ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଆର୍‌ସିବିର ପ୍ଲେଅଫ୍ ଆଶା ଉଜ୍ଜୀବିତ

ଧର୍ମଶାଳା: ଚଳିତ ଆଇପିଏଲ୍ରେ ଆର୍‌ସିବି ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିବା ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ଦଳ ଭାବେ ପଞ୍ଜାବ କିଙ୍ଗ୍ସ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଆର୍ସିବି ୨୪୧ ରନ୍ ସଂଗ୍ରହ କରିନେବା ପରେ ପଞ୍ଜାବ କିଙ୍ଗ୍ସ ୩ ଓଭର ପୂର୍ବରୁ ୧୮୧ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଆକର୍ଷଣୀୟ ପାଳି ପାଇଁ ବିରାଟ କୋହଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି […]

ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଆର୍‌ସିବିର ପ୍ଲେଅଫ୍ ଆଶା ଉଜ୍ଜୀବିତ

ଧର୍ମଶାଳା: ଚଳିତ ଆଇପିଏଲ୍ରେ ଆର୍‌ସିବି ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିବା ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ଦଳ ଭାବେ ପଞ୍ଜାବ କିଙ୍ଗ୍ସ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଆର୍ସିବି ୨୪୧ ରନ୍ ସଂଗ୍ରହ କରିନେବା ପରେ ପଞ୍ଜାବ କିଙ୍ଗ୍ସ ୩ ଓଭର ପୂର୍ବରୁ ୧୮୧ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଆକର୍ଷଣୀୟ ପାଳି ପାଇଁ ବିରାଟ କୋହଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଏଥିପୂର୍ବରୁ ଆର୍ସିବି ଆଇପିଏଲ୍ରେ ଚତୁର୍ଥ ଥର ଦ୍ବିଶତକୀୟ ସ୍କୋର କରିଥିଲା। ଟସ୍ ଜିତି ପଞ୍ଜାବ ବୋଲିଂ କରିଥିଲା ବେଳେ ବିଦ୍ବାଥ କାଭିରପ୍ପା ପାୱାରପ୍ଲେ ଭିତରେ ଫାଫ୍ ଡୁପ୍ଲେସିସ୍ (୯) ଓ ୱିଲ୍ ଜାକ୍ସ (୧୨)ଙ୍କୁ କାଭିରପ୍ପା ଆଉଟ୍ କରି ବଡ଼ ସଫଳତା ଦେଇଥିଲେ। କିନ୍ତୁ ଏହାପରେ ବିରାଟ କୋହଲି ଓ ରଜତ ପଟିଦାର (୫୫) ତୃତୀୟ ୱିକେଟ୍ରେ ୭୬ ରନ୍ ଯୋଡ଼ି ନବମ ଓଭର ବେଳକୁ ଶତକ ସ୍କୋରରେ ପହଞ୍ଚାଇ ଦେଇଥିଲେ। ପଟିଦାରଙ୍କ ପରେ ଗ୍ରିନ୍ଙ୍କୁ ସାଥୀ କରି କୋହଲି ଦଳକୁ ଦ୍ରୁତ ଭାବରେ ୨୦୦ ରନ୍ ଅତିକ୍ରମ କରାଇଥିଲେ। କୋହଲି (୯୨ରନ୍, ୪୭ ବଲ୍, ୭ଚୌକା, ୬ଛକା) କିନ୍ତୁ ଦ୍ରୁତ ଭାବେ ଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ କଭର ଉପରେ ଛକା ମାରିବାକୁ ଯାଇ ରିଲି ରୁସୋଙ୍କ ହାତରେ କ୍ୟାଚ୍ ହୋଇଯାଇଥିଲେ। ଦୀନେଶ କାର୍ତ୍ତିକ (୧୭) ଓ ଗ୍ରିନ୍ (୪୬) ଡେଥ୍ ଓଭରରେ ଦ୍ରୁତ ଖେଳିବାକୁ ଯାଇ ଦଳକୁ ୨୫୦ ନିକଟତର କରାଇଥିଲେ। ହର୍ଷଲ ପଟେଲ୍ ୩ ୱିକେଟ୍ ଅକ୍ତିଆର କରି ଚଳିତ ଆଇପିଏଲ୍ରେ ମୋଟ୍ ୨୦ ୱିକେଟ୍ ସହ ପର୍ପଲ କ୍ୟାପ୍ ହାସଲ କରିଛନ୍ତି।