ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡିଏସ୍‌ପି ପ୍ରଶାନ୍ତ କୁମାର ବେହେରା ଏବଂ ତାଙ୍କ ଟିମ୍‌କୁ ଏକ ସଫଳତା ମିଳିଛି। ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ତିନୋଟି ଆଡ୍ଡାକୁ ଟିମ୍‌ ଠାବ କରିବାରେ ସଫଳ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଡଏସ୍‌ପି ବେହେରା ବିଶେଷ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଚୋରା ମଦ କାରବାର ଉପରେ ନଜର ରଖିଛନ୍ତି। ମଙ୍ଗଳବାର ଡିଏସ୍‌ପି ବେହେରା ହାଟଡିହୀ ବ୍ଲକ ସୋସୋ ଏବଂ ନନ୍ଦିପଦା ଥାନା ଅଞ୍ଚଳ […] The post ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ appeared first on Dharitri Odia News.

ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡିଏସ୍‌ପି ପ୍ରଶାନ୍ତ କୁମାର ବେହେରା ଏବଂ ତାଙ୍କ ଟିମ୍‌କୁ ଏକ ସଫଳତା ମିଳିଛି। ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ତିନୋଟି ଆଡ୍ଡାକୁ ଟିମ୍‌ ଠାବ କରିବାରେ ସଫଳ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଡଏସ୍‌ପି ବେହେରା ବିଶେଷ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଚୋରା ମଦ କାରବାର ଉପରେ ନଜର ରଖିଛନ୍ତି।

ମଙ୍ଗଳବାର ଡିଏସ୍‌ପି ବେହେରା ହାଟଡିହୀ ବ୍ଲକ ସୋସୋ ଏବଂ ନନ୍ଦିପଦା ଥାନା ଅଞ୍ଚଳ ଗ୍ରସ୍ତ କରିଥିଲେ l ସୋସୋ ଥାନା ଅଧୀନ ହଦଗଡ଼ ହସ୍ତି ଅଭୟାରଣ୍ୟର ସୁନ୍ଦରାପାଳ, ସଙ୍ଗମ, ଅନ୍ଧାରୀ ପ୍ରମୁଖ ସ୍ଥାନରେ ଚଢାଉ କରି ଦେଶୀ ମହୁଲି ମଦ ପ୍ରସ୍ତୁତ ହେଉଥିବା ଆଡ୍ଡା ଠାବ କରିଥିଲେ। ହେଲେ ଚଢ଼ାଉ ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l

ହେଲେ ତିନୋଟି ସ୍ଥାନରୁ ୮ ହଜାର ଲିଟର ମହୁଲ ପୋଚ ଜବତ ସହ ନଷ୍ଟ କରାଯାଇଛି। ଏପରିକି ୩୫୦ ଲିଟର ଦେଶୀ ମହୁଲି ମଦ ମଧ୍ୟ ଜବତ ହୋଇଛି l ଏନେଇ ସୋସୋ ଥାନାରେ ୩ଟି ପୃଥକ ମାମଲା(ନଂ.୧୧୫/୨୦୨୪,୧୧୬/୨୦୨୪,୧୧୭/୨୦୨୪) ରୁଜୁ ହୋଇଛି l

The post ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ appeared first on Dharitri Odia News.