ବଣାଇରେ ଇଡି ଟିମ୍‌ର ରେଡ୍, ଚଢାଉରେ ୩୦ ଅଧିକାରୀ ସାମିଲ

ବଣାଇ ୨୬।୦୭ : ଓଡିଶାରେ ଇଡି ଟିମ୍‌ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଗୋଗୁଆ ଗାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚାଲିଛି ଚଢାଉ । ଏକା ସାଙ୍ଗେ ୬ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବହୁଦିନ ଧରି ବଣାଇ ଥାନା ଗୋଗୁଆ ଗାଁରେ ଫି ଓ୍ୱିନ୍‌ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ ମାଧ୍ୟମରେ କୋଟି କୋଟିର ଖେଳ ହେଉଥିଲା । ଯାହାର ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ । ଶୁକ୍ରବାର ସକାଳୁ ସକାଳୁ ଏଟ ଟିମ୍‌ ଆସି ଗୋଗୁଆ ଗାଁରେ ଥିବା ୬ଟି ଘରେ ଚଢାଉ କରୁଛି । ଏକାସାଙ୍ଗେ ୬ଟି ଘରେ ଇଡି ପକ୍ଷରୁ ଚଢାଉ ଜାରି ରହିଛି । ଏହି ଚଢାଉରେ ପ୍ରାୟ ୩୦ରୁ ଅଧିକ କର୍ମଚାରୀ ସାମିଲ ଥିବା ଜଣାପଡିଛି ।  

ବଣାଇରେ ଇଡି ଟିମ୍‌ର ରେଡ୍, ଚଢାଉରେ ୩୦ ଅଧିକାରୀ ସାମିଲ

ବଣାଇ ୨୬।୦୭ : ଓଡିଶାରେ ଇଡି ଟିମ୍‌ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଗୋଗୁଆ ଗାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚାଲିଛି ଚଢାଉ । ଏକା ସାଙ୍ଗେ ୬ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ବହୁଦିନ ଧରି ବଣାଇ ଥାନା ଗୋଗୁଆ ଗାଁରେ ଫି ଓ୍ୱିନ୍‌ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ ମାଧ୍ୟମରେ କୋଟି କୋଟିର ଖେଳ ହେଉଥିଲା । ଯାହାର ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ । ଶୁକ୍ରବାର ସକାଳୁ ସକାଳୁ ଏଟ ଟିମ୍‌ ଆସି ଗୋଗୁଆ ଗାଁରେ ଥିବା ୬ଟି ଘରେ ଚଢାଉ କରୁଛି । ଏକାସାଙ୍ଗେ ୬ଟି ଘରେ ଇଡି ପକ୍ଷରୁ ଚଢାଉ ଜାରି ରହିଛି । ଏହି ଚଢାଉରେ ପ୍ରାୟ ୩୦ରୁ ଅଧିକ କର୍ମଚାରୀ ସାମିଲ ଥିବା ଜଣାପଡିଛି ।