ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ

ମୁମ୍ବାଇ,୧୫।୨: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ଆସିଯାଇଛି। ବାଚସ୍ପତି ରାହୁଲ ନର୍ଭକର କହିଛନ୍ତି ଯେ, ଅଜିତଙ୍କ ଦଳକୁ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ତେଣୁ ଅଜିତ ପାୱାରଙ୍କ ଦଳ ହେଉଛି ପ୍ରକୃତ ଏନସିପି। ଶୁଣାଣି ସମୟରେ ଅଜିତ ପାୱାର ଦଳର ପକ୍ଷରୁ ଅନିଲ ପାଟିଲ ଏବଂ ସମୀର ଭୁଜବଲ ଉପସ୍ଥିତ ଥିଲେ। ଯେଉଁଠାରେ କେବଳ ଶରଦ ପାୱାର ଗୋଷ୍ଠୀର ଓକିଲମାନେ […] The post ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ appeared first on Dharitri Odia News.

ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ

ମୁମ୍ବାଇ,୧୫।୨: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ଆସିଯାଇଛି। ବାଚସ୍ପତି ରାହୁଲ ନର୍ଭକର କହିଛନ୍ତି ଯେ, ଅଜିତଙ୍କ ଦଳକୁ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ତେଣୁ ଅଜିତ ପାୱାରଙ୍କ ଦଳ ହେଉଛି ପ୍ରକୃତ ଏନସିପି।

ଶୁଣାଣି ସମୟରେ ଅଜିତ ପାୱାର ଦଳର ପକ୍ଷରୁ ଅନିଲ ପାଟିଲ ଏବଂ ସମୀର ଭୁଜବଲ ଉପସ୍ଥିତ ଥିଲେ। ଯେଉଁଠାରେ କେବଳ ଶରଦ ପାୱାର ଗୋଷ୍ଠୀର ଓକିଲମାନେ ପହଞ୍ଚିଥିଲେ। ଶରଦ ପାୱାର ଦଳ ପକ୍ଷରୁ ତିନୋଟି ପିଟିଶନ ଦାଖଲ କରାଯାଇଥିଲା। ଏଥି ସହ ଅଜିତ ପାୱାର ଗୋଷ୍ଠୀ ପକ୍ଷରୁ ଦୁଇଟି ପିଟିଶନ ଦାଖଲ କରାଯାଇଥିଲା। ସମୁଦାୟ ପାଞ୍ଚଟି ନିବେଦନ ଥିଲା ଯାହାକୁ ଗ୍ରୁପ ୧ ଏବଂ ଗ୍ରୁପ ୨ରେ ବିଭକ୍ତ କରାଯାଇଥିଲା।

ରାହୁଲ ନର୍ଭକର କହିଛନ୍ତି ଯେ, ଏନସିପିରେ କୌଣସି ବିଭାଜନ ନାହିଁ। କେବଳ ଏକ ଗୋଷ୍ଠୀ ଗଠନ କରାଯାଇଛି । ପ୍ରାଥମିକ ସ୍ତରରେ ସେ ଦଳର ଗଠନ, ସମ୍ବିଧାନ ଏବଂ ବିଧିମଣ୍ଡଳ ତିନୋଟି ତଥ୍ୟ ଉପରେ ନିଜର ରାୟ ଦେଇଛନ୍ତି:। ସେ କହିଛନ୍ତ, ୨୦୨୩ ଜୁନ ୩୦ରେ ଏନସିପିରେ ଦୁଇଟି ଦଳ ଗଠନ କରାଯାଇଥିଲା।

The post ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ appeared first on Dharitri Odia News.