ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୦ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଦୁଇଗୋଟି ପୁରୁଣା ସରକାରୀ ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ମେଡିକାଲ ପରିସରରେ ପଡ଼ି ଖତ ଖାଉଛି। ଭଲ ଚିକିତ୍ସାସେବା ପାଇବା ପାଇଁ ଅଞ୍ଚଳର ଲୋକେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଅନେକ ସମୟରେ ଜରୁରୀ ସେବା ପାଇଁ ରୋଗୀଙ୍କୁ ମେଡିକାଲ ଆଣିବା କିମ୍ବା ଅନ୍ୟ ମେଡିକାଲ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ସମସ୍ୟା ଲାଗି ରହିଥାଏ। ଏମିତି କି ଲୋକେ ଆମ୍ବୁଲାନ୍ସ […] The post ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ଆମ୍ବୁଲାନ୍ସ appeared first on Dharitri Odia News.

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୦ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଦୁଇଗୋଟି ପୁରୁଣା ସରକାରୀ ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ମେଡିକାଲ ପରିସରରେ ପଡ଼ି ଖତ ଖାଉଛି। ଭଲ ଚିକିତ୍ସାସେବା ପାଇବା ପାଇଁ ଅଞ୍ଚଳର ଲୋକେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଅନେକ ସମୟରେ ଜରୁରୀ ସେବା ପାଇଁ ରୋଗୀଙ୍କୁ ମେଡିକାଲ ଆଣିବା କିମ୍ବା ଅନ୍ୟ ମେଡିକାଲ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ସମସ୍ୟା ଲାଗି ରହିଥାଏ। ଏମିତି କି ଲୋକେ ଆମ୍ବୁଲାନ୍ସ ସୁବିଧା ନ ପାଇ ଖଟିଆରେ ରୋଗୀଙ୍କୁ ବୋହିବା ଭଳି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦୁଇଗୋଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ହେଲେ ତାହା ବ୍ୟବହାର ନ ହୋଇ ପଡିରହିଛି। ଏହାକୁ ନିଲାମ କିମ୍ବାା ମରାମତି କରା ନ ଯାଇ କାହିଁକି ପକାଇ ରଖାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ନୀତିଶ କୁମାର ଝାଙ୍କୁ ପଚାରିବାରୁ ଦୁଇଗୋଟି ଆମ୍ବୁଲାନ୍ସ ବହୁ ପୁରୁଣା ଓ ଏହାର ଫିଟ୍‌ନେସ ନାହିଁ। ଆମେ ଫିଟ୍‌ନେସ ରିନୁଆଲ ପାଇଁ ଜିଲା ପରିବହନ ବିଭାଗକୁ ଚିଠି କରିଥିଲେ ବି ମନା କରି ଦିଆଯାଇଥିଲା। ସେଥିପାଇଁ ଗାଡ଼ି ପଡ଼ିରହି ଖତ ଖାଉଛି।

The post ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ଆମ୍ବୁଲାନ୍ସ appeared first on Dharitri Odia News.