ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ସେବା ‘ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଇନ୍‌ଭଏସ୍‌ ଫାଇନାନ୍ସ ପାଇଁ ୱେବ୍‌ ଭିତ୍ତିକ ଡିଜିଟାଲ ବ୍ୟବସାୟ ଋଣ ସମାଧାନ ‘ଏମ୍‌ଏସ୍‌ଏମ୍‌ଇ ସହଜ’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏହି ଉପତ୍ାଦ ମେଶିନ୍‌ ଲର୍ନିଂ ମଡେଲ୍‌ ଉପରେ ଆଧାରିତ, ଯାହା ଜିଏସ୍‌ଟିଆଇଏନ୍‌, ଗ୍ରାହକଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଓ […] The post ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ appeared first on Dharitri Odia News.

ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ସେବା ‘ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଇନ୍‌ଭଏସ୍‌ ଫାଇନାନ୍ସ ପାଇଁ ୱେବ୍‌ ଭିତ୍ତିକ ଡିଜିଟାଲ ବ୍ୟବସାୟ ଋଣ ସମାଧାନ ‘ଏମ୍‌ଏସ୍‌ଏମ୍‌ଇ ସହଜ’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।

ଏହି ଉପତ୍ାଦ ମେଶିନ୍‌ ଲର୍ନିଂ ମଡେଲ୍‌ ଉପରେ ଆଧାରିତ, ଯାହା ଜିଏସ୍‌ଟିଆଇଏନ୍‌, ଗ୍ରାହକଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଓ ସିଆଇସି ତଥ୍ୟ ବ୍ୟବହାର କରୁଛି।

ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି,ଏସ୍‌ବିଆଇ ଏସ୍‌ଏମ୍‌ଇ ବ୍ୟବସାୟ ଋଣରେ ଡିଜିଟାଲ ସମାଧାନ ଆରମ୍ଭ କରି ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏମ୍‌ଏସ୍‌ଏମ୍‌ଇ ଋଣରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରୁଛି। ଡିଜିଟାଲ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡ଼ିକୁ ଦ୍ରୁତ ଏବଂ ସହଜ ଆର୍ଥତ୍କ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏମ୍‌ଏସ୍‌ଏମଇ ସହଜ ପ୍ରସ୍ତୁତ କରାଯାଇଛି।

ଏମ୍‌ଏସ୍‌ଏମ୍‌ଇ ସହଜ ହେଉଛି ଏମ୍‌ଏସ୍‌ଏମ୍‌ଇ ଋଣ ଜଗତରେ ବୈପ୍ଳବିକ ପରିବର୍ତ୍ତନ ଆଣିବା,ମାନବ ହସ୍ତକ୍ଷେପ ହ୍ରାସ କରିବା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି କରିବା ପାଇଁ ଅଭିନବତା ଏବଂ ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟକୁ ସମନ୍ବିତ କରିବା ଦିଗରେ ଆମର ପ୍ରୟାସର ଫଳ।

ଏମ୍‌ଏସଏମ୍‌ଇ ସହଜ ଶୁଭାରମ୍ଭର ଉଦ୍ଦେଶ୍ୟ ହେଉଛି ଦ୍ରୁତ ଏବଂ ସବୁଠାରୁ ସହଜ ଋଣ ସମାଧାନ ପ୍ରଦାନ କରିବା ଏବଂ ଦେଶର ଅଗ୍ରଣୀ ଏମ୍‌ଏସ୍‌ଏମ୍‌ଇ ଋଣଦାତା ଭାବେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବା।

ସେହିଭଳି ଏସ୍‌ବିଆଇ ରିଟେଲ ବ୍ୟାଙ୍କିଙ୍ଗ ଆଣ୍ଡ ଅପରେଶନର ଏମଡି ବିନୟ ଟନ୍‌ସେ କହିଛନ୍ତି, ଏମ୍‌ଏସ୍‌ଏମଇ କ୍ଷେତ୍ରର ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ବ୍ୟାଙ୍କ ଡିଜିଟାଲ ଉଦ୍ଭାବନ ସହିତ ଅର୍ଥନୀତିର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ମିଳିତ ସମ୍ଭାବନାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ଏମ୍‌ଏସ୍‌ଏମ୍‌ଇ ସହଜ-ଇନଭଏସ୍‌ ଫାଇନାନ୍ସିଂ ପାଇଁ ଡିଜିଟାଲ ବିଜନେସ୍‌ ଲୋନ୍‌ ଆମର ବର୍ତ୍ତମାନର ଅଣୁ ଏସ୍‌ଏମ୍‌ଇ ୟୁନିଟଗୁଡିକୁ ଏକ ଅନନ୍ୟ ପ୍ରସ୍ତାବ ପ୍ରଦାନ କରିବ।

The post ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ appeared first on Dharitri Odia News.