ଜୁନ୍ ୧ରେ ଇଣ୍ଡି ମେଣ୍ଟ ବୈଠକ, ଯୋଗ ଦେବେନି ମମତା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖରେ ଲୋକସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବ। ରିପୋର୍ଟ ଅନୁଯାୟୀ ଜୁନ୍ ୧ ତାରିଖରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ସଦସ୍ୟମାନେ ଏକ ବୈଠକ କରିବେ। ଇଣ୍ଡି ମେଣ୍ଟର ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେବ। ବୈଠକକୁ ନିମନ୍ତ୍ରିତ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଛନ୍ତି। କେଜ୍ରିୱାଲ ଏବେ ନିର୍ବାଚନ […]

ଜୁନ୍ ୧ରେ ଇଣ୍ଡି ମେଣ୍ଟ ବୈଠକ, ଯୋଗ ଦେବେନି ମମତା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖରେ ଲୋକସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବ। ରିପୋର୍ଟ ଅନୁଯାୟୀ ଜୁନ୍ ୧ ତାରିଖରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ସଦସ୍ୟମାନେ ଏକ ବୈଠକ କରିବେ। ଇଣ୍ଡି ମେଣ୍ଟର ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେବ। ବୈଠକକୁ ନିମନ୍ତ୍ରିତ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଛନ୍ତି। କେଜ୍ରିୱାଲ ଏବେ ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନରେ ଜେଲ୍ରୁ ବାହାରିଛନ୍ତି। ଜୁନ୍୧ ତାରିଖରେ ନିର୍ବାଚନ ଶେଷ ହେବାପରେ ଜୁନ୍ ୨ ତାରିଖରେ ସେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ। ତେଣୁ ଏହା ପୂର୍ବରୁ ଜୁନ୍ ୧ ତାରିଖରେ ବୈଠକ ଡକାଯାଇଛି। ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବରେ ହେବାକୁ ଥିବା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇ ପାରିବେ ନାହିଁ। ସେଦିନ ତାଙ୍କ ରାଜ୍ୟରେ ୯ଟି ଆସନରେ ମତଦାନ ହେବାକୁ ଥିବାରୁ ଏବଂ ବାତ୍ୟା ରେମାଲ୍ ପାଇଁ ସେ ଏହି ବୈଠକରେ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି