ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ

ତେଲ୍‌ ଅବିବ: ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ଗାଜାରେ ନିପାତ କରିବାର ୨ ଦିନ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ହୋଇଛି। ଲେବାନନ୍‌ରୁ ଛଡ଼ାଯାଇଥିବା ଏକ ଡ୍ରୋନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦକ୍ଷିଣ ହାଇଫାର କେସରିୟା ସ୍ଥିତ ଘରୋଇ ବାସଭବନ ନିକଟରେ ପଡ଼ି ବିସ୍ଫୋରଣ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି, ଆକ୍ରମଣ ସମୟରେ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଘରେ ନଥିଲେ। ଲେବାନନ୍‌ରୁ ଛଡ଼ାଯାଇଥିବା ଅନ୍ୟ ୨ଟି […]

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ

ତେଲ୍‌ ଅବିବ: ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ଗାଜାରେ ନିପାତ କରିବାର ୨ ଦିନ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ହୋଇଛି। ଲେବାନନ୍‌ରୁ ଛଡ଼ାଯାଇଥିବା ଏକ ଡ୍ରୋନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦକ୍ଷିଣ ହାଇଫାର କେସରିୟା ସ୍ଥିତ ଘରୋଇ ବାସଭବନ ନିକଟରେ ପଡ଼ି ବିସ୍ଫୋରଣ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି, ଆକ୍ରମଣ ସମୟରେ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଘରେ ନଥିଲେ। ଲେବାନନ୍‌ରୁ ଛଡ଼ାଯାଇଥିବା ଅନ୍ୟ ୨ଟି ଡ୍ରୋନ୍‌କୁ ମଧ୍ୟ ଖସାଇ ଦିଆଯାଇଥିବା ଇସ୍ରାଏଲ ମୁଖପାତ୍ର କହିଛନ୍ତି। କିନ୍ତୁ ତୃତୀୟଟି ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ପଡ଼ି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। କିନ୍ତୁ ସାଉଦି ଆଉଟଲେଟ୍‌ ଅଲ୍‌-ହଦାଥ ଦାବି କରିଛି ଯେ ଡ୍ରୋନ୍‌ ଆକ୍ରମଣରେ ନେତାନ୍ୟାହୁଙ୍କ ବାସଭବନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି।