପାନୀର ଟାର୍ଗେଟ୍ ରହିଛି। ତେବେ ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ ହେବ। ତେଣୁ ଦୁଇ କମ୍ପାନୀ ଇକ୍ୱିଟି ଫଣ୍ଡରେ, ୨୪ ହଜାର କୋଟି ଏବଂ ଅତିରିକ୍ତ ୨୫,୦୦୦ କୋଟି ଋଣ କରିବ। ଏଥିରେ ଆସନ୍ତା ୩ ମାସରେ ୭୫ ହଜାର ୫ଜି ସାଇଟ୍ ପ୍ରତିଷ୍ଠା କରିବା ପାଇଁ କମ୍ପାନୀ ଯୋଜନାରେ ରହିଛି। ଏନେଇ କମ୍ପାନୀ ପ୍ରବକ୍ତା କହିଛନ୍ତି “ ଆମେ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ସବୁଠାର ଭଲ ମୂଲ୍ୟରେ ସବୁଠାରୁ ଉତ୍ତମ ସେବା ଯୋଗାଇବୁ।” ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ହେଲା ତେବେ ପୁଣିଥରେ ଶସ୍ତା ମୂଲ୍ୟର ପ୍ରତିଯୋଗୀତା ଚାଲିବ। ବର୍ତ୍ତମାନ ଭାରତରେ ଜିଓ ଏୟାର ଟେଲ୍ ୫ଜି ମାର୍କେଟ୍‌ରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି।  ସେପ୍ଟେମ୍ବର ୨୦୨୪ ସୁଦ୍ଧା ରିଲାଏନ୍

ଶସ୍ତାରେ ୫ଜି ସେବା ଯୋଗାଇ ଦେବ ଭିଆଇ: ଚିନ୍ତାରେ ଜିଓ ଏୟାରଟେଲ୍

ନୂଆଦିଲ୍ଲୀ: ଟେଲିକମ ମାର୍କେଟ୍‌ରେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରିବାକୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭୋଡା-ଆଇଡିଆ(ଭିଆଇ)। ୨୦୨୫ ମାର୍ଚ୍ଚ ମାସରେ ଦୁଇ କମ୍ପାନୀ ମିଶି ଆରମ୍ଭ କରିବେ ୫ଜି। ତା’ ପୁଣି ଅନ୍ୟ ଟେଲିକମ୍ କମ୍ପାନୀ ଠାରୁ ୧୫ ପ୍ରତିଶତ ଶସ୍ତାରେ। ଜିଓ ଭଳି ଏହି ଦୁଇ କମ୍ପାନୀ ମିଶି ଶସ୍ତାରେ ୫ଜି ପ୍ଲାନ୍ ଲଞ୍ଚ କରି ସମସ୍ତ ଗ୍ରାହକ ଅକ୍ତିଆର କରିବାକୁ ବଡ଼ ଯୋଜନା କରୁଛନ୍ତି। 

ଭିଆଇ ଏହାର ୧୭ ଟି ଟେଲିକମ୍ ସର୍କଲ ଥିବା ୭୫ ଟି ପ୍ରମୁଖ ସହରରେ ୫ଜି ସେବା ଆରମ୍ଭ କରିବାକୁ ଯୋଜନା କରିଛି। ଅତ୍ୟଧିକ ଡାଟା ବ୍ୟବହାର ହେଉଥିବା ଏରିଆଗୁଡ଼ିକ କମ୍ପାନୀର ଟାର୍ଗେଟ୍ ରହିଛି। ତେବେ ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ ହେବ। ତେଣୁ ଦୁଇ କମ୍ପାନୀ ଇକ୍ୱିଟି ଫଣ୍ଡରେ, ୨୪ ହଜାର କୋଟି ଏବଂ ଅତିରିକ୍ତ ୨୫,୦୦୦ କୋଟି ଋଣ କରିବ। ଏଥିରେ ଆସନ୍ତା ୩ ମାସରେ ୭୫ ହଜାର ୫ଜି ସାଇଟ୍ ପ୍ରତିଷ୍ଠା କରିବା ପାଇଁ କମ୍ପାନୀ ଯୋଜନାରେ ରହିଛି। 

ଏନେଇ କମ୍ପାନୀ ପ୍ରବକ୍ତା କହିଛନ୍ତି “ ଆମେ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ସବୁଠାର ଭଲ ମୂଲ୍ୟରେ ସବୁଠାରୁ ଉତ୍ତମ ସେବା ଯୋଗାଇବୁ।” ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ହେଲା ତେବେ ପୁଣିଥରେ ଶସ୍ତା ମୂଲ୍ୟର ପ୍ରତିଯୋଗୀତା ଚାଲିବ। 

ବର୍ତ୍ତମାନ ଭାରତରେ ଜିଓ ଏୟାର ଟେଲ୍ ୫ଜି ମାର୍କେଟ୍‌ରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି।  ସେପ୍ଟେମ୍ବର ୨୦୨୪ ସୁଦ୍ଧା ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଯଥାକ୍ରମେ ୧୪୮ ନିୟୁତ ଏବଂ ୧୦୫ ନିୟୁତ ଉପଭୋକ୍ତା ରହିଛନ୍ତି। ତେଣୁ ନେଟୱାର୍କ ବିସ୍ତାର କରିବାକୁ ଏହାର ଉପକରଣ ପାଇଁ ବିଶ୍ୱର ବଡ଼ ବଡ଼ ବ୍ରାଣ୍ଡ ସାମସଙ୍ଗ, ନୋକିଆ ଓ ଏରିକ୍ସ ସହିତ ୩.୬ ବିଲିୟନ ଡଲାର୍ (ପ୍ରାୟ, ୩୦,ହଜାର କୋଟି) ଚୁକ୍ତି କରିବାକୁ ଯୋଜନା କରିଛି।