ବିବାହ ବିଚ୍ଛେଦ ଘୋଷଣାର ମାସକ ପରେ ପୁଣି ଏକାଠି ସାଇନା-କଶ୍ୟପ

ହାଇଦ୍ରାବାଦ,୨ା୮: ବିବାହ ବିଚ୍ଛେଦ ଘୋଷଣା କରିବାର ପାଖାପାଖି ଏକ ମାସ ପରେ ସାଇନା ନେହ୍ବାଲ ଓ ପାରୁପଲୀ କଶ୍ୟପ ସେମାନଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ରେ ବିବାହ କରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦମ୍ପତି ଗତ ଜୁଲାଇରେ ସୋସିଆଲ ମିଡିଆ ଜରିଆରେ ଆପୋଷ ବୁଝାମଣାରେ ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ। କିନ୍ତୁ ଶନିବାର ସାଇନା ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟ ଫ୍ୟାନ୍ସଙ୍କୁ ଚକିତ କରି ଦେଇଛି। କଶ୍ୟପଙ୍କ ସହ […] The post ବିବାହ ବିଚ୍ଛେଦ ଘୋଷଣାର ମାସକ ପରେ ପୁଣି ଏକାଠି ସାଇନା-କଶ୍ୟପ appeared first on Dharitri Odia News.

ବିବାହ ବିଚ୍ଛେଦ ଘୋଷଣାର ମାସକ ପରେ ପୁଣି ଏକାଠି ସାଇନା-କଶ୍ୟପ

ହାଇଦ୍ରାବାଦ,୨ା୮: ବିବାହ ବିଚ୍ଛେଦ ଘୋଷଣା କରିବାର ପାଖାପାଖି ଏକ ମାସ ପରେ ସାଇନା ନେହ୍ବାଲ ଓ ପାରୁପଲୀ କଶ୍ୟପ ସେମାନଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୮ରେ ବିବାହ କରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦମ୍ପତି ଗତ ଜୁଲାଇରେ ସୋସିଆଲ ମିଡିଆ ଜରିଆରେ ଆପୋଷ ବୁଝାମଣାରେ ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ।

କିନ୍ତୁ ଶନିବାର ସାଇନା ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟ ଫ୍ୟାନ୍ସଙ୍କୁ ଚକିତ କରି ଦେଇଛି। କଶ୍ୟପଙ୍କ ସହ ଏକ ଫଟୋ ଶେୟାର କରି କ୍ୟାପଶନରେ ‘ବେଳେବେଳେ ଦୂରତା ତୁମ ଉପସ୍ଥିତିର ମୂଲ୍ୟ ଶିଖାଏ। ଆମେ ଏବେ ପୁଣି ଉଦ୍ୟମ କରୁଛୁ’ ବୋଲି ସାଇନା ଉଲ୍ଲେଖ କରିଛନ୍ତି।

The post ବିବାହ ବିଚ୍ଛେଦ ଘୋଷଣାର ମାସକ ପରେ ପୁଣି ଏକାଠି ସାଇନା-କଶ୍ୟପ appeared first on Dharitri Odia News.