ସମ୍ବଲପୁର ମହାସଂଗ୍ରାମ-୨୦୨୪, ଧର୍ମେନ୍ଦ୍ର-ପ୍ରଣବ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହେବା ନେଇ ଚର୍ଚ୍ଚା

ସମ୍ବଲପୁରରେ ବିଗ୍ ଫାଇଟ୍ ପାଇଁ ବଡ଼ ତୟାରି। ସମ୍ବଲପୁର ସଂଗ୍ରାମ କେତେ ତୀବ୍ର ହେବ, ତାର ଝଲକ ଏବେଠାରୁ ମିଳିଲାଣି। ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପ ପରେ, ତାଙ୍କୁ ଆଇନା ଦେଖାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତ କିଛିଦିନ ହେଲା ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ବିଜେଡିରୁ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଲଢେଇ ହେବା ନେଇ ଚର୍ଚ୍ଚା ହେଉଥିଲା। କୁହାଯାଉଛି, ସମ୍ବଲପୁରର ଫାଇନାଲ ଲଢେଇ ପୂର୍ବରୁ […] The post ସମ୍ବଲପୁର ମହାସଂଗ୍ରାମ-୨୦୨୪, ଧର୍ମେନ୍ଦ୍ର-ପ୍ରଣବ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହେବା ନେଇ ଚର୍ଚ୍ଚା appeared first on KNews Odisha.

ସମ୍ବଲପୁର ମହାସଂଗ୍ରାମ-୨୦୨୪, ଧର୍ମେନ୍ଦ୍ର-ପ୍ରଣବ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହେବା ନେଇ ଚର୍ଚ୍ଚା
pranab

ସମ୍ବଲପୁରରେ ବିଗ୍ ଫାଇଟ୍ ପାଇଁ ବଡ଼ ତୟାରି। ସମ୍ବଲପୁର ସଂଗ୍ରାମ କେତେ ତୀବ୍ର ହେବ, ତାର ଝଲକ ଏବେଠାରୁ ମିଳିଲାଣି। ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପ ପରେ, ତାଙ୍କୁ ଆଇନା ଦେଖାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତ କିଛିଦିନ ହେଲା ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ବିଜେଡିରୁ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଲଢେଇ ହେବା ନେଇ ଚର୍ଚ୍ଚା ହେଉଥିଲା। କୁହାଯାଉଛି, ସମ୍ବଲପୁରର ଫାଇନାଲ ଲଢେଇ ପୂର୍ବରୁ ଆସିଲା ଟିଜର।

ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରୂପାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରୂପାନ୍ତରଣ ନାଁରେ ଲୋକଙ୍କୁ ପ୍ରତାରଣା ସହ ଛଳନା କରାଯାଉଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇ ଏସବୁର ହିସାବ ଦେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏପଟେ ଧର୍ମେନ୍ଦ୍ରଙ୍କ ତେରଛା ବାଣ ପରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସିଧା କାଉଣ୍ଟର ଆଟାକ୍। ଆପଣଙ୍କୁ ଆଇନ ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ। ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ନିଜ ମାଟି ପାଇଁ ଗୋଟିଏ ନୂଆ ୟୁନିଭର୍ସିଟି କରିପାରିଲେ ନାହିଁ। NH-55ର ଅବସ୍ଥା ଯାହା ୧୦ ବର୍ଷରେ କାମ ସରିପାରୁନି। ଲାଗୁଛି, ପ୍ରଶ୍ନ ସବୁ ଶୁଣି ଆପଣ ରାଗି ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ କେବଳ ଆଇନା ଦେଖାଇ ନାହାଁନ୍ତି, ପରାମର୍ଶ ମଧ୍ୟ ଦେଇଛନ୍ତି ।

 

The post ସମ୍ବଲପୁର ମହାସଂଗ୍ରାମ-୨୦୨୪, ଧର୍ମେନ୍ଦ୍ର-ପ୍ରଣବ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହେବା ନେଇ ଚର୍ଚ୍ଚା appeared first on KNews Odisha.