ସଂସଦ ସୁରକ୍ଷା ତ୍ରୁଟି ମାମଲା: ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ
ନୂଆଦିଲ୍ଲୀ,୫।୧: ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ତେବେ ସଂସଦର ଅନୁପ୍ରବେଶ ମାଷ୍ଟରମାଇଣ୍ଡ ଲଲିତ ଝା, ମହେଶ କୁମାୱତ ଏବଂ ଅମୋଲ ଶିନ୍ଦେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତ ହୋଇଛନ୍ତି। ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଂଜନ ଡି ପଲିଗ୍ରାଫ, ନାର୍କୋ ଆନାଲିସିସ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ସହମତ ହୋଇଥିବାବେଳେ ଅଭିଯୁକ୍ତ ନୀଳମ ଆଜାଦ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇନାହାଁନ୍ତି। ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ […] The post ସଂସଦ ସୁରକ୍ଷା ତ୍ରୁଟି ମାମଲା: ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୫।୧: ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ତେବେ ସଂସଦର ଅନୁପ୍ରବେଶ ମାଷ୍ଟରମାଇଣ୍ଡ ଲଲିତ ଝା, ମହେଶ କୁମାୱତ ଏବଂ ଅମୋଲ ଶିନ୍ଦେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତ ହୋଇଛନ୍ତି। ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଂଜନ ଡି ପଲିଗ୍ରାଫ, ନାର୍କୋ ଆନାଲିସିସ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ସହମତ ହୋଇଥିବାବେଳେ ଅଭିଯୁକ୍ତ ନୀଳମ ଆଜାଦ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇନାହାଁନ୍ତି।
ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ପୋଲିସ ହେପାଜତ ଶୁକ୍ରବାର (ଜାନୁଆରୀ ୫) ଶେଷ ହୋଇଛି। ଏହା ପରେ ପୋଲିସ ପଟିଆଲା ହାଉସ କୋର୍ଟରେ ସମସ୍ତ ଅଭିଯୁକ୍ତ ମନୋରଂଜନ ଡି, ସାଗର ଶର୍ମା, ଅମୋଲ ଧନରାଜ ଶିନ୍ଦେ, ନୀଳମ ଆଜାଦ, ଲଲିତ ଝା ଏବଂ ମହେଶ କୁମାୱତଙ୍କୁ ଉପସ୍ଥାପନ କରିଥିଲେ। ଏହି ସମୟରେ ପଲିଗ୍ରାଫ ଟେଷ୍ଟ ସମ୍ପର୍କରେ କୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି ପରେ ପଟିଆଲା ହାଉସ କୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କ ପୋଲିସ ହେପାଜତକୁ ୮ ଦିନ ବଢାଇ ଦେଇଛନ୍ତି।
The post ସଂସଦ ସୁରକ୍ଷା ତ୍ରୁଟି ମାମଲା: ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ appeared first on Dharitri Odia News.