ଚାଲିଲା ୬ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍: ମହିଳାଙ୍କୁ ୫୦ପ୍ରତିଶତ ରିହାତି
ପଦ୍ମପୁର,୬.୫(ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳର ଦୀର୍ଘଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ସୋମବାର ପଦ୍ମପୁର ୟୁନିଟକୁ ୬ଟି ଶୀତତାପ ନିୟନ୍ତ୍ରିତ (ଏସି) ସରକାରୀ ବସ ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ପଦ୍ମପୁରରୁ କଟକ ଭାୟା ବଲାଙ୍ଗୀର ବୌଦ୍ଧକୁ ୨ଟି ବସ, ପଦ୍ମପୁରରୁ ବ୍ରହ୍ମପୁରକୁ ୨ଟି ବସ ଏବଂ ପଦ୍ମପୁରରୁ ଭବାନୀପାଟଣାକୁ ୨ଟି ବସ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ। ଏହାବାଦ୍ ସମ୍ବଲପୁରରୁ ଖରିଆ ରୋଡ ମଧ୍ୟ ଏହି […] The post ଚାଲିଲା ୬ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍: ମହିଳାଙ୍କୁ ୫୦ପ୍ରତିଶତ ରିହାତି appeared first on Dharitri Odia News.
ପଦ୍ମପୁର,୬.୫(ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳର ଦୀର୍ଘଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ସୋମବାର ପଦ୍ମପୁର ୟୁନିଟକୁ ୬ଟି ଶୀତତାପ ନିୟନ୍ତ୍ରିତ (ଏସି) ସରକାରୀ ବସ ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ପଦ୍ମପୁରରୁ କଟକ ଭାୟା ବଲାଙ୍ଗୀର ବୌଦ୍ଧକୁ ୨ଟି ବସ, ପଦ୍ମପୁରରୁ ବ୍ରହ୍ମପୁରକୁ ୨ଟି ବସ ଏବଂ ପଦ୍ମପୁରରୁ ଭବାନୀପାଟଣାକୁ ୨ଟି ବସ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ। ଏହାବାଦ୍ ସମ୍ବଲପୁରରୁ ଖରିଆ ରୋଡ ମଧ୍ୟ ଏହି ବସ ଚାଲୁଛି। ଏହି ବସରେ ମହିଳା ଯାତ୍ରୀଙ୍କ ପାଇଁ ଭଡାରେ ୫୦ ପ୍ରତିଶତ ରିହାତି ରହିଛି। କିନ୍ତୁ ପଦ୍ମପୁର ୟୁନିଟରେ ୨୦ଜଣ ଡ୍ରାଇଭରରୁ ୧୫ ଡ୍ରାଇଭର ବିନା କାମରେ ବସି ରହୁଥିବା ସତ୍ତ୍ୱେ ଏହି ବସଗୁଡ଼ିକରେ ଏକ ଘରୋଇ କମ୍ପାନୀର ଡ୍ରାଇଭର ନିୟୋଜିତ ହୋଇଛନ୍ତି। ତେଣୁ ସରକାର ବସି ରହୁଥିବା ଡ୍ରାଇଭରଙ୍କୁ ନିୟୋଜିତ କରିବା ପାଇଁ ଦାବି ହେଉଛି ।
The post ଚାଲିଲା ୬ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍: ମହିଳାଙ୍କୁ ୫୦ପ୍ରତିଶତ ରିହାତି appeared first on Dharitri Odia News.