ନିଟ୍-ୟୁଜି ପ୍ରବେଶିକା ପରୀକ୍ଷାର ଶୁଣାଣିକୁ ୧୮କୁ ଘୁଞ୍ଚାଇଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ନିଟ୍-ୟୁଜି ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ ଆବେଦନର ଶୁଣାଣି ଜୁଲାଇ ୧୮ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜୁଲାଇ ୮ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଏହାର ତର୍ଜମା କରାଯାଉଛି। କେତେକ ଆବେଦନକାରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ କେନ୍ଦ୍ର […]

ନିଟ୍-ୟୁଜି ପ୍ରବେଶିକା ପରୀକ୍ଷାର ଶୁଣାଣିକୁ ୧୮କୁ ଘୁଞ୍ଚାଇଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ନିଟ୍-ୟୁଜି ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ ଆବେଦନର ଶୁଣାଣି ଜୁଲାଇ ୧୮ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜୁଲାଇ ୮ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଏହାର ତର୍ଜମା କରାଯାଉଛି। କେତେକ ଆବେଦନକାରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ କେନ୍ଦ୍ର ଓ ଏନ୍‌ଟିଏ ଦ୍ୱାରା ଦାଖଲ ସତ୍ୟପାଠ ଏପର୍ଯ୍ୟନ୍ତ ପାଇନଥିବାରୁ ଶୁଣାଣି ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ସୁପ୍ରିମ୍ କୋର୍ଟ ବର୍ତ୍ତମାନ ନିଟ୍-ୟୁଜି ୨୦୨୪କୁ ନେଇ ଅନେକ ପିଟିସନର ଶୁଣାଣି କରୁଛନ୍ତି, ଯେଉଁଥିରେ ମେ ୫ ପରୀକ୍ଷା ସମୟରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ରହିଛି। ଅପରପକ୍ଷରେ ବଡ଼ ଧରଣର ଦୁର୍ନୀତିର କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ନିଟ୍-ୟୁଜି ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛି ଯେ ପରୀକ୍ଷାରେ ମାର୍କ ବଣ୍ଟନ ଏକ ସ୍ୱାଭାବିକ ଢାଞ୍ଚାକୁ ପ୍ରତିଫଳିତ କରୁଛି, ଯାହା କୌଣସି ବାହ୍ୟ ପ୍ରଭାବ ସୂଚାଉନାହିଁ। ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ପ୍ରଶ୍ନପତ୍ର ଛାପା, ପରିବହନ ଏବଂ ବିତରଣ ପାଇଁ ଏନ୍‌ଟିଏ ଏହାର ସୁରକ୍ଷା ପ୍ରୋଟୋକଲ ସଂପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।