ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ,୬ ମୃତ
ଚେନ୍ନାଇ : ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଘଟିଛି ଭୟଙ୍କର ବାଣ ବିସ୍ଫୋରଣ । ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି I ବାଣ ତିଆରି କରିବା ବେଳେ କେମିକାଲ ବ୍ୟବହୃତ କାରଣରୁ ଏହି ବ୍ଲାଷ୍ଟ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହାର ସ୍ପଷ୍ଟ କାରଣ ଜଣା ପଡି ନାହିଁ I ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣରୂପେ ଆୟତ କରାଯାଇଛି । ରିପୋର୍ଟ ଅନୁଯାୟୀ […]

ଚେନ୍ନାଇ : ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଘଟିଛି ଭୟଙ୍କର ବାଣ ବିସ୍ଫୋରଣ । ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି I ବାଣ ତିଆରି କରିବା ବେଳେ କେମିକାଲ ବ୍ୟବହୃତ କାରଣରୁ ଏହି ବ୍ଲାଷ୍ଟ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହାର ସ୍ପଷ୍ଟ କାରଣ ଜଣା ପଡି ନାହିଁ I ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣରୂପେ ଆୟତ କରାଯାଇଛି ।
ରିପୋର୍ଟ ଅନୁଯାୟୀ କାରଖାନାରେ ୪ଟି କକ୍ଷ ଥିଲା। ଯାହା ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ବିରୁଧୁନଗର ଯାଇ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।