କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସକୁ ସୋମବାର ଏକ ବଡ଼ ଆଶ୍ୱସ୍ତି। ଇନକମ୍‌ ଟ୍ୟାକ୍ସ ରିକଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦଳକୁ ଏଠାରେ ଆଶ୍ୱସ୍ତି ମିଳିଛି। ଦେଶର ସର୍ବୋଚ୍ଚ ଅଦାଲତରେ ଅନୁଷ୍ଠିତ ଶୁଣାଣିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇପାରିବ। ସୁପ୍ରିମକୋର୍ଟ କହିଛନ୍ତି, କଂଗ୍ରେସକୁ ଦିଆଯାଇଥିବା ବିଜ୍ଞପ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଜୁଲାଇ ୨୪ରେ ଶୁଣାଣି ହେବ। […] The post କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି appeared first on Dharitri Odia News.

କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସକୁ ସୋମବାର ଏକ ବଡ଼ ଆଶ୍ୱସ୍ତି। ଇନକମ୍‌ ଟ୍ୟାକ୍ସ ରିକଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦଳକୁ ଏଠାରେ ଆଶ୍ୱସ୍ତି ମିଳିଛି। ଦେଶର ସର୍ବୋଚ୍ଚ ଅଦାଲତରେ ଅନୁଷ୍ଠିତ ଶୁଣାଣିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇପାରିବ। ସୁପ୍ରିମକୋର୍ଟ କହିଛନ୍ତି, କଂଗ୍ରେସକୁ ଦିଆଯାଇଥିବା ବିଜ୍ଞପ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଜୁଲାଇ ୨୪ରେ ଶୁଣାଣି ହେବ।
ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ। ସେ କହିଛନ୍ତି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ଦଳ ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁନାହୁଁ, ତେଣୁ ବର୍ତ୍ତମାନ ସୁଦ୍ଧା ୧୭୦୦ କୋଟି ଟଙ୍କା ଫେରସ୍ତ ପାଇଁ କୌଣସି ପଦକ୍ଷେପ ନିଆଯିବ ନାହିଁ। ସଲିସିଟର ଜେନେରାଲ ଜଷ୍ଟିସ ବିଭି ନାଗରତ୍ନାଙ୍କ ବେଞ୍ଚକୁ କହିଛନ୍ତି ଯେ, ନୋଟିସ ବିରୋଧରେ ମାମଲାର ଶୁଣାଣି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ଉଚିତ।

The post କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି appeared first on Dharitri Odia News.