ଠିକାଦାରଙ୍କୁ ପିସି ମାଗି ଧରାପଡ଼ିଲେ ୨ ଯନ୍ତ୍ରୀ

ସୁବର୍ଣ୍ଣପୁର : ଥମୁନାହିଁ ପିସି କାରବାର । ୨ଟି ପୃଥକ ସ୍ଥାନରେ ପିସି ମାଗି ନିଲମ୍ବନ ହୋଇଛନ୍ତି ୨ ଯନ୍ତ୍ରୀ । ସୁବର୍ଣ୍ଣପୁର ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ବିଲ୍‌ କ୍ଲିୟରାନ୍ସ ପାଇଁ ଜଣେ ଠିକାଦାରଙ୍କ ନିକଟରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ […]

ଠିକାଦାରଙ୍କୁ ପିସି ମାଗି ଧରାପଡ଼ିଲେ ୨ ଯନ୍ତ୍ରୀ
ଠିକାଦାରଙ୍କୁ ପିସି ମାଗି ଧରାପଡ଼ିଲେ ୨ ଯନ୍ତ୍ରୀ

ସୁବର୍ଣ୍ଣପୁର : ଥମୁନାହିଁ ପିସି କାରବାର । ୨ଟି ପୃଥକ ସ୍ଥାନରେ ପିସି ମାଗି ନିଲମ୍ବନ ହୋଇଛନ୍ତି ୨ ଯନ୍ତ୍ରୀ । ସୁବର୍ଣ୍ଣପୁର ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ବିଲ୍‌ କ୍ଲିୟରାନ୍ସ ପାଇଁ ଜଣେ ଠିକାଦାରଙ୍କ ନିକଟରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ସୋନପୁର ବାସଭବନରେ ମଧ୍ୟ ରେଡ୍‌ କରିଥିବା ଜଣାପଡିଛି ।

ଅନ୍ୟପଟେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି ଠିକାଦାରଙ୍କୁ ପିସି ମାଗି ନିଲମ୍ବିତ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ଚିନ୍ମୟୀ ଦ୍ବିବେଦୀ । ପିସି ମାଗିବା ଘଟଣା ଭାଇରାଲ ହେବା ଜଗତସିଂହପୁର ପିଡି ଏହାର ତଦନ୍ତ କରିଥିଲେ। ସତ୍ୟତା ଜଣାପଡ଼ିବା ପରେ
ଚିନ୍ମୟୀ ଦ୍ବିବେଦୀଙ୍କୁ ନିଲମ୍ବନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିଲମ୍ବନ ସମୟରେ ଜଗତସିଂହପୁର ଜିଲା ପରିଷଦ କାର୍ଯ୍ୟାଳୟ ଆସିବେ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅନୁମତି ବିନା ମୁଖ୍ୟାଳୟ ଛଡ଼ିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।