କେନ୍ଦୁଝର ଜିଲ୍ଲା ମଳଦା ନଦୀରେ ବନ୍ୟା ଜଳ, ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡ଼ିଓ ଜିଲ୍ଲା ପ୍ରଶାସନ

କେନ୍ଦୁଝର : ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।  କେନ୍ଦୁଝର ଜିଲ୍ଲାରେ ଫୁଲିଉଠିଛି ନଦୀନାଳ।  ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ସ୍ଥିତ ମଳଦା ନଦୀରେ ବନ୍ୟା ଜଳ ଆସିବାରୁ ଜଳବନ୍ଦୀ ହୋଇ ରହିଛି ହଳଡିହି ଗାଁ । ଗଣମାଧ୍ୟମ ଜରୀଆରେ ପ୍ରଶାସନକୁ ନଦୀରେ ପୋଲ ନିର୍ମାଣ ପାଇଁ ଜଣାଇଥିଲେ ଗାଁଲୋକ ।  ପରେ ପରେ ବାଂଶପାଳ ବ୍ଲକ ବିଡ଼ିଓ ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୀର୍ଘ ବର୍ଷ ଧରି ହଳଡିହି ଗ୍ରାମବାସୀ […] The post କେନ୍ଦୁଝର ଜିଲ୍ଲା ମଳଦା ନଦୀରେ ବନ୍ୟା ଜଳ, ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡ଼ିଓ ଜିଲ୍ଲା ପ୍ରଶାସନ appeared first on KNews Odisha.

କେନ୍ଦୁଝର ଜିଲ୍ଲା ମଳଦା ନଦୀରେ ବନ୍ୟା ଜଳ, ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡ଼ିଓ ଜିଲ୍ଲା ପ୍ରଶାସନ
keonjhar

କେନ୍ଦୁଝର : ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।  କେନ୍ଦୁଝର ଜିଲ୍ଲାରେ ଫୁଲିଉଠିଛି ନଦୀନାଳ।  ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ସ୍ଥିତ ମଳଦା ନଦୀରେ ବନ୍ୟା ଜଳ ଆସିବାରୁ ଜଳବନ୍ଦୀ ହୋଇ ରହିଛି ହଳଡିହି ଗାଁ । ଗଣମାଧ୍ୟମ ଜରୀଆରେ ପ୍ରଶାସନକୁ ନଦୀରେ ପୋଲ ନିର୍ମାଣ ପାଇଁ ଜଣାଇଥିଲେ ଗାଁଲୋକ ।  ପରେ ପରେ ବାଂଶପାଳ ବ୍ଲକ ବିଡ଼ିଓ ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଦୀର୍ଘ ବର୍ଷ ଧରି ହଳଡିହି ଗ୍ରାମବାସୀ ଏପରି ସମସ୍ୟା ଭୋଗୁଛନ୍ତି । ଗତ ବର୍ଷ ମଧ୍ୟ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା, ପ୍ରଶାସନିକ ଅଧିକାରୀ ପହଂଚି ଥିଲେ ଓ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।  କିନ୍ତୁ ଚଳିତ ବର୍ଷ ଯେସାକୁ ତେସା ଅବସ୍ଥା। ତେବେ ଚଳିତ ଥର ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ ତାହାର ଯଥାଶୀଘ୍ର ସମାଧାନ ଦିଗରେ ଦୃଷ୍ଟି ଦିଆଯିବ କହିଛନ୍ତି ବାଂଶପାଳ ବିଡ଼ିଓ ।

Also read: ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ

 

 

The post କେନ୍ଦୁଝର ଜିଲ୍ଲା ମଳଦା ନଦୀରେ ବନ୍ୟା ଜଳ, ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡ଼ିଓ ଜିଲ୍ଲା ପ୍ରଶାସନ appeared first on KNews Odisha.