ମାର୍ଚ୍ଚ ୭ ରେ ରିଲିଜ ହେବାକୁ ଯାଉଛି ‘ବସ୍‌’

ନୂଆ ଓଡ଼ିଆ ଫିଲ୍ମ ‘ବସ୍‌’ରେ ବର୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଚରିତ୍ରରେ ଅଛନ୍ତି।

ମାର୍ଚ୍ଚ ୭ ରେ ରିଲିଜ ହେବାକୁ ଯାଉଛି ‘ବସ୍‌’

ଦୀର୍ଘ ଦିନର ନିରବତା ପରେ ବଡ଼ ପରଦାକୁ ଆସୁଛି ବର୍ଷା ପ୍ରିୟଦର୍ଶିନୀଙ୍କ ‘ବସ୍‌’। ଏହି ଫିଲ୍ମରେ ଦମ୍‌ଦାର ରୁଲ୍‌ରେ ଆସୁଛନ୍ତି ବର୍ଷା। ପୂରା ଭିନ୍ନ ଗେଟ୍‌ଅପ ନଜର ଆସୁଛନ୍ତି। ହେଲେ ଫିଲ୍ମରେ ନିଜର ଚରିତ୍ର ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ଟ୍ରେଲ୍‌ର ଦେଖିଲେ ଲାଗୁଛି, ବର୍ଷା ସୁପର ବସ୍‌ ହୋଇଛନ୍ତି। ଆଉ କଥା କଥାରେ ଆକ୍ସନ୍‌ କରୁଛନ୍ତି। ଆସନ୍ତା ୭ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ଫିଲ୍ମ ପ୍ରମୋସନ୍‌ରେ ଲାଗି ପଡ଼ିଛନ୍ତି ବର୍ଷା ଓ ତାଙ୍କ ପୂରା ଟିମ୍‌। ନୂଆ ଓଡ଼ିଆ ଫିଲ୍ମ ‘ବସ୍‌’ରେ ବର୍ଷା ମୁଖ୍ୟ ଚରିତ୍ରରେ ଅଛନ୍ତି।