ଏକାସାଥିରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ, ଛାଡିଗଲେ ୮ବର୍ଷ ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ

ଯାଜପୁର ରୋଡ/ ଯାଜପୁର ଟାଉନ୍ : ସତରେ ଭାରି ହୃଦୟ ବିଦାରକ ଏ ଘଟଣା । କେମିତି ବା ସମ୍ଭାଳି ହୋଇ ରହିବ ଏ ପରିବାର । ୪ ବର୍ଷର କଅଁଳ ଛୁଆର ଆଖି ସାମ୍ନାରେ ବାପା ମାଆ ଦୁଇ ଜଣ ଶୋଇ ପଡିଲେ ଚିରନିଦ୍ରାରେ । ଏକାସାଥିରେ ହାତ ଧରାଧରି ହୋଇ ଗଲା ଭଳି ଏକାସମୟରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ହେଲେ ପଛରେ ଛାଡିଗଲେ ୮ବର୍ଷର ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ । ଯାହାଙ୍କ […] The post ଏକାସାଥିରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ, ଛାଡିଗଲେ ୮ବର୍ଷ ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ appeared first on KNews Odisha.

ଏକାସାଥିରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ, ଛାଡିଗଲେ ୮ବର୍ଷ ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ
jajpur

ଯାଜପୁର ରୋଡ/ ଯାଜପୁର ଟାଉନ୍ : ସତରେ ଭାରି ହୃଦୟ ବିଦାରକ ଏ ଘଟଣା । କେମିତି ବା ସମ୍ଭାଳି ହୋଇ ରହିବ ଏ ପରିବାର । ୪ ବର୍ଷର କଅଁଳ ଛୁଆର ଆଖି ସାମ୍ନାରେ ବାପା ମାଆ ଦୁଇ ଜଣ ଶୋଇ ପଡିଲେ ଚିରନିଦ୍ରାରେ । ଏକାସାଥିରେ ହାତ ଧରାଧରି ହୋଇ ଗଲା ଭଳି ଏକାସମୟରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ହେଲେ ପଛରେ ଛାଡିଗଲେ ୮ବର୍ଷର ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ । ଯାହାଙ୍କ ମୁଣ୍ଡରୁ ଏବେ ଉଠିଯାଇଛି ବାପା ମାଆ ଦୁଇ ଜଣଙ୍କ ହାତ ।

ହଁ ଆଜ୍ଞା ଗୋଟେ ପଟେ ସ୍ୱାମୀ ଶୋଇଛି ଆଉ ଆରପଟେ ସ୍ତ୍ରୀ । ଉଭୟ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ଜୀବନର ଶେଷ ସମୟରେ ବି କିଏ କାହାକୁ ଏକା ଛାଡିଲେନି । ଏକାଠି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ । ଦୁଇ ଜଣ ଡକା ଡକା ହୋଇ ଗଲା ଭଳି ଏକାସାଥିରେ ଆଖି ବୁଜିଦେଲେ ସିନା ହେଲେ ସେମାନଙ୍କର ସନ୍ତକ ରୂପେ ଛାଡିଗଲେ ଛୋଟିଆ ପୁଅ ଦୁଇଟିଙ୍କୁ । ଏବେ ସେମାନେ ସମ୍ପୂର୍ଣ୍ଣ ଏକା । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଆଜି ଘଟିଯାଇଛି ଛାତିଥରା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ଆଖି ବୁଜିଛନ୍ତି ଦମ୍ପତି ।

ପ୍ରଥମେ କୁନି ପୁଅର ଆଖି ସାମ୍ନାରେ ଚାଲିଗଲା ମାଆର ଜୀବନ । ଗୁରୁତର ଥିବା ବାପାଙ୍କର ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଆଜି ସକାଳେ ବଡ ପୁଅକୁ ଘରେ ଛାଡି, ବାପା, ମାଆ ଓ ୪ ବର୍ଷର ସାନ ପୁଅ ଗୋଟିଏ ବାଇକ୍ ରେ ସାଙ୍ଗ ହୋଇ ବାହାରିପଡିଥିଲେ କତରାପୁର ସ୍ଥିତ କାଳୀ ମାଆଙ୍କୁ ଦର୍ଶନ କରିବା ପାଇଁ । ମାଆଙ୍କୁ ଦର୍ଶନ କରି ହଠାତ୍ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ, ପୁରୁଣା ଟୋଲଗେଟ୍ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।

ତେବେ ଦୁର୍ଘଟଣାସ୍ଥଳରେ ୪ ବର୍ଷର ପୁଅ ସାମ୍ନାରେ ମାଆର ମୃତ୍ୟ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଯାହା ସୂଚନା ମିଳିଛି, ମୃତକ ସ୍ୱାମୀ ସ୍ତ୍ରୀ ହେଉଛନ୍ତି କୋରେଇ ଥାନା, ଅସନଝର ପଞ୍ଚାୟତ, ସୋଲବନ୍ଦି ଗ୍ରାମର ଶୁକାନ୍ତ ମଲ୍ଲିକ୍ ଓ ଝୁନୁ ମଲ୍ଲିକ୍ । ଏପଟେ ଖବର ମିଳିଛି କି, ଶୁକାନ୍ତ ଗତ କିଛି ଦିନ ହେଲା କ୍ୟାନ୍ସସର ରୋଗରେ ପୀଡିତ ଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିଲା । ସେ ସୁସ୍ଥ ହୋଇ ଆସୁଥିଲେ । ତେଣୁ ମାନସିକ ପୂରଣ ପାଇଁ ମାଆ କାଳୀଙ୍କୁ ଦର୍ଶନ କରି ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିବା ଏମିତି ଅଧାବାଟରେ ଛକି ବସିଥିଲା ଜମ ।

ଏପଟେ ଖବର ପାଇ ପାଣିକୋଇଲି ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏଭଳି ହୃଦୟବିଦାରକ ଘଟଣା ଏବେ ସମଗ୍ର ଗାଁରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ, ଏବେ ଦୁଇ ପୁଅ ସମ୍ପୂର୍ଣ୍ଣ ବେସାହାରା । ସେମାନଙ୍କ ଭବିଷ୍ୟତକୁ ନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ।

ଆହୁରି ପଢନ୍ତୁ : OTV ମାର୍କେଟିଂ ଏଗଜିକ୍ୟୁଟିଭ୍ ସଂକଳ୍ପ ମହାନ୍ତି ସନ୍ଦେହଜନକ ମୃତ୍ୟୁ ଘଟଣା : PM ରିପୋର୍ଟକୁ ଅପେକ୍ଷା

The post ଏକାସାଥିରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ, ଛାଡିଗଲେ ୮ବର୍ଷ ଏବଂ ୪ବର୍ଷର ଦୁଇ ଦୁଇଟି ପୁଅଙ୍କୁ appeared first on KNews Odisha.